ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ କ୍ରିକେଟର ଶିଖର ଧୱନ
କ୍ରିକେଟ୍ରୁ ଅବସର ଘୋଷଣା କଲେ କ୍ରିକେଟର ଶିଖର ଧୱନ । ଆନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଲେ ମିଷ୍ଟର ଆଇସିସି ମାନେ ଟିମ୍ ଇଣ୍ଡିଆର ଷ୍ଟାର୍ ଓପନର ଶିଖର ଧାଓ୍ୱାନ । ଆଉ ୧୪ ବର୍ଷର କ୍ରିକେଟ୍ ଯାତ୍ରାରେ ଲାଗିଛି ବିରାମ୍ । ସୋସିଆଲ୍ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜରିଆରେ ନିଜର ଅବସର ଘୋଷଣା କରିଛନ୍ତି ଶିଖର ଧାଓ୍ୱନ୍ ।

୧୯୮୫ ମସିହା ଡିସେମ୍ବର ୫ ତାରିଖରେ ଦିଲ୍ଲୀରେ ଶିଖରଙ୍କ ଜନ୍ମ । ନିଜର ଦୃଢ ଇଛା ଶକ୍ତି ଏବଂ ମନୋବଳ ତାଙ୍କୁ ଟାଣି ନେଇଥିଲେ ଏହି କ୍ରିକେଟ୍ ଜଗତକୁ । ଶେଷରେ ୧୨ ବର୍ଷ ବୟସରେ ଆରମ୍ବ କରିଥିଲେ କ୍ରିକେଟ୍ ଟ୍ରେନିଂ । ଆଉ ୧୯୯୯-୨୦୦୦ ମସିହାରେ ହୋଇଥିବା ବିଜୟ ହଜାରେ ଟ୍ରଫି ଅଣ୍ଡର-୧୬ ଟିମ୍ରେ ସାମିଲ ହୋଇଥିଲା ।
ହେଲେ ୨୦୦୦-୦୧ ତାଙ୍କ ଥିଲା ବେଶ୍ ଖାସ୍ । ଏହି ବର୍ଷ ବିଜୟ ହଜାରେ ଟ୍ରଫିରେ ୯ଟି ଇନିଂସ ଖେଳି ୭୫୫ ରନ୍ ସଂଗ୍ରହ କରିଥିଲେ । ଏହି ଠାରୁ ହିଁ ଇଣ୍ଡିଆନ୍ କ୍ରିକେଟ୍ରେ ଧାଓ୍ୱନ୍ଙ୍କ ନାଁ ଗୁଞ୍ଜରିତ ହୋଇଥିଲା । ଆଉ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ସୋପାନ ଚଢିଚାଲିଥିଲେ । ୨୦୦୪ରେ ବାଂଲାଦେଶରେ ହୋଇଥିବା ଅଣ୍ଡର-୧୯ ଦିନିକିଆ ବିଶ୍ୱକପ୍ରେ ଭାରତୀୟ ଦଳରେ ସଦସ୍ୟ ଥିଲେ ଧାଓ୍ୱାନ୍ । ଏହି ଟୁର୍ଣ୍ଣାମେଣ୍ଟରେ ସେ ଟପ୍ ସ୍କୋରର ଥିଲେ । ଦିନ ଗଡିବା ସହ ଶିଖରଙ୍କ ଖେଳରେ ଉନ୍ନତି ହୋଇଚାଲିଲା । ଲଗାତର ଭାବେ ରଣଜୀ ମ୍ୟାଚ୍ ଖେଳିଚାଲିଲେ । ଶେଷରେ ୨୦୧୦ରେ ସିନିୟର ଭାରତୀୟ ଦଳରେ ସାମିଲ ହୋଇଥିଲେ। ୨୦୧୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଡେବ୍ୟୁ କରିଥିଲେ । ଏହାର ଗୋଟିଏ ବର୍ଷ ପରେ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ଡେବ୍ୟୁ । ଆଉ ଟି-୨୦ ଡେବ୍ୟୁର ୨ ବର୍ଷ ପରେ ଟେଷ୍ଟ କ୍ରିକେଟ୍ରେ କରିଲେ ପଦାର୍ପଣ ।
୨୦୧୩ ପର ଠାରୁ ଟିମ୍ ଇଣ୍ଡିଆର ସମସ୍ତ ଫର୍ମାଟର ଜଣେ ନିୟମିତ ସଦସ୍ୟ ଥିଲେ ଶିଖର। ହେଲେ ୨୦୨୨ ପରଠାରୁ କୌଣସି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି ଶିଖର । ଏପିରିକି ଟିମ୍ ଇଣ୍ଡିଆ ପାଇଁ ମିଷ୍ଟର ଆଇସିସି ନାମରେ ପରିଚିତ ଥିଲେ ଶିଖର । ପ୍ରତି ଆଇସିସି ଇଭେଣ୍ଟରେ ଟିମ୍ ପାଇଁ ଅଧିକରୁ ଅଧିକ ରନ୍ ସଂଗ୍ରହ କରନ୍ତି । ସେ ୨୦୧୩ ଚମ୍ପିଆନସିପ୍ ଟ୍ରଫି ହେଉ କି ୨୦୧୫ ଦିନିକିଆ ବିଶ୍ୱକପ୍, କି ସେ ୨୦୧୭ ଚମ୍ପିଆନ୍ସ ଟ୍ରଫି । ପ୍ରତି ଆଇସିସି ଇଭେଣ୍ଟରେ ଟିମ୍ ପାଇଁ ବରଦାନ୍ ସାଜିଥାଏ ଶିଖରଙ୍କ ରନ୍ ।












Click it and Unblock the Notifications