ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମହିଳା ପରେ ସେମିରେ ଭାରତୀୟ ପୁରୁଷ ହକି ଦଳ
ପୁଲ୍ ବି ର ଶେଷ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ୱେଲ୍ସକୁ 4-1ରେ ପରାସ୍ତ କରିଛି । ଭାରତ ପାଇଁ ହରମାନପ୍ରୀତ ସିଂ ହ୍ୟାଟ୍ରିକ୍ ଗୋଲ୍ ସ୍କୋର କରିଥିଲେ। ଏହା ସହ ଭାରତୀୟ ଦଳ କ୍ରମାଗତ ଚତୁର୍ଥ ଥର ପାଇଁ କମନୱେଲଥ ଗେମ୍ସର ସେମି ଫାଇନାଲରେ ପ୍ରବେଶ କରିଛି ।
ନୂଆଦିଲ୍ଲୀ: ପୁଲ୍ ବି ର ଶେଷ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ୱେଲ୍ସକୁ 4-1ରେ ପରାସ୍ତ କରିଛି । ଭାରତ ପାଇଁ ହରମାନପ୍ରୀତ ସିଂ ହ୍ୟାଟ୍ରିକ୍ ଗୋଲ୍ ସ୍କୋର କରିଥିଲେ। ଏହା ସହ ଭାରତୀୟ ଦଳ କ୍ରମାଗତ ଚତୁର୍ଥ ଥର ପାଇଁ କମନୱେଲଥ ଗେମ୍ସର ସେମି ଫାଇନାଲରେ ପ୍ରବେଶ କରିଛି । ପୁରୁଷ ହକି ଦଳ କମନୱେଲଥ ଗେମ୍ସ ଇତିହାସରେ କେବେବି ସ୍ୱର୍ଣ୍ଣ ଜିତି ନାହିଁ । ଏଥର ମନପ୍ରୀତ ସିଂଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ସ୍ୱର୍ଣ୍ଣ ଜିତିବାର ଏକ ସୁବର୍ଣ୍ଣ ସୁଯୋଗ ପାଇଛି ।

ପ୍ରଥମ ମ୍ୟାଚରେ ଘାନାକୁ 11-0 ଏବଂ ତୃତୀୟ ମ୍ୟାଚରେ କାନାଡାକୁ 8-0 ରେ ପରାସ୍ତ କରିଥିବା ଭାରତୀୟ ଦଳ ଇଂଲଣ୍ଡ ସହ 4-4 ଡ୍ର ଖେଳିଛି । ବିଶ୍ୱ ମାନ୍ୟତା ପଞ୍ଚମ ମାନ୍ୟତା ମନପ୍ରୀତ ସିଂଙ୍କ ଦଳ ହାରାହାରି 22 ଗୋଲ ଦେଇ ପୁଲ୍ ବି ଶୀର୍ଷରେ ରହିଛି ଏବଂ ଶେଷ ମ୍ୟାଚରେ ଇଂଲଣ୍ଡ କାନାଡାକୁ 15-0ରେ ପରାସ୍ତ ନକଲେ ସେମିଫାଇନାଲରେ ଆଉ ଅଷ୍ଟ୍ରେଲିଆକୁ ଭେଟିବ ନାହିଁ ।
ଭାରତୀୟ ପୁରୁଷ ହକି ଟିମ୍ ପାଇଁ ଆଜିର ମ୍ୟାଚ୍ ବେଶ ସହଜ ଥିଲା। ୱେଲ ଅପେକ୍ଷାକୃତ ଦୁର୍ବଳ ହୋଇଥିବାରୁ ଆରମ୍ଭରୁ ହିଁ ଦଳ ତା'ର ଦବଦବା ଦେଖାଇଥିଲା। କିନ୍ତୁ ୱେଲ୍ସର ଗୋଲପୋଷ୍ଟ ମଧ୍ୟରେ ବଲ ମାରିବାକୁ ଦଳ ସକ୍ଷମ ହୋଇ ନଥିଲା। ଫଳରେ ପ୍ରଥମ କ୍ୱାର୍ଟରରେ ସ୍ଥିତି ୦-୦ ରହିଥିଲା। ତେବେ ଦ୍ୱିତୀୟ କ୍ୱାର୍ଟରରେ ସ୍ଥିତି ବଦଳି ଥିଲା। ଭାରତର ଡ୍ରାଗ ଫ୍ଲିକର ଦୁଇ ମିନିଟ ମଧ୍ୟରେ ଦୁଇଟି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତିକୁ ୨-୦ କରି ଦେଇଥିଲେ। ସେ ୧୯ତମ ଓ ୨୦ତମ ମିନଟରେ ଗୋଲ ସ୍କୋର କରିଥିଲେ।
ୱେଲ୍ସ କାଉଣ୍ଟର ଆଟାକ କରିଥିଲେ ମଧ୍ୟ ସୁଫଳ ପାଇ ନଥିଲେ। ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୨-୦ରେ ଆଗରେ ରହିଥିଲା। ତୃତୀୟ କ୍ୱାର୍ଟରରେ ଭାରତକୁ ଗୋଟିଏ ପେନାଲ୍ଟ ଷ୍ଟୋକ ମିଳିଥିଲା। ମ୍ୟାଚ୍ର ୪୦ତମ ମିନିଟରେ ମିଳିଥିବା ପେନାଲ୍ଟି ଷ୍ଟୋକକୁ ହରମନପ୍ରୀତ ଗୋଲରେ ପରିଣତ କରିଥିଲେ। ଏଥିସହ ସେ ମ୍ୟାଚ୍ରେ ନିଜର ହ୍ୟାଟ୍ରିକ ହାସଲ କରିଥିଲେ।
୪ର୍ଥ କ୍ୱାର୍ଟରରେ ଗୁରଜନ୍ତ ସିଂହ ଚମତ୍କାର ଫିଲ୍ଡ ଗୋଲ କରି ଭାରତ ପାଇଁ ୪ର୍ଥ ଗୋଲ ସ୍କୋର କରିଥିଲେ। ମ୍ୟାଚ୍ ସରିବାକୁ ଆଉ ମାତ୍ର ୫ ମିନିଟରୁ କମ ସମୟ ଥିବା ବେଳେ ୱେଲ୍ସ ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲା। ହେଲେ ଭାରତ ୪-୧ରେ ମ୍ୟାଚ୍ ଜିତି ସେମିରେ ନିଜର ସ୍ଥାନ ପକ୍କା କରିଥିଲା।












Click it and Unblock the Notifications