CSK Play-Off: ଚେନ୍ନାଇ ପଡ଼ିବ ବାଦ୍ ! ପ୍ଲେ-ଅଫ୍କୁ ଯିବାପାଇଁ ଜିତିବାକୁ ହେବ ସବୁ ମ୍ୟାଚ୍
Chenni Super Kings: ଅଧାଅଧି ସରିଲାଣି ଆଇପିଏଲ । ପ୍ଲେ ଅଫ୍ ରାସ୍ତା ଧିରେଧିରେ ସ୍ପଷ୍ଟ ହେବାରେ ଲାଗିଛି । ଏଥର ପ୍ରାୟ ସମସ୍ତ ଟିମ୍ କଡା ଟକ୍କର ଦେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଗୋଟିଏ ମାତ୍ର ଟିମ୍ ଯିଏକି ଅତି ଦୟନୀୟ ପ୍ରଦର୍ଶନ କରୁଛି ।
ପାଞ୍ଚ ପାଞ୍ଚ ଥର ଆଇପିଏଲ ଟାଇଟଲ ହାତେଇଥିବା ଚେନ୍ନାଇ ସୁପର କିଙ୍ଗସ୍କୁ ଯେମିତି କାହାର ନଜର ଲାଗିଯାଇଛି । ଦଳ ଏଥର ପଏଣ୍ଟ ଟେବୁଲର ସବା ତଳେ ରହିଛି । ବାରମ୍ବାର ପରାଜୟ କାରଣରୁ CSK ଏବେ ପ୍ଲେ ଅଫ୍ରୁ ବାଦ୍ ପଡିବା ଦ୍ବାରଦେଶରେ ରହିଛି ।
ମହେନ୍ଦ୍ର ସିଂହ ଧୋନି ପୁଣି ଚେନ୍ନାଇ ସୁପର୍ କିଙ୍ଗସ୍ର ମଙ୍ଗ ଧରିବା ପରଠାରୁ ଦଳ ଦୁଇଟି ମ୍ୟାଚ୍ ଖେଳିଛି ଆଉ ଗୋଟିଏରେ ଜିତିଛି । ସିଏସ୍କେର ପ୍ଲେ ଅଫ୍ ଆଶା ଧୂଳିସାତ୍ ହେବାକୁ ବସିଛି । ଏବେ ଚେନ୍ନାଇକୁ କେବଳ ଭଗବାନ ଭରସା ବୋଲି ପ୍ରଶଂସକ କହୁଛନ୍ତି ।

ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ୍ ଖେଳିଥିବା ଚେନ୍ନାଇ ସୁପର କିଙ୍ଗସ ମାତ୍ର ୨ଟି ମ୍ୟାଚ୍ ଜିତିଛି ଆଉ ୬ଟି ମ୍ୟାଚ୍ରେ ପରାଜୟର ସମ୍ମୁଖୀନ ହୋଇଛି ।
ମହେନ୍ଦ୍ର ସିଂହ ଧୋନି ପୁଣି ଚେନ୍ନାଇ ସୁପର୍ କିଙ୍ଗସ୍ର ମଙ୍ଗ ଧରିବା ପରଠାରୁ ଦଳ ଦୁଇଟି ମ୍ୟାଚ୍ ଖେଳିଛି ଆଉ ଗୋଟିଏରେ ଜିତିଛି । ସିଏସ୍କେର ପ୍ଲେ ଅଫ୍ ଆଶା ଧୂଳିସାତ୍ ହେବାକୁ ବସିଛି । ଏବେ ଚେନ୍ନାଇକୁ କେବଳ ଭଗବାନ ଭରସା ବୋଲି ପ୍ରଶଂସକ କହୁଛନ୍ତି ।
Play-Off: ତେବେ କେମିତି ପ୍ଲେ ଅଫ୍କୁ ଯିବ ଚେନ୍ନାଇ ସୁପର କିଙ୍ଗସ୍? ଦଳ ପାଇଁ ସହଜ ହେବନି ପ୍ଳେ ଅଫ୍ ରାସ୍ତା । ଦଳ ଯଦି ଆଗାମୀ ୬ଟି ମ୍ୟାଚ୍ ଜିତିବାକୁ ସକ୍ଷମ ହୁଏ ତେବେ ଦଳ ୧୬ ପଏଣ୍ଟ ପାଇବ ଆଉ ଦଳ ପ୍ଲେ ଅଫ୍ ଯାଏ ପହଞ୍ଚି ପାରିବ ।
କିନ୍ତୁ କ୍ରମାଗତ ୬ଟି ମ୍ୟାଚ୍ ଜିତିବା ଏତେଟା ସହଜ ହେବନି । କାରଣ ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ଦୁର୍ବଳ ପ୍ରଦର୍ଶନ କରୁଛି । ଯଦି ଚେନ୍ନାଇ ଆଉ ୬ଟି ମ୍ୟାଚ୍ରୁ ୫ଟି ବି ଜିତୁଛି ତେବେ ପ୍ଲେ ଅଫ୍ ଖେଳିବା ପାଇଁ ଅନ୍ୟ ଦଳଗୁଡିକ ଉପରେ ନିର୍ଭର କରିବାକୁ ପଡିବ ।
କେବଳ ସେତିକି ନୁହେଁ ନେଟ୍ ରନ୍ ରେଟ୍ ବି ଦେଖିବାକୁ ହେବ । କମ୍ ସେ କମ୍ ଚେନ୍ନାଇକୁ ୫ଟି ମ୍ୟାଚ୍ ନିହାତି ଜିତିବାକୁ ହେବ । ନଚେତ ଦଳ ଆଉ ୨ଟି ମ୍ୟା୍ ପରେ ପ୍ଲେ ଅଫ୍ରୁ ବାଦ୍ ପଡିବା ନିଶ୍ଚିତ ।
ଗତ ସିଜିନ ବି ଚେନ୍ନାଇ ପାଇଁ ସେତେଟା ଶୁଭଙ୍କର ନଥିଲା । ୨୦୨୩ରେ ଚାମ୍ପିୟନ୍ ହୋଇଥିବା ଚେନ୍ନାଇ ସୁପର କିଙ୍ଗସ୍ ୨୦୨୪ରେ ପ୍ଲେ ଅଫ୍କୁ ଯାଇ ପାରିନଥିଲା । ଏ ବର୍ଷ ମଧ୍ୟ ଦଳର ନିମ୍ନମାନର ପ୍ରଦର୍ଶନ ଜାରି ରହିଛି ।












Click it and Unblock the Notifications