ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତର ପଦକ ସଂଖ୍ୟା ୯କୁ ବୃଦ୍ଧି

ଚତୁର୍ଥ ଦିବସରେ ହରଜିନ୍ଦର କୌର ମହିଳାଙ୍କ ୭୧ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୯ରେ ପହଂଚିଛି ।

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣି ଭାରୋତ୍ତୋଳନରେ ଭାରତକୁ ମିଳିଛ ସଫଳତା । ଚତୁର୍ଥ ଦିବସରେ ହରଜିନ୍ଦର କୌର ମହିଳାଙ୍କ ୭୧ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୯ରେ ପହଂଚିଛି । ସେହିପରି ଭାରୋତ୍ତୋଳନରେ ଭାରତ ୭ଟି ପଦକ ଜିତି ରେକର୍ଡ କରିଛି ।

Commonwealth Game

ଭାରତୀୟ ମହିଳା ଜୁଡୋ ଖେଳାଳି ଲିକ୍‍ମାବାମ ସୁଶୀଳା ଦେବୀ ଚଳିତ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଛନ୍ତି। ସୋମବାର ଅନୁଷ୍ଠିତ ୪୮ କେଜି ବର୍ଗ ଫାଇନାଲ ମୁକାବିଲାରେ ସେ ଦକ୍ଷିଣ ଆଫ୍ରିକାର ମାଇକେଲା ହ୍ୱାଇଟବୁଇଙ୍କଠାରୁ ପରାସ୍ତ ହୋଇ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ଏହାପୂର୍ବରୁ ସେମିଫାଇନାଲରେ ସୁଶୀଳା ମରିସସ୍‍ର ପ୍ରିସ୍‍କିଲା ମୋରାଣ୍ଡାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଏଥିପୂର୍ବରୁ ସକାଳେ ଅନୁଷ୍ଠିତ ସେମିଫାଇନାଲରେ ସୁଶୀଳା ମରିସସ୍‍ର ପ୍ରିସିଲା ମୋରଣ୍ଡଙ୍କୁ ପରାସ୍ତ କରିଥିଲେ। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଜନ୍ମିତ ୨୭ ବର୍ଷୀୟା ସୁଶୀଳା ପୂର୍ବରୁ ୨୦୧୪ ଗ୍ଲାସ୍‍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହି ବର୍ଗରେ ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ।

ଜୁଡୋ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ପଦକ ବିଜୟ କୁମାର ଯାଦବ ଦେଇଛନ୍ତି। ସୋମବାର ପୁରୁଷ ୬୦ କିଗ୍ରା ବିଭାଗରେ ବିଜୟ ଏହି ପଦକ ସଫଳତା ଦେଇଥିଲେ। କାଂସ୍ୟ ପଦକ ମୁକାବିଲାରେ ସେ ସାଇପ୍ରସ୍‍ର ପେଟ୍ରୋସ କ୍ରିଷ୍ଟୋଡୋଉଲିଡେସ୍‍ଙ୍କୁ ପରାସ୍ତ କରିଥିଲେ।

ଏଥିସହ ୩ଟି ଲେଖାଏ ସ୍ୱର୍ଣ୍ଣ ଓ ରୌପ୍ୟ ଏବଂ ୨ଟି କାଂସ୍ୟ ପଦକ ସହ ଭାରତୀୟ ଖେଳାଳିମାନେ ମୋଟ୍‍ ୯ଟି ପଦକ ହାସଲ କରିଛି। ଭାରୋତ୍ତୋଳନରେ ମୀରାବାଇ ଚାନୁ, ଜେରେମି ଲାଲା ରୁନିଙ୍ଗା ଓ ଅଚିନ୍ତ ଶିଉଳି ସ୍ୱର୍ଣ୍ଣିମ ସଫଳତା ହାସଲ କରିଥିଲେ। ସେହିପରି ସୁଶୀଳା, ସଙ୍କେତ ସର୍ଗର ଓ ବିନ୍ଦ୍ୟାରାଣୀ ଦେବୀଙ୍କୁ ରୌପ୍ୟ ପଦକ ମିଳିଥିବା ବେଳେ ବିଜୟ ଓ ଗୁରୁରାଜ ପୂଜାରୀ କାଂସ୍ୟ ପଦକ ହାସଲ କରିଥିଲେ। ମହିଳା-୪ ଲନ୍‍ ବାଉନ୍ସ ଟିମ୍‍ ଫାଇନାଲରେ ପ୍ରବେଶ କରି ଆଉଏକ ରୌପ୍ୟ ପଦକ ଜିତିବା ସ୍ପଷ୍ଟ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+