Get Updates
Get notified of breaking news, exclusive insights, and must-see stories!

ପର୍ତ୍ତୁଗାଲ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋଙ୍କ ୟୁଟ୍ୟୁବ ରେକର୍ଡ

Cristiano Ronaldo: ପର୍ତ୍ତୁଗାଲର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ବାସ୍ତବରେ ସେ ଏବେ ୟୁଟ୍ୟୁବ ଜଗତରେ ପ୍ରବେଶ କରିଛନ୍ତି। ପ୍ଲେୟାର ନିକଟରେ ଏକ ନୂତନ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି ଯାହା ପରେ ସେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ରୋନାଲଡୋଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ଓପନ୍ କରିବାର 90 ମିନିଟ୍ ମଧ୍ୟରେ ଚ୍ୟାନେଲକୁ 1 ମିଲିୟନ ୟୁଜର୍ସ ଫଲୋ କରିଛନ୍ତି । ରୋନାଲଡୋ ଗୋଟିଏ ଦିନରେ ଚ୍ୟାନେଲରେ ପ୍ରାୟ 12 ଟି ଭିଡିଓ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ଯେ ରୋନାଲ୍ଡୋ ଗୋଟିଏ ଦିନରେ ୟୁଟ୍ୟୁବରୁ କେତେ ଟଙ୍କା ରୋଜଗାର କରିଛନ୍ତି?

Cristiano Ronaldo

ଅଗଷ୍ଟ 21 ତାରିଖରେ ସେ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ । ବର୍ତ୍ତମାନ ରୋନାଲ୍ଡୋଙ୍କ ସସକ୍ରାଇବର 18 ମିଲିୟନରୁ ଅଧିକ ହୋଇସାରିଲାଣି । ସେହିପରି ମାତ୍ର 12 ଘଣ୍ଟା ମଧ୍ୟରେ ୟୁଟ୍ୟୁବ ତରଫରୁ ତାଙ୍କୁ ଗୋଲ୍ଡେନ ବଟନ ମଧ୍ୟ ପ୍ରଦାନ କରାଯାଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ୟୁଟ୍ୟୁବ ଜଗତରେ ଏକା ଏକ ବିରଳ ରେକର୍ଡ । କାରଣ ପୂର୍ବରୁ ଏପରି ୟୁଟ୍ୟୁବର କେହି ନଥିଲେ ।

ଏବା ଚାଲନ୍ତୁ ଜାଣିବା ରୋନାଲ୍ଡୋ ଗୋଟିଏ ଦିନରେ ୟୁଟ୍ୟୁବରୁ କେତେ ରୋଜଗାର କରିଛନ୍ତି । ପ୍ରକୃତରେ, ଲଞ୍ଚ ସହିତ ପ୍ଲେୟାର ତାଙ୍କ ଚ୍ୟାନେଲରେ 12 ଟି ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓଗୁଡିକ ପ୍ରାୟ 50 ନିୟୁତ ଭ୍ୟୁଜ୍ ହୋଇଛି । ରିପୋର୍ଟ ଅନୁଯାୟୀ, ୟୁଟ୍ୟୁବର୍ ଏକ ମିଲିୟନ୍ ଭ୍ୟୁଜ ପାଇଁ 6 ହଜାର ଡଲାର୍ ଦେଇଥାଏ । ଏଭଳି ପରିସ୍ଥିତିରେ କ୍ରିଷ୍ଟିଆନୋ ରୋନାଲଡୋ ଦିନକୁ ପ୍ରାୟ 300,000 ଡଲାର ରୋଜଗାର କରିଛନ୍ତି। କ୍ରିଷ୍ଟିଆନୋ ରୋନାଲଡୋ ସର୍ବାଧିକ ରୋଜଗାର କରୁଥିବା ଖେଳାଳି ଭାବରେ ବିବେଚନା କରାଯାଏ । ଏକ ରିପୋର୍ଟ ଅନୁଯାୟୀ, ରୋନାଲଡୋଙ୍କ ନେଟୱର୍ଥ 800 ମିଲିୟନ୍ ରୁ 950 ମିଲିୟନ୍ ମଧ୍ୟରେ ରହିଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରୋନାଲ୍ଡୋଙ୍କର ଟ୍ୱିଟରରେ ୧୧୨.୫ ମିନିୟନ ଫଲୋଅର୍ସ, ଫେସବୁକରେ ୧୭୦ ମିଲିୟନ ଏବଂ ଇନଷ୍ଟାଗ୍ରାମରେ ୬୩୬ ମିଲିୟନ ଫଲୋର୍ସ ରହିଛନ୍ତି । ତେବେ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ସର୍ବାଧିକ ଫଲୋର୍ସ ରହିବା ସହ ସେ ଏକ୍ସରେ ୩ ନମ୍ବର ସ୍ଥାନରେ ରହିଛନ୍ତି । ବର୍ତ୍ତମାନ ୟୁଟ୍ୟୁବରେ ଏଣ୍ଟ୍ରି ପରେ ସେ ରେକର୍ଡ ସୃଷ୍ଟି କରିଛନ୍ତି ।
ଏକ ଦିନରେ ୟୁଟ୍ୟୁବ ତାଙ୍କୁ ଗୋଲ୍ଡ ପ୍ଲେ ବଟନ୍ ଦେଇଛି ଯାହାର ଭିଡିଓ ସେ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+