ବିଶ୍ବର ସବୁଠାରୁ ଦାମୀ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ
Cristiano Ronaldo: ବିଶ୍ବର ସବୁଠାରୁ ଦାମୀ ଫୁଟବଲର ବନିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ । ସବୁଠୁ ଦାମୀ ଖେଳାଳୀ ଭାବେ ଇତିହାସ ରଚିଛନ୍ତି ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ।
Cristiano Ronaldo: ବିଶ୍ବର ସବୁଠାରୁ ଦାମୀ ଫୁଟବଲର ବନିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ । ସବୁଠୁ ଦାମୀ ଖେଳାଳୀ ଭାବେ ଇତିହାସ ରଚିଛନ୍ତି ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ । ୨୧୪ ମିଲିୟନ ଡଲାର, ଭାରତୀୟ ମୁଦ୍ରାରେ ୧୭ ଶହ ୭୦ କୋଟିରୁ ଅଧିକ ଟଙ୍କାରେ ସାଉଦି ଆରବର ଏକ କ୍ଲବ 'ଅଲ ନାସର' ସହ ଚୁକ୍ତି କରିଛନ୍ତି ରୋନାଲ୍ଡୋ ।

ସାଉଦି ଆରବର ଅଲ୍ ନାସେର୍ ଫୁଟ୍ବଲ କ୍ଲବ୍ ସହ ରୋନାଲ୍ଡୋ ୩ ବର୍ଷ ଲାଗି ଚୁକ୍ତି କରିଛନ୍ତି । ପୂର୍ବରୁ କୌଣସି ଫୁଟ୍ବଲର ଏତେ ପାରିଶ୍ରମିକ ପାଇନାହାନ୍ତି । ଅଢେଇ ବର୍ଷ ତଥା ଜୁନ୍ ୨୦୨୫ ପର୍ଯ୍ୟନ୍ତ ଅଲ ନାସର କ୍ଲବ ପକ୍ଷରୁ ଖେଳିବେ ଏହି ପର୍ତୁଗାଲ ଖେଳାଳୀ ।
ସୂଚନାଯୋଗ୍ୟ; ୩୭ ବର୍ଷ ବୟସ୍କ ପର୍ତ୍ତୁଗିଜ୍ ଷ୍ଟ୍ରାଇକର ରୋନାଲ୍ଡୋ ଇଂଲଣ୍ଡର ମାଞ୍ଚେଷ୍ଟର ୟୁନାଇଟେଡ୍ ପାଇଁ ଖେଳୁଥିଲେ। ହେଲେ ଗତ କାତାର ବିଶ୍ବକପ୍ର ଠିକ୍ ପୂର୍ବରୁ ଏକ ଟିଭି ସାକ୍ଷାତକାରରେ ମାଞ୍ଚେଷ୍ଟର ୟୁନାଇଟେଡ୍ ଓ ଏହାର ଦଳ ମ୍ୟାନେଜମେଣ୍ଟ ବିପକ୍ଷରେ ରୋନାଲ୍ଡୋ ବିଷୋଦ୍ଗାର କରିଥିଲେ। ପରେ ରୋନାଲ୍ଡୋଙ୍କ ସହ ଚୁକ୍ତିକୁ ମାଞ୍ଚେଷ୍ଟର ୟୁନାଇଟେଡ୍ ବାତିଲ କରି ଦେଇଥିଲା। ସେ ମାଞ୍ଚେଷ୍ଟର ୟୁନାଇଟେଡ୍ ପକ୍ଷରୁ ୩୪୬ ମ୍ୟାଚ ଖେଳି ୧୪୫ ଟି ଗୋଲ କରିଛନ୍ତି ।
ପରେ ସାଉଦି ଆରବର ଅଲ ହିଲାଲ ଟିମ୍ ରୋନାଲ୍ଡୋଙ୍କୁ ୩୦୦ରୁ ଅଧିକ ମିଲିୟନ ଡଲାର ତଥା ୩ ହଜାର କୋଟିରେ ତାଙ୍କ ଟିମ୍ରେ ସାମିଲ ହେବାକୁ ଅଫର ଦେଇଥିଲା । କିନ୍ତୁ ରୋନାଲ୍ଡୋ ସେତେବେଳେ ଏହି ଅଫରକୁ ପ୍ରତ୍ୟାଖାନ କରି ବିଶ୍ୱକପ ଉପରେ ଗୁରୁତ୍ୱ ଦେଇଥିଲେ । ଏବେ ସାଉଦି ଆରବର ଅଲ ନାସର କ୍ଲବ ସହ ଚୁକ୍ତି କରିଛନ୍ତି ରୋନାଲ୍ଡୋ ।
ମାଞ୍ଚେଷ୍ଟର ୟୁନାଇଟେଡ୍ ପାଇଁ ଏକ ସପ୍ତାହ ଲାଗି ରୋନାଲ୍ଡୋ ୫ କୋଟି ଟଙ୍କା ପାଉଥିଲେ। ହେଲେ ଅଲ୍ ନାସେର ତାଙ୍କୁ ୬ ଗୁଣରୁ ଅଧିକ. ବା ଏକ ସପ୍ତାହ ପାଇଁ ୩୨ କୋଟି ଟଙ୍କା ପାରିଶ୍ରମିକ ଦେବ। ପ୍ରଥମଥର ଏକ ଏସୀୟ ଦଳ ପାଇଁ ଖେଳିବାକୁ ଯାଉଥିବା ରୋନାଲ୍ଡୋ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ପୁଣି ରୋନାଲ୍ଡୋଙ୍କ ପରି ଜଣେ କିମ୍ବଦନ୍ତୀ ଫୁଟ୍ବଲର ତାଙ୍କ ଦଳ ପାଇଁ ଖେଳିଲେ; କେବଳ ଅଲ୍ ନାସେର୍ କିମ୍ବା ସାଉଦି ଆରବ ନୁହେଁ । ସାରା ଏସିଆର ଫୁଟ୍ବଲ ପାଇଁ ଏହା ପ୍ରେରଣାଦାୟୀ ହେବ ବୋଲି ଅଲ୍ ନାସେର୍ କ୍ଲବ୍ ପାଇଁ କୁହାଯାଇଛି।
ନୀଳ ଏବଂ ହଳଦିଆ ରଙ୍ଗର ଟି-ସାର୍ଟରେ ତାଙ୍କ ପସନ୍ଦର ନମ୍ବର ୭ ଲେଖାଥିବା ଅଲ ନାସରର ଜର୍ସି ଧରି ଫଟୋ ଉଠାଇଛନ୍ତି ରୋନାଲ୍ଡୋ । ଅଲ ନାସର କ୍ଳବ ଟୁଇଟରରେ ଏହି ଫଟୋ ଟୁଇଟ୍ କରାଯାଇ ଚୁକ୍ତି ସମ୍ପର୍କରେ ସୂଚନା ଦିଆଯାଇଛି ।












Click it and Unblock the Notifications