ରାଜ୍ୟଗୋଷ୍ଠୀ କ୍ରୀଡା: ରିଲେ ଫାଇନାଲରେ ଆଜି ଦୌଡିବେ ଦୁଇ ଓଡ଼ିଆ ଦୂତୀ ଓ ଶ୍ରାବଣୀ
ଆଜି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରିଲେ ଇଭେଣ୍ଟରେ ସ୍ପିଣ୍ଟର ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିଛି । ଏମାନଙ୍କ ସହ ହିମା ଦାସ ଓ ଜ୍ୟୋତି ୟାରାଜୀଙ୍କୁ ନେଇ ଗଠିତ ୪ ଗୁଣା ୧୦୦ ମିଟର ମହିଳା ରିଲେ ଦଳ ବର୍ମିଂହେମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନ
ବର୍ମିଂହାମ: ଆଜି ବର୍ମିଂହାମ ଟ୍ରାକରେ ଦୌଡ଼ିବେ ଦୁଇ ଓଡ଼ିଆ। ଆଜି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରିଲେ ଇଭେଣ୍ଟରେ ସ୍ପିଣ୍ଟର ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିଛି । ଏମାନଙ୍କ ସହ ହିମା ଦାସ ଓ ଜ୍ୟୋତି ୟାରାଜୀଙ୍କୁ ନେଇ ଗଠିତ ୪ ଗୁଣା ୧୦୦ ମିଟର ମହିଳା ରିଲେ ଦଳ ବର୍ମିଂହେମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନାଲରେ ପ୍ରବେଶ କରିଛନ୍ତି ।

ରିଲେ ପ୍ରଥମ ହିଟରେ ଭାରତ ଭଲ ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନରେ ରହି ଫାଇନାଲ ଟିକେଟ୍ ହାତେଇଛି । ଏହି ହିଟରେ ଜାମାଇକା ପ୍ରଥମ ସ୍ଥାନ ଅଧିକାର କରିଥିଲା । ଆଜି ଫାଇନାଲ ଇଂଭେଟ ରହିଛି । ଏଥିରେ ଭାରତ, ଜାମାଇକା, ସ୍କଟଲାଣ୍ଡ, ନାଇଜେରିଆ, ଇଂଲଣ୍ଡ, ଅଷ୍ଟେଲିଆ ତ୍ରନିଦାଦ ଆଣ୍ଡ ଟବାଗୋ ଓ ଘାନା ଅଂଶଗ୍ରହଣ କରିବେ ।
ସେପଟେ ବ୍ୟକ୍ତିଗତ ୧୦୦ ମିଟର ଦୈଡରେ ନିରାଶ କରିଥିଲେ ଦୂତୀ । ଉକ୍ତ ଇଭେଣ୍ଟରେ ଦୂତୀଙ୍କଠୁ ଭଲ ପ୍ରଦର୍ଶନ ଆଶା ଥିବାବେଳେ ଦୂତୀ ଫେଲ ମାରିଥିଲେ । ରାଉଣ୍ଡ-୧ ହିଟ୍ ୫ରେ ଚତୁର୍ଥ ସ୍ଥାନରେ ରହି ସେମିରୁ ବଞ୍ଚିତ ହୋଇଥିଲେ । ୧୧.୫୫ ସେକେଣ୍ଡରେ ଦୂରତା ପାର କରି ଦୂତୀ ସେମିରୁ ବଞ୍ଚିତ ହୋଇଥିଲେ । ୧୦୦ ମିଟର ହିଟରେ ଦୂତୀ ଭଲପ୍ରଦର୍ଶନ କରିବା ନେଇ ସମଗ୍ର ଓଡିଶା ଓ ଭାରତବାସୀ ଆଶାବାଦୀ ଥିଲେ।
ସୂଚନାଯୋଗ୍ୟ ଯେ, ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଚାଲିଛି ସଫଳତା । ମୋଟ୍ ୪୦ଟି ପଦକ ସହ ମେଡାଲ ତାଲିକାରେ ପଞ୍ଚମ ସ୍ଥାନରେ ଭାରତ । ଏ ପର୍ଯ୍ୟନ୍ତ ମୋଟ୍ ୧୩ଟି ସୁନା, ୧୧ଟି ରୂପା ଓ ୧୬ଟି ବ୍ରୋଞ୍ଜ ପଦକ ଦେଶ ନାଁରେ ହୋଇଛି । କମନୱେଲ୍ଥ ଗେମ୍ସର ନବମ ଦିନରେ ସର୍ବାଧିକ ୧୪ଟି ମେଡାଲ ଜିତି ରେକର୍ଡ କରିଛି ଦେଶ ।












Click it and Unblock the Notifications