ଏମିତି କେମିତି ହେଲା ? ଗୋଟିଏ ବଲରେ ହେଲା ୧୮ ରନ: ଦେଖନ୍ତୁ ଭିଡିଓ
ଚେନ୍ନାଇ: କ୍ରିକେଟ ଇତିହାସରେ ବିରଳ ଘଟଣା । ଗୋଟିଏ ବଲରେ ୬ ରନ କି ୭ ରନ ନୁହେଁ । ଗୋଟିଏ ବଲରେ ହୋଇଛି ୧୮ ରନ୍ । ଆପଣ ଏହି ଲେଖାଟି ପଢିଲା ପରେ ବିଶ୍ୱାସ କରିପାରୁ ନଥିବେ । ମନ ମନରେ ଭାବି ସାରିବେଣି ମିଛ ଖବର । କିମ୍ବା ଘଟଣା କିଛି ଅଲଗା ହୋଇଥାଇ ପାରେ... କିନ୍ତୁ ଆଜ୍ଞା ଘଟଣାଟି ସମ୍ପୂର୍ଣ୍ଣ ସତ ଓ ଆଉ ଘଟଣାରେ ମଧ୍ୟ କିଛି ଟ୍ବିଷ୍ଟ ନାହିଁ । ଶତରେ ହିଁ ଗୋଟିଏ ବଲରେ ଆସିଛି ୧୮ ରନ୍ ।
ତାମିଲନାଡୁ ପ୍ରିମିୟର ଲିଗ (ଟିଏନପିଏଲ)ର ଗୋଟିଏ ମ୍ୟାଚ୍ରେ ଏପରି ଘଟଣା ଘଟିଛି । ଚେପକ ସୁପର ଗିଲସ ଓ ସାଲେମ ସ୍ପାର୍ଟନ୍ସ ମଧ୍ୟରେ ଚାଲିଥିବା ମ୍ୟାଚରେ ଗୋଟିଏ ବଲରୁ ୧୮ ରନ ଦେଖିବାକୁ ମିଳିଛି ।

ଏହି ଏଲୋଡ଼ା ରେକର୍ଡ କରିଛନ୍ତି ସାଲେମ ସ୍ପାର୍ଟନ୍ସର ବୋଲର ଅଭିଷେକ ତନୱର । ସେ କ୍ରିକେଟ ଇତିହାସରେ ଗୋଟିଏ ବଲରେ ସର୍ବାଧିକ ୧୮ରନ ଦେଇଛନ୍ତି । ତେବେ ଅଭିଷେକ ପ୍ରଥମ ୩ ଓଭର ଭଲ ବୋଲିଂ ପ୍ରଦର୍ଶନ କରିଥିଲେ । ମାତ୍ର ଅନ୍ତିମ ଓଭରର ଶେଷ ବଲରେ ସେ ୩ଟି ନୋ ବଲ ଓ ଗୋଟିଏ ୱାଇଡ ପକାଇଥିଲ । ଯାହାର ଫାଇଦା ଉଠାଇ ବ୍ୟାଟ୍ସମ୍ୟାନ ୨ଟି ଛକା ମଧ୍ୟ ମାରିଥିଲେ । ଫଳରେ ତାଙ୍କର ଏହି ଶେଷ ଗୋଟିଏ ବଲରୁ ଦଳ ୧୮ ରନ ବ୍ୟୟ କରିଥିଲା ।
- ଶେଷ ବଲ ଏପରି- ନୋ ବଲ, ୬(ନୋବଲ), ୨(ନୋବଲ), ୱାଇଡ ଓ ଛକା ।
The most expensive delivery ever? 1 Ball 18 runs#TNPLonFanCode pic.twitter.com/U95WNslHav
— FanCode (@FanCode) June 13, 2023
କେମିତି ଥିଲା ଶେଷ ଓଭରର ଶେଷ ବଲ
ଇନିଂସର ଶେଷ ବଲ ତନୱର ପକାଇଥିବା ବେଳେ ବ୍ୟାଟର କ୍ଲିନବୋଲ୍ଡ ହୋଇଯାଇଥିଲେ। ସମସ୍ତେ ସେଲିବ୍ରେଟ କରୁଥିବା ବେଳେ ଅମ୍ପାୟାର ନୋ-ବଲ ଘୋଷଣା କରିଥିଲେ। ପରବର୍ତ୍ତୀ ବଲ୍ ତନୱର ପୁଣି ନୋ ପକାଇଥିବା ବେଳେ ଏହାକୁ ବ୍ୟାଟର ଛକା ମାରି ଦେଇଥିଲେ। ଫଳରେ ମୋଟ ୮ ରନ ମିଳିଥିଲା ।
ଫ୍ରି ହିଟ୍ ବଲ ପୁଣି ନୋ ହୋଇଥିଲା ଓ ବ୍ୟାଟର ଦୁଇ ରନ ଆଦାୟ କରିଥିଲେ । ତନୱାର ନର୍ଭସ ହେବା ସହ ଫ୍ରି ହିଟ୍ ବଲ ୱାଇଡ ପକାଇଥିଲେ । ସେତେବେଳକୁ ସେ ୧୨ ରନ ଦେଇ ସାରିଥିଲେ । ଶେଷରେ ସେ ଲସିଗାଲ ବଲ ପକାଇଥିଲେ ମଧ୍ୟ ଏହା ଛକା ହୋଇ ଯାଇଥିଲା। ଫଳରେ ଗୋଟିଏ ବଲ୍ରେ ସେ ୧୮ ରନ ଖର୍ଚ୍ଚ କରିଥିଲେ ।












Click it and Unblock the Notifications