Get Updates
Get notified of breaking news, exclusive insights, and must-see stories!

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଚତୁର୍ଥ ସ୍ଥାନରେ ରହି ସେମିରୁ ବଞ୍ଚିତ ହେଲେ ଦୂତୀ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପ୍ରଦର୍ଶନ ଚମତ୍କାର ରହିଥିବା ବେଳେ ନିରାଶ ହେବାକୁ ପଡିଛି ଓଡିଶା କ୍ରୀଡା ପ୍ରେମୀଙ୍କୁ । କାରଣ ରାଜ୍ୟ ଲୋକପ୍ରିୟା ତଥା ଓଡିଆ ସ୍ପିଣ୍ଟର ଦୂତୀ ଚାନ୍ଦ ଆଜି ରାଜ୍ୟଗୋଷ୍ଠୀ କ୍ରୀଡାରେ ଫେଲ୍ ମାରିଛନ୍ତି ।

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପ୍ରଦର୍ଶନ ଚମତ୍କାର ରହିଥିବା ବେଳେ ନିରାଶ ହେବାକୁ ପଡିଛି ଓଡିଶା କ୍ରୀଡା ପ୍ରେମୀଙ୍କୁ । କାରଣ ରାଜ୍ୟ ଲୋକପ୍ରିୟା ତଥା ଓଡିଆ ସ୍ପିଣ୍ଟର ଦୂତୀ ଚାନ୍ଦ ଆଜି ରାଜ୍ୟଗୋଷ୍ଠୀ କ୍ରୀଡାରେ ଫେଲ୍ ମାରିଛନ୍ତି ।

Dutee Chand

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦୦ ମିଟର ଦୌଡ଼ରେ ବିଫଳ ହୋଇଛନ୍ତି ଦୂତୀ । ରାଉଣ୍ଡ-୧ ହିଟ୍ ୫ରେ ଚତୁର୍ଥ ସ୍ଥାନରେ ରହି ସେମିରୁ ବଞ୍ଚିତ ହୋଇଛନ୍ତି । ୧୧.୫୫ ସେକେଣ୍ଡରେ ଦୂରତା ପାର କରି ଦୂତୀ ସେମିରୁ ବଞ୍ଚିତ ହୋଇଛନ୍ତି । ଆଜି ପଞ୍ଚମ ଦିନରେ ଟ୍ରାକକୁ ଓହ୍ଲାଇଥିଲେ ଓଡିଆ ଝିଅ ତଥା ଧାବିକା ଦୂତୀ ଚାନ୍ଦ। ୧୦୦ ମିଟର ହିଟରେ ଦୂତୀ ଭଲପ୍ରଦର୍ଶନ କରିବା ନେଇ ସମଗ୍ର ଓଡିଶା ଓ ଭାରତବାସୀ ଆଶାବାଦୀ ଥିଲେ।

ସୂଚନାଯୋଗ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 100 ମିଟର ହିଟରେ ଭାରତୀୟ ଧାବିକା ଧାନଲଷ୍ମୀ ଭାରତ ପାଇଁ ଅଂଶଗ୍ରହଣ କରିଥାନ୍ତେ, ତେବେ ସେ ଡୋପ ଟେଷ୍ଟରେ ଧରା ପଡିବା ପରେ ଦୂତୀ ଚାନ୍ଦଙ୍କୁ ଏହି ସୁଯୋଗ ମିଳିଥିଲା। ବିଶ୍ବ ମାନ୍ୟତା ଅନୁଯାୟୀ ଦୂତୀ ଉଭୟ ୧୦୦ ଓ ୨୦୦ ମିଟର ଦୌଡ ଇଭେଣ୍ଟକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ତେବେ ଆଜି ଦୂତୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଥିଲା କିନ୍ତୁ ଏଥିରୁ ବଞ୍ଚିତ ହେବା ପରେ 6 ଅଗଷ୍ଟରେ ଦୂତୀଚାନ୍ଦ 4×100 ମିଟର ରିଲେ ଉପରେ ନଜର ରହିଛି। 6 ଅଗଷ୍ଟରେ ଦୂତୀଚାନ୍ଦଙ୍କ ସହ ଶ୍ରାବଣୀ ମଧ୍ୟ 4×100 ମିଟର ରିଲେ ଦୌଡ଼ିବେ ।

ସୂଚନା ଅନୁସାରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ କ୍ରୀଡାବିତ ମାନଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ଭାରତକୁ ୯ଟି ପଦକ ମିଳିସାରିଛି । ସେଥିମଧ୍ୟରୁ ୩ଟି ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+