ଆଇପିଏଲ କ୍ୟାମ୍ପରେ ପଶିଲା କରୋନା, କ୍ୱାରେଣ୍ଟାଇନରେ ଦିଲ୍ଲୀ କ୍ୟାପିଟାଲ୍ସ
ଇଣ୍ଡିଆନ୍ ପ୍ରିମିୟର ଲିଗର ଚଳିତ ସିଜିନ (ଆଇପିଏଲ୍ 2022)ରେ ପଶିଲା କରୋନା । ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ର ଫିଜିୟୋ ପ୍ୟାଟ୍ରିକ୍ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ଏବେ ପୂରା ଟିମ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି।
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ଚଳିତ ସିଜିନ (ଆଇପିଏଲ୍ 2022)ରେ ପଶିଲା କରୋନା । ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ର ଫିଜିୟୋ ପ୍ୟାଟ୍ରିକ୍ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ଏବେ ପୂରା ଟିମ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି।

ଦିଲ୍ଲୀ କ୍ୟାପିଟାଲ୍ସର ପରବର୍ତ୍ତୀ ମ୍ୟାଚ୍ ପୁଣେରେ ଅନୁଷ୍ଠିତ ହେବ। ଏଥିପାଇଁ ଦଳ ପୁଣେ ଯାଇଥାନ୍ତା । କିନ୍ତୁ କରୋନା ପାଇଁ ଏହି ଟିମ୍ର ଖେଳାଳିଙ୍କୁ ଏବେ ହୋଟେଲରେ ହିଁ ଅଟକାଇ ଦିଆଯାଇଛି। ବର୍ତ୍ତମାନ ସମସ୍ତ ଖେଳାଳିଙ୍କ ଦୁଇ ଦିନ ଧରି କରୋନା ପରୀକ୍ଷା କରାଯିବ। ରିପୋର୍ଟ ଆସିବା ପରେ ହିଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ଦିଲ୍ଲୀ କ୍ୟାପିଟାଲ୍ସ ପରବର୍ତ୍ତୀ ମ୍ୟାଚରେ ପଞ୍ଜବ କିଙ୍ଗ୍ସକୁ ଭେଟିବାର ଥିଲା । ଆସନ୍ତା ଏପ୍ରିଲ ୨୦ରେ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବାର ଥିଲା । ଯେଉଁଥି ପାଇଁ ଆଜି ଅର୍ଥାତ ଏପ୍ରିଲ ୧୮ରେ ପୁଣେ ଗସ୍ତ କରିଥାନ୍ତା ଦଳ। କିନ୍ତୁ କରୋନା ଯୋଗୁଁ ଦଳର ସମସ୍ତ ଖେଳାଳିଙ୍କୁ ମୁମ୍ବାଇ ସ୍ଥିତ ଏକ ହୋଟେଲରେ କ୍ୱାରେଣ୍ଟାଇନ୍ କରାଯାଇଛି। ତେବେ ମ୍ୟାଚ ବନ୍ଦ ହେବା ନେଇ କୌଣସି ଆନୁଷ୍ଠାଠାନିକ ଘୋଷଣା କରାଯାଇ ନାହିଁ ।












Click it and Unblock the Notifications