Cricket World Cup 2023: ଆଫଗାନିସ୍ତାନ ବିପକ୍ଷରେ ବାଂଲାଦେଶର ବଡ଼ ବିଜୟ, ମିରାଜଙ୍କୁ ମ୍ୟାନ୍ ଅଫି ଦି ମ୍ୟାଚ୍ ପୁରସ୍କାର
Cricket World Cup 2023: ଆଫଗାନିସ୍ତାନ ବିପକ୍ଷରେ ବାଂଲାଦେଶର ବଡ଼ ବିଜୟ । ଆଜି ଧର୍ମଶାଳାରେ ଖେଳାଯାଉଥିବା ମ୍ୟାଚରେ ଆଫଗାନିସ୍ତାକୁ ୬ ୱିକେଟରେ ପରାସ୍ତ କରିଛି ବାଂଲାଦେଶ । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ୍ ହରାଇ ମାତ୍ରା ୧୫୬ ରନ୍ କରିବାରେ ସକ୍ଷନ ହୋଇଥିଲା ।
ବାଂଲାଦେଶର ମେହିଦ ହାସନ ନିଜର ଚମତ୍କାର ଅଲରାଉଣ୍ଡର ପ୍ରଦର୍ଶନ ସହିତ ଆଫଗାନିସ୍ତାନ ବିପକ୍ଷରେ ବିଶ୍ୱକପ 2023ର ପ୍ରଥମ ମ୍ୟାଚରେ ଦଳକୁ ୬ ୱିକେଟ ଜିତିବାରେ ସାହାଯ୍ୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମେହିଦ ହାସନ ପ୍ରଥମେ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ପରେ ବ୍ୟାଟିଂରେ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳି ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ । ମେହିଦ ହାସନ ମିରାଜଙ୍କ ୫୭ ରନ ବଦଳରେ ୯୨ ବଲ ପୂର୍ବରୁ ୪ ୱିକେଟ୍ ହାସଲ କରିବାରେ ସଫଳ ହୋଇଥିଲେ । ବୋଲିଂରେ ୩ ୱିକେଟ୍ ନେଇଥିବା ମିରାଜଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍ତାର ପ୍ରଦାନ କରାଯାଇଛି ।

ତେବେ ଟସ୍ ଜିତି ପ୍ରଥମେ ବୋଲିଂ କିରବାର ନିଷ୍ପତ୍ତି ନେଇଥିଲା ବାଂଲାଦେଶର । ପ୍ରଥମ ବ୍ୟାଟିଂ କରୁଥିବାର ଆଫଗାନିସ୍ତାନର ଦୁଇ ଓପନର ରମନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜର୍ଦାନ ମ୍ୟାଚ୍ ଆରମ୍ଭ କରିଥିଲେ । ଜର୍ଦାନ ୨୨ ଏବଂ ଗୁରବାଜ ୪୭ ରନ କରି ଆଉଟ ହେବା ପରେ ଦଳର ଅନ୍ୟ ଖେଳାଳି କିଛି ଖାସ ପ୍ରଦର୍ଶନ କରିପାରିନଥିଲେ ।
ବାଂଲାଦେଶ ସାମ୍ନାରେ ଥିଲା ୧୫୭ ରନର ଟାର୍ଗେଟ୍ । ଆରମ୍ଭରୁ ତାନଜି ହାସନ ୫ ରନ କରି ରନଆଉଟ୍ ହୋଇଯାଇଥିଲେ । ଏହାପରେ ଓପନର ଲିଟନ ଦାସ ୧୩ ରନ କରି ଫର୍ମକୁ ଫେରିଥିଲେ । ୨୭ ରନରେ ୨ ଟି ୱିକେଟ୍ ହରାଇ ଦଳ ସଙ୍କଟରେ ପଡିଥିବା ବେଳେ ମିରାଜ ଓ ନଜମୁଲ ହୁସେନ୍ ସାଣ୍ଟୋ ପ୍ୟାଭିଲିୟନକୁ ଫେରିଥିଲେ । ଖାସ କରି ମିର୍ଜାଙ୍କ ବ୍ୟାଟରୁ ଭଲ ଶଟ୍ ଦେଖିବା ପାଇଁ ମିଳିଥିଲା ସେ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ । ୫୭ ରନ କରି ମିର୍ଜା ଆଉଟ୍ ହେବା ପରେ ଅଧିନାୟକ ସାକିବ ଅଲ ହାସନା ସେ ସାଣ୍ଟୋଙ୍କ ସହ ମିଶି ସ୍କୋର ବଢାଇଥିଲେ ।












Click it and Unblock the Notifications