ଆଇପିଏଲରେ କରୋନା ଛାୟା: SRH ଖେଳାଳି ପଜିଟିଭ୍, ଖେଳାଯିବ ମ୍ୟାଚ...
ଆଇପିଏଲ୍ 2021ର ୟୁଏଇ ଲିଗ୍ ଆରମ୍ଭ ହେବାର ମାତ୍ର କିଛି ଦିନ ପରେ ପୁଣି ଥରେ କରୋନା ଛାୟା ଟୁର୍ଣ୍ଣାମେଣ୍ଟ ଉପରେ ଘୁରି ବୁଲୁଛି । ସନରାଇଜର୍ସ ହାଇଦ୍ରାବାଦ ଦଳର ଦ୍ରୁତ ବୋଲର ଟି. ନଟରାଜନ କୋଭିଡ ପଜିଟିଭ୍ ହୋଇଛନ୍ତି।
Coronavirus in IPL 2021: ଆଇପିଏଲ୍ 2021ର ୟୁଏଇ ଲିଗ୍ ଆରମ୍ଭ ହେବାର ମାତ୍ର କିଛି ଦିନ ପରେ ପୁଣି ଥରେ କରୋନା ଛାୟା ଟୁର୍ଣ୍ଣାମେଣ୍ଟ ଉପରେ ଘୁରି ବୁଲୁଛି । କୌଣସି ଅସୁବିଧା ବିନା ଦର୍ଶକଙ୍କ ପରିପୂର୍ଣ୍ଣ ଷ୍ଟାଣ୍ଡ ମଧ୍ୟରେ 3 ଟି ମ୍ୟାଚ୍ ଖେଳାଯାଇଥିଲା । କିନ୍ତୁ ବର୍ତ୍ତମାନ କରୋନା ସନରାଇଜର୍ସ ହାଇଦ୍ରାବାଦ (SRH) ର କ୍ୟାମ୍ପରେ ପ୍ରବେଶ କରିଛି । ଦଳର ଦ୍ରୁତ ବୋଲର ଟି. ନଟରାଜନ କୋଭିଡ ପଜିଟିଭ୍ ହୋଇଛନ୍ତି। ଯାହା ପରେ ନଟରାଜନ୍ ଦଳରୁ ନିଜକୁ ଅଲଗା କରିଛନ୍ତି।

ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବା । ତେବେ ଏହି ଦ୍ରୁତ ବୋଲରଙ୍କ ବ୍ୟତୀତ କିଛି ସଦସ୍ୟ ନଟରାଜାନକଙ୍କ ସହ ସଂପର୍ସରେ ଆସିଥିବାରୁ ସେମାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରହିବାକୁ ପଡିଛି । ନିମ୍ନରେ ଦିଆଯାଇଥିବା ସମସ୍ତ ସଦସ୍ୟ କ୍ୱାରେଣ୍ଟାଇନରେ ରହିଛନ୍ତି...
- 1. ବିଜୟ ଶଙ୍କର - ଖେଳାଳି
- 2. ବିଜୟ କୁମାର - ଟିମ୍ ମ୍ୟାନେଜର
- 3. ଶ୍ୟାମ ସୁନ୍ଦର ଜେ - ଫିଜିଓଥେରାପିଷ୍ଟ
- 4. ଅଞ୍ଜନା ଭାନନ୍ - ଡାକ୍ତର
- 5. ତୁଷାର ଖେଡକର - ଲଜିଷ୍ଟିକ୍ ମ୍ୟାନେଜର
- 6. ପେରିୟାସାମି ଗଣେଶନ୍ - ନେଟ୍ ବୋଲର
ମ୍ୟାଚ୍ ଖେଳାଯିବ ତ ?
କୋଭିଡ ସକରାତ୍ମକ ମାମଲା ସାମ୍ନାକୁ ଆସିବା ପରେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ହେଉଛି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଆଜି ଖେଳାଯିବ ତ ? ବାସ୍ତବରେ, ନଟରାଜନ୍ ବ୍ୟତୀତ ଅନ୍ୟ ସମସ୍ତ ସଦସ୍ୟଙ୍କ ରିପୋର୍ଟ ନକାରାତ୍ମକ ହୋଇଛି । ତେଣୁ ମ୍ୟାଚ୍ ଖେଳାଯିବ ବୋଲି ଆଶା କରାଯାଉଛି ।
କିନ୍ତୁ ନଟରାଜଙ୍କ ବ୍ୟତୀତ ବିଜୟ ଶଙ୍କରଙ୍କ ବିନା SRH କୁ କ୍ଷେତ୍ରକୁ ଓହ୍ଲାଇବାକୁ ପଡିବ । କାରଣ ସେ ମଧ୍ୟ କ୍ୱାରେଣ୍ଟାଇନରେ ରହିଛନ୍ତି । ଉଲ୍ଲେକଆଥୁ କି, କୋଭିଡ -19 ବୃଦ୍ଧି ହେତୁ ଭାରତରେ ଖେଳାଯାଇଥିବା IPL 2021 ର ପ୍ରଥମ ପର୍ଯ୍ୟାୟ ବାତିଲ ହୋଇଥିଲା । ସମ୍ପ୍ରତି ହାଇଦ୍ରାବାଦ ଦଳ ପଏଣ୍ଟ ଟେବୁଲର ତଳେ ରହିଛି।












Click it and Unblock the Notifications