୫ମ ଟାଇଟଲ ପାଇଁ ଚେନ୍ନାଇ ସାମ୍ନାରେ ୨୧୫ ରନର ବିଶାଳ ସ୍କୋର

ଅହମ୍ମଦାବାଦ: ଚେନ୍ନାଇ ବିପକ୍ଷରେ ବିଶାଳ ସ୍କୋର କଲା ଗୁଜୁରାଟ। ଚେନ୍ନାଇକୁ ଜିତିବାକୁ ହେଲେ ୨୧୫ ରନ କରିବାକୁ ପଡିବ। ସେଥିପାଇଁ ଦୁଇ ଓପନରକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଫାଇନାଲ୍ ମୁକାବିଲାରେ ଆଜି ଚମକିଛନ୍ତି ସାଇ ସୁଦର୍ଶନ। ସାଇ ସୁଦର୍ଶନ ୯୬ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୨୧୪ ରନ କରିଛି। ଋଦ୍ଧିମାନ ଶାହା ୫୪ ରନର ଉପଯୋଗୀ ବ୍ୟାଟିଂ କରିଛନ୍ତି ।

ସେହିପରି ଶୁଭମନ ଗିଲ୍ ୩୯ ଏବଂ ହାର୍ଦ୍ଦିକ ପାଣ୍ଡ୍ରି ୨୧ ରନରେ କରିଥିଲେ। ପଞ୍ଚମ ଟାଇଟଲ୍ ଜିତିବା ପାଇଁ ଚେନ୍ନାଇ ସୁପର କିଙ୍ଗୁ ଆଗରେ ୨୧୫ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିବାକୁ ପଡ଼ିବ । ଚେନ୍ନାଇ ପକ୍ଷରୁ ଦୀପକ ଚହର, ରବୀନ୍ଦ୍ର ଜାଡ଼େଜା ଏବଂ ମଥଶା ପଥୁରାନା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ଟସ୍ ଜିତି ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

 ipl final 2023

ଗତକାଲି ବର୍ଷା ଯୋଗୁଁ ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ହୋଇ ପାରିନଥୁଲା। ଫଳରେ ଆଜି ରିଜର୍ଭ ଡେରେ ଟାଇଟଲ୍ ମୁକାବିଲା ଖେଳାଯାଉଛି।ଚେନ୍ନାଇ ୧୦ ଥର ଆଇପିଏଲ ଫାଇନାଲ ଖେଳୁଥିବା ବେଳେ ଗୁଜୁରାଟ ୨ ଥର ଫାଇନାଲ ଖେଳୁଛି। ଚେନ୍ନାଇ ୪ଟି ଟ୍ରଫି ଜିତିଥିବା ବେଳେ ଗୁଜୁରାଟ ଗୋଟେ ଟ୍ରଫି ଜିତିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+