Get Updates
Get notified of breaking news, exclusive insights, and must-see stories!

ଖେଳ ହେଲା କାଳ: ଆଉଟ କରିଦେଲେ ବୋଲି ବୋଲରଙ୍କ ତଣ୍ଟି ଚିପି ମାରିଦେଲା ବ୍ୟାଟ୍ସମ୍ୟାନ

Crime in Cricket: କ୍ରିକେଟ ଖେଳରୁ ମହାଭାରତ । କ୍ରିକେଟ ଖେଳ ହେଲା କାଳ । ଆଉଟ କରିଦେଲେ ବୋଲି ବୋଲରଙ୍କ ତଣ୍ଟି ଚିପି ମାରିଦେଲା ବ୍ୟାଟ୍ସମ୍ୟାନ । ଜଣେ ୧୭ ବର୍ଷୀୟ ପିଲା ରାଗରେ ୧୪ ବର୍ଷୀୟ ବୋଲରଙ୍କୁ ପଡ଼ିଆ ଭିତରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି । ପିଲାଟିକୁ ଏହି ହତ୍ୟାରେ ତାର ଭାଇ ମଧ୍ୟ ସହଯୋଗ କରିଛି ।

Cricket

ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁରର ରାହତି ଡେରା ଗାଁରେ ଥିବା ଗୋଟିଏ ଖୋଲା ଖେଳ ପଡ଼ିଆରେ । ତେବେ ଏଭଳି କାଣ୍ଡ ଘଟାଇବା ପରେ ସାଥୀରେ ଖେଳୁଥିବା ଅନ୍ୟ ସମସ୍ତେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ।

ସୂଚନା ଅନୁସାରେ, ଘାତକ ବୋଲିଂରେ ପ୍ରତିପକ୍ଷ ଟିମର ୧୭ ବର୍ଷୀୟ ପିଲାଟି ପୂରା କ୍ଲିନବୋଲ୍ଡ ହୋଇ ଯାଇଥିଲା। ଏଥିରେ ବ୍ୟାଟର ଜଣକ ମର୍ମାହତ ହେବା ସହ ପିଚ୍‌ ଛାଡ଼ିବାକୁ ଅରାଜି ହୋଇଥିଲା । ଏହାକୁ ନେଇ ବ୍ୟାଟର ଓ ବୋଲରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଅନ୍ୟମାନେ ଆଦୌ ହସ୍ତକ୍ଷେପ କରି ନଥିଲେ । ଶେଷରେ ବୋଲ୍ଡ ହୋଇ ଯାଇଥିବା ପିଲାଟି ତୁରନ୍ତ ତାର ଭାଇକୁ ଡାକିଥିଲା । ଦୁଇ ଭାଇ ମିଳିତ ଭାବେ ୧୪ ବର୍ଷୀୟ ପିଲାଟିକୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ମାଡ଼ ଯୋଗୁ ପିଲାଟି ତଳେ ପଡ଼ି ଯାଇଥିଲା । ଏତିକି ବେଳେ ୧୭ ବର୍ଷୀୟ ପିଲାଟି ତାର ତଣ୍ଟି ଚିପି ହତ୍ୟା କରିଥିଲା।

ତେବେ ଖବର ପାଇ ମୃତ ନାବାଳକଙ୍କ ପରିବାର ଲୋକେ ତାଙ୍କୁ ଘାଟମପୁର ମେଡିକାଲକୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ତେବେ ସାମାନ୍ୟ ଘଟଣାରୁ ଏତେ ବଡ କାଣ୍ଡ ଘଟି ଯାଇଥିବାରୁ ଏ ମାମଲାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଲାଗି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+