Get Updates
Get notified of breaking news, exclusive insights, and must-see stories!

India vs Australia Dream11: ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚର ବେଷ୍ଟ Dream11 ଏପରି କରନ୍ତୁ

India vs Australia Dream11 Prediction: ଟିମ୍ ଇଣ୍ଡିଆ ରବିବାର ଦିନ ଅଷ୍ଟ୍ରେଲିଆ ବିପକ୍ଷରେ ଆଇସିସି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ 2023 ରେ ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ୍ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଅପରାହ୍ନ 2 ଟାରୁ ଖେଳାଯିବ । ସୁପର ରବିବାର ଦିନ ପ୍ରଶଂସକଙ୍କ ପାଇଁ ଏକ ରୋମାଞ୍ଚକର ପ୍ରତିଯୋଗିତା ପାଇଁ ଦୁଇ ପୂର୍ବତନ ଚାମ୍ପିଅନ୍ ପରସ୍ପରର ମୁହାଁମୁହିଁ ହେବେ । ଯଦି ଆପଣ ମ୍ୟାଚ୍ ପୂର୍ବରୁ ନିଜ Dream11 daln କରିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣ ଠିକ୍ ଜାଗାରେ ଅଛନ୍ତି ।

ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ପଞ୍ଚମ ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ହେବ । ଏହି ଦୁଇ ଦଳ ବିଶ୍ୱକପ ପୂର୍ବରୁ ତିନିଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଉଭୟ ଦଳ ମ୍ୟାଚ୍ ବିଜେତା ଖେଳାଳିଙ୍କ ସହିତ ସଜ୍ଜିତ, ଯେଉଁମାନେ ଉତ୍କୃଷ୍ଟ ଫର୍ମରେ ଅଛନ୍ତି ।

ଭାରତ ବନାମ ଅଷ୍ଟ୍ରେଲିଆ ହେଡ-ଟୁ-ହେଡ ରେକର୍ଡ
ଭାରତ ବନାମ ଅଷ୍ଟ୍ରେଲିଆ ODI ରେ ହେଡ ଟୁ ହେଡ ରେକର୍ଡ ବିଷୟରେ କଥା ହେବା, ଅଷ୍ଟ୍ରେଲିଆ ଏଠାରେ ଦୃଢ଼ ସ୍ଥିତିରେ ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ 149 ଟି ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ଅଷ୍ଟ୍ରେଲିଆ 83 ଟି ଏବଂ ଭାରତ 56 ଟି ମ୍ୟାଚ ଜିତିଥିବାବେଳେ 10 ଟି ମ୍ୟାଚରେ କୌଣସି ଫଳାଫଳ ହାସଲ ହୋଇ ନାହିଁ । ଗତ ମାସରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯାଇଥିଲା ଯେଉଁଥିରେ ଭାରତ ଅଷ୍ଟ୍ରେଲିଆକୁ 2-1ରେ ପରାସ୍ତ କରିଥିଲା ।

ind_vs_aus

ଭାରତ ବନାମ ଅଷ୍ଟ୍ରେଲିଆ ଡ୍ରିମ୍ -11 ଦଳ

ୱିକେଟ୍ କିପର: କେ.ଏଲ୍ ରାହୁଲ
ବ୍ୟାଟ୍ସମ୍ୟାନ୍: ବିରାଟ କୋହଲି, ଡେଭିଡ ୱାର୍ନର, ଷ୍ଟିଭ ସ୍ମିଥ
ଅଲରାଉଣ୍ଡର: ହାର୍ଦ୍ଦିକ ପାଣ୍ଡ୍ୟା, ଗ୍ଲେନ୍ ମ୍ୟାକ୍ସୱେଲ, ରବିଚନ୍ଦ୍ରନ୍ ଅଶ୍ୱିନ୍
ବୋଲର: ମହମ୍ମଦ ସିରାଜ, ମିଚେଲ ଷ୍ଟାର୍କ, ଜସପ୍ରୀତ ବୁମ୍ରା, ଆଡାମ ଜାମ୍ପା
କ୍ୟାପଟେନ: ବିରାଟ କୋହଲି
ଉପ ଅଧିନାୟକ: ମହମ୍ମଦ ସିରାଜ

ଭାରତ ଏବଂ ଅଷ୍ଟ୍ରେଲିଆର ଏକାଦଶ ଖେଳିବାର ସମ୍ଭାବନା

ଭାରତ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଜସପ୍ରୀତ ବୁମ୍ରା

ଅଷ୍ଟ୍ରେଲିଆ: ପ୍ୟାଟ୍ କମିନ୍ସ (ଅଧିନାୟକ), ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ, ମାର୍ନୁସ ଲାବୁସାଗ୍ନେ, ଗ୍ଲେନ ମ୍ୟାକ୍ସୱେଲ, କ୍ୟାମେରନ ଗ୍ରୀନ, ଜୋଶ ଇଂଲିସ, ଆଡାମ ଜାମ୍ପା, ମିଚେଲ ଷ୍ଟାର୍କ, ସେନ୍ ଆବଟ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+