ଅଣ୍ଟା ସଳଖି ପାରୁନି ସିଏସକେ: ଚେନ୍ନାଇକୁ 8 ଓ୍ବିକେଟରେ ପରାସ୍ତ କଲା କୋଲକାତା

ଘରୋଇ ଗ୍ରାଉଣ୍ଡରେ ଚେନ୍ନାଇର ଲଜ୍ଜାଜନକ ପରାଜୟ । ପ୍ରଥମ ମ୍ୟାଚ ପରଠୁ ଅଣ୍ଟା ସଳଖି ପାରୁନି ସିଏସକେ । ଆଇପିଏଲର 25 ତମ ମୁକାବିଲାରେ ଚେନ୍ନାଇକୁ 8 ଓ୍ବିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । 59 ଟି ବଲ ବାକି ଥାଇ ଚେନ୍ନାଇ ବିପକ୍ଷରେ କେକେଆରର ସହଜ ବିଜୟ ହୋଇଛି ।

ଧୋନିଙ୍କ ନେତୃତ୍ବରେ ଦଳ ଆଜି ପଡିଆକୁ ଓହ୍ଲାଇଥିବା ବେଳେ ବିଜୟ ଟ୍ରକକୁ ଫେରିବା ନେଇ ଫ୍ୟାନ୍ସ ଆଶାବାଦୀ ଥିଲେ । କିନ୍ତୁ ତାହା ଫସର ଫାଟିଯାଇଛି ।

କୋଲକାତାର ଘାତକ ବୋଲିଂରେ ଧ୍ବଂସବିଧ୍ବସ୍ତ ହେଲା ଚେନ୍ନାଇର ଟପ ଅର୍ଡର ଓ ମିଡିଲ ଅର୍ଡର । ଚେପକରେ ଚାଲିପାରିଲାନି କାହାରବି ବଲ୍ଲା । ପୁଣି ଫ୍ୟାନ୍ସକୁ ନିରାଶ କଲେ ଧୋନି ।

କୋଲକାତା ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିତି ଚେନ୍ନାଇକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ଦଳ 20 ଓଭରରେ 10 ୱିକେଟ୍ ହରାଇ 103 ରନ୍ ସଂଗ୍ରହ କରି କୋଲକାତା ନାଇଟ୍ ରାଇଡର୍ସକୁ 104 ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ମାତ୍ର 10.1 ଓଭରରେ 2 ୱିକେଟ୍ ହରାଇ 107 ରନ୍ ସ୍କୋର କରି କେକେଆର୍ ଏହି ଲକ୍ଷ୍ୟ ହାସଲ କରି ମ୍ୟାଚକୁ 8 ୱିକେଟ୍ ଜିତିଥିଲା। 6 ଟି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସର ଏହା ତୃତୀୟ ବିଜୟ ହୋଇଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସର 6 ଟି ମ୍ୟାଚରେ ପଞ୍ଚମ ପରାଜୟ ।

ବିଜୟ 104 ରନ୍‌ର ଟାର୍ଗେଟକୁ ନେଇ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲଇଥିଲେ । ଗୋଡାଇବା ପାଇଁ ସୁନୀଲ ନାରିନ ଏବଂ କ୍ୱିଣ୍ଟନ ଡି କକ । 23 ରନ କରି ଡି କକ ଆଉଟ ହୋଇଥିଲେ । ଏହାପରେ ନାରିନଙ୍କୁ ସାଥ ଦେଇଥିଲେ ରାହାଣେ । କୋଲକାତା ପାଇଁ ନାରାୟଣ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ 2 ଟି ଚୌକା ଓ 5 ଛକା ସହାୟତାରେ 18 ଟି ବଲରେ ସେ 44 ରନ କରି ଆଉଟ ହୋଇଥିଲେ । ପରେ ରିଙ୍କୁ ସିଂ ବ୍ୟାଟିଂ କରିବାକୁ ଆସି ମ୍ୟାଚ ଶେଷ କରିଥିଲେ । ସେ ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ 12 ବଲରେ 15 ରନ କରିଥିଲେ । ରାହାଣ୍ଡେ ଅପରାଜିତ 20 ରନ କରିଥିଲେ । ସେହପରି ବୋଲିଂରେ ମଧ୍ୟ କମାଲ କରିଥିଲେ ନାରିନ ସେ ସର୍ବାଧିକ 3 ଓ୍ବିକେଟ ନେଇଥିଲେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+