ବଦଳିଲା ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନର ନାମ
ପୂର୍ବରୁ ଏହାକୁ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ କୁହାଯାଉଥିବା ବେଳେ ଏବେ ଏଥିରୁ ରାଜୀବ ଗାନ୍ଧୀଙ୍କ ନାଁକୁ ହଟାଇ ଦିଆଯାଇଛି। ଏହାକୁ ଏବେ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର‘ ନାଁରେ ନାମିତ କରାଯାଇଛି।
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନର ନାମକୁ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଏହାକୁ 'ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର' କୁହାଯାଉଥିବା ବେଳେ ଏବେ ଏଥିରୁ ରାଜୀବ ଗାନ୍ଧୀଙ୍କ ନାଁକୁ ହଟାଇ ଦିଆଯାଇଛି। ଏହାକୁ ଏବେ 'ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର' ନାଁରେ ନାମିତ କରାଯାଇଛି। ଆଜି ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ମେଜର୍ ଧ୍ୟାନ ଚାନ୍ଦ୍ଙ୍କ ନାମାନୁସାରେ 'ଖେଳ ରତ୍ନ ଆୱାର୍ଡ'କୁ ନାମିତ କରିବା ଲାଗି ମୁଁ ସମସ୍ତଙ୍କଠାରୁ ଅନୁରୋଧ ପାଇ ଆସୁଛି । ସେମାନଙ୍କ ପ୍ରସ୍ତାବ ପାଇଁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ । ଏହାସହ ସେମାନଙ୍କର ଭାବାବେଗ ପ୍ରତି ସମ୍ମାନ ଜଣାଇ 'ଖେଳ ରତ୍ନ ଆୱାର୍ଡ'କୁ 'ମେଜର୍ ଧ୍ୟାନ ଚାନ୍ଦ୍ ଖେଳ ରତ୍ନ ଆୱାର୍ଡ' କୁହାଯିବ । ଜୟ ହିନ୍ଦ୍ ।
ଉଲ୍ଲେଖଥାଉ କି, ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଗୁରୁବାର ବ୍ରୋଞ୍ଜ ପଦକ ଜିତି ଥିବା ବେଳେ ପ୍ରଧାନମନ୍ତ୍ରୀ ଆଜି ଏହି ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆହୁରି କହିଛନ୍ତି, ମେଜର ଧ୍ୟାନ ଚାନ୍ଦ ଭାରତର ପ୍ରମୁଖ କ୍ରୀଡ଼ାବିତ୍ମାନଙ୍କ ମଧ୍ୟରୁ ଜଣେ, ଯିଏ ଦେଶ ପାଇଁ ସମ୍ମାନ ଓ ଗୌରବ ଆଣିଥିଲେ। ତେଣୁ ଦେଶର ସର୍ବୋଚ୍ଚ ଖେଳ ସମ୍ମାନ ତାଙ୍କ ନାଁରେ କରାଯିବା ଠିକ୍ ହେବ।












Click it and Unblock the Notifications