ସିଏସକେ ବଢୁଛି ବିବାଦ; ପ୍ରଥମେ ରାଇନା, ଏବେ ଜାଡେଜା
ଆଇପିଏଲ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗସ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଖବର ଏବେ ଆହୁରି ତୀବ୍ର ହୋଇଛି। ଚେନ୍ନାଇର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଉଣ୍ଟରୁ ଜାଡେଜାଙ୍କୁ ଅନଫଲୋ କରି ଦିଆଯାଇଛି।
ମୁମ୍ବାଇ: ଆଇପିଏଲ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗସ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଖବର ଏବେ ଆହୁରି ତୀବ୍ର ହୋଇଛି। ଚେନ୍ନାଇର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଉଣ୍ଟରୁ ଜାଡେଜାଙ୍କୁ ଅନଫଲୋ କରି ଦିଆଯାଇଛି। କହିରଖୁ କି, ଜାଡେଜା ଚେନ୍ନାଇର ଅବ୍ୟଚ୍ଛେଦ ଅଙ୍ଗ ଭାବେ ଦୀର୍ଘ ୧୦ ବର୍ଷ ହେଲା ରହି ଆସିଛନ୍ତି।

ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଜାଡେଜା ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ । ଆହତ ଯୋଗୁଁ ତାଙ୍କୁ ଚଳିତ ଆଇପିଏଲରୁ ବିଶ୍ରାମ ଦିଆଯାଇଛି । ଆଉ ଏବେ ଇନଷ୍ଟାଗ୍ରାମରେ ଜାଡେଜାଙ୍କୁ ଅନଫଲୋ କରାଯିବା ପରେ ସବୁ କିଛି ଠିକଠାକ ନଥିବା ଚର୍ଚ୍ଚା ହେଉଛି। ସେପଟେ ଜାଡେଜା ଓ ଚେନ୍ନାଇ ମ୍ୟାନେଜମେଣ୍ଟ ମଧ୍ୟରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବିପଦ ପାଇଁ ଫ୍ୟାନ୍ସମାନେ ମହେନ୍ଦ୍ର ସିଂହ ଧୋନିଙ୍କୁ ଦାୟୀ କରିଛନ୍ତି।ଜାଡେଜା ହଠାତ୍ ଆଇପିଏଲରୁ ବାଦ ପଡ଼ିବା ଓ ତାଙ୍କୁ ଚେନ୍ନାଇ ଅନଫଲୋ କରିବା ଘଟଣାକୁ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ଦଳରେ କିଛି ମତାନ୍ତର ଥିବାରୁ ଏଥିରେ କ୍ଷୁବ୍ଧ ହୋଇ ଚଳିତ ଆଇପିଏଲରୁ ଜାଡେଜା ଓହରି ଯାଇଥିବା ସୋଶାଲ ମିଡିଆରେ ଚର୍ଚ୍ଚା ମଧ୍ୟ ହେଉଛି।
ଉଲ୍ଲେଖଥାଉ କି, ଚଳିତ ସିଜିନ ଆରମ୍ଭରୁ ରବୀନ୍ଦ୍ର ଜାଡେଜାଙ୍କୁ ଚେନ୍ନାଇ ଦଳର ଅଧିନାୟକ ଭାର ଦିଆଯାଇଥିଲା । ଜାଡେଜାଙ୍କ ନେତୃତ୍ବରେ ଦଳ ୮ଟି ରୁ ୬ଟି ମ୍ୟାଚ୍ ହାରିଥିଲା । ଏହା ସହିତ ତାଙ୍କ ଫର୍ମକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା । କିଛି ମ୍ୟାଚ ପରେ ଟୁର୍ଣ୍ଣାମେଣ୍ଟ ମଝିରେ ଅଧିନାୟକ ଭାବେ କମବ୍ୟାକ୍ କରିଥିଲେ ଧୋନୀ । ଧୋନୀଙ୍କୁ ଅଧିନାୟକ ଭାର ଅର୍ପଣ କରିଥିଲେ ଜାଡେଜା । କାରଣ ଜଦ୍ଦୁ କହିଥିଲେ ଏବେ ମୁଁ ଖେଳରେ ରଖିବି ମୋର ଫୋକସ । ଖେଳରେ ଅଧିକ ଧ୍ୟାନ ଦେବା ପାଇଁ ଜାଡେଜା ଅଧିନାୟକ ପଦ ଛାଡିଥିବା କୁହାଯାଉଥିଲା । କିନ୍ତୁ ଏହାକ ନେଇ କ୍ରିକେଟ ବିଶେଷଜ୍ଞମାନେ ଭିନ୍ନ ମତ ଦେଇଥିଲେ ।












Click it and Unblock the Notifications