Get Updates
Get notified of breaking news, exclusive insights, and must-see stories!

ଟିମ୍ ଇଣ୍ଡିଆକୁ ବିସିସିଆଇର କଡା ଚେତାବନୀ, କରୋନା ପଜିଟିଭି ହେଲେ ଇଂଲଣ୍ଡ ଗସ୍ତରୁ ହେବେ ବିଦା

ଭାରତୀୟ ଦଳର ଆଗାମୀ ଇଂଲଣ୍ଡ ଗସ୍ତର ଠିକ ପୂର୍ବରୁ ବିସିସିଆଇ ଖେଳାଳିମାନଙ୍କୁ ଖୋଲାଖୋଲି ଭାବେ କହିଛି ଯେ, ଯଦି ଆପଣ କରୋନା ପଜିଟିଭି ହୋଇଥିବେ, ତେବେ ଆପଣ ନିଜକୁ ଦଳରୁ ବହିଷ୍କୃତ ବୋଲି ଭାବି ପାରନ୍ତି ।

ନୂଆଦିଲ୍ଲୀ: ଭାରତୀୟ ଦଳର ଆଗାମୀ ଇଂଲଣ୍ଡ ଗସ୍ତର ଠିକ ପୂର୍ବରୁ ବିସିସିଆଇ ଖେଳାଳିମାନଙ୍କୁ ଖୋଲାଖୋଲି ଭାବେ କହିଛି ଯେ, ଯଦି ଆପଣ କରୋନା ପଜିଟିଭି ହୋଇଥିବେ, ତେବେ ଆପଣ ନିଜକୁ ଦଳରୁ ବହିଷ୍କୃତ ବୋଲି ଭାବି ପାରନ୍ତି । ଇଂଲଣ୍ଡ ଗସ୍ତ ପାଇଁ ମନୋନୀତ ହୋଇଥିବା ସମସ୍ତ ଖେଳାଳିଙ୍କୁ ବିସିସିଆଇ କହିଛି ଯେ, ଯେତେବେଳେ ଆପଣମାନେ ନିଜ ନିଜ ଘରୁ ମୁମ୍ବାଇ ଫେରିବେ ଆପଣମାନେ କରୋନା ନେଗେଟିଭ୍ ହେବା ଆବଶ୍ୟକ । ଯଦି ଆପଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସେ, ତେବେ ଆପଣ ଦଳରୁ ବାଦ ପଡିବେ । କାରଣ ଆପଣମାନଙ୍କ ପାଇଁ କୌଣସି ଅଲଗା ଚାର୍ଟର୍ ପ୍ଲେନର ବ୍ୟବସ୍ଥା କରାଯାଇ ପାରିବ ନାହିଁ ।

BCCI

ଜୁନ ୨ ରେ ଇଂଲଣ୍ଡ ଉଡିବ ଭାରତୀୟ ଦଳ

ସହାୟକ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ଆରଟିପିସିଆର ପରୀକ୍ଷା ପରେ ଇଂଲଣ୍ଡ ଗସ୍ତରେ ଯିବେ। ଯେତେବେଳେ ଏହି ସମସ୍ତ ଲୋକେ ମୁମ୍ବାଇର ହୋଟେଲରେ ପହଞ୍ଚବେ, ସେତେବେଳେ ସେମାନଙ୍କର ଆରଟିପିଆର ପରୀକ୍ଷା ସେହି ଦିନ କରାଯିବ । ଏହି ସମସ୍ତ ଲୋକେ ମୁମ୍ବାଇରେ ପହଞ୍ଚିବା ପରେ ବିସିସିଆଇର ବାୟୋ ବବୁଲରେ ଯୋଗଦେବେ ।

BCCI

ଉଲ୍ଲେଖଥାଉ କି, ଜୁନ 2 ରେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡ ଯିବ । ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ ପରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ମ୍ୟାଚ୍ ଖେଳିବ।

ପଜିଟିଭ ହେଲେ ଦଳରୁ ବିଦା

ବିସିସିଆଇ ସୂତ୍ର ଅନୁଯାୟୀ, ଖେଳାଳିମାନଙ୍କୁ କୁହାଯାଇଛି ଯେ ଯଦି ସେମାନେ ମୁମ୍ବାଇ ଆସିବା ସମୟରେ କରୋନା ସଂକ୍ରମିତ ହୋଇଥିବାର ଦେଖାଯାଏ, ତେବେ ସେମାନେ ନିଜକୁ ଦଳରୁ ବାଦ ବୋଲି ଭାବି ନେବେ । ଏହି ଖେଳାଳୀମାନଙ୍କ ପାଇଁ ବିସିସିଆଇ ପୃଥକ ଚାର୍ଟର୍ ଫ୍ଲାଇଟ୍ ପ୍ରଦାନ କରିବ ନାହିଁ ବୋଲି ସଫା ସଫା ମନା କରି ଦେଇଛି । ବାସ୍ତବରେ କରୋନା ସଂକ୍ରମଣ ହେତୁ ବିସିସିଆଇକୁ ଆଇପିଏଲର ଚଳିତ ଋତୁକୁ ସ୍ଥଗିତ ରଖିବାକୁ ପଡିଛି । ଏହା ପରେ ବିସିସିଆଇ କୌଣସି ରିକ୍ସ ନେବାକୁ ଚାହୁଁନାହିଁ ।

Team India

ଟିକାକରଣ ଜରୁରୀ

ଏହା ସହିତ ବିସିସିଆଇ ଦଳର ସଦସ୍ୟମାନଙ୍କୁ କୋଭିସିଲ୍ଡର ପ୍ରଥମ ଡୋଜ ନେବାକୁ କହିଛି ଏବଂ ଏହା ପରେ ବିସିସିଆଇ ଇଂଲଣ୍ଡର ଏହି ଖେଳାଳିଙ୍କ ପାଇଁ ଦ୍ୱିତୀୟ ଡୋଜ୍ ବ୍ୟବସ୍ଥା କରିବ। ଇଂଲଣ୍ଡରେ ଆଷ୍ଟ୍ରାଜେନେକା ଟିକା ଉପଲବ୍ଧ, ଯାହାକି କୋଭଶିଲ୍ଡର ଅନ୍ୟ ଏକ ରୂପ । ତେଣୁ ଇଂଲଣ୍ଡରେ ଦଳର ଖେଳାଳିଙ୍କ ପାଇଁ ବିସିସିଆଇ ଏହାର ବ୍ୟବସ୍ଥା କରିବ। ବିସିସିଆଇ କହିଛି ଯେ ମୁମ୍ବାଇ ଛାଡିବା ପୂର୍ବରୁ ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଠାରୁ କରୋନା ସମ୍ବନ୍ଧୀୟ ଦୁଇଟି ରିପୋର୍ଟ ନେଗେଟିଭ ହେବା ଆବଶ୍ୟକ।

Team India

ସୁରକ୍ଷିତ ବାୟୋ ବବୁଲ୍ ପ୍ରାଥମିକତା

ବାୟୋ ବବୁଲରେ କୌଣସି ସଂକ୍ରମଣ ନହେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଖେଳାଳିମାନେ କାର କିମ୍ବା ବିମାନ ଯୋଗେ ମୁମ୍ବାଇ ଆସିବାର ବିକଳ୍ପ ପାଇବେ । ଟିକାକରଣ ପାଇଁ ବିସିସିଆଇ ଖେଳାଳିମାନଙ୍କୁ କହିଛି ଯେ ସେମାନେ ଇଂଲଣ୍ଡରେ କୋଭେସିଲ୍ଡର ଦ୍ୱିତୀୟ ଡୋଜ ପାଇବେ। ସୂଚନାଥାଉ ଯେ, ବିରାଟ କୋହଲି, ଇଶାନ୍ତ ଶର୍ମା, ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ଉମେଶ ଯାଦବ କରୋନା ଟିକା ଗ୍ରହଣ କରିସାରିଛନ୍ତି। ଆଗାମୀ ଦିନରେ ଅଧିକ ଖେଳାଳିଙ୍କୁ ଟିକାକରଣ କରାଯିବ । ବିସିସିଆଇ ଖେଳାଳିଙ୍କୁ କହିଛି ଯେ ଯଦି ସେମାନେ କୋଭିଶିଲ୍ଡର ଟିକା ନ ପାଆନ୍ତି, ତେବେ ସେମାନେ ଆମ ସହ ଯୋଗାଯୋଗ କରି ପାରିବେ, ବୋର୍ଡ ସେମାନଙ୍କ ପାଇଁ ବ୍ୟବସ୍ଥା କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+