ଟ୍ରିପଲ ଜମ୍ପରେ ଭାରତକୁ ଡବଲ ପଦକ
ଟ୍ରିପଲ ଜମ୍ପରେ ଭାରତ ହାସଲ କରିଛି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ । ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏଲଡୋସ ପୌଲ । ସେହିପରି ଅବଦୁଲ୍ଲା ଆବୁବାକର ଜିତିଛନ୍ତି ରୌପ୍ୟ ପଦକ ।
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଆଉ ଏକ ସଫଳତା ମିଳିଛି । ଟ୍ରିପଲ ଜମ୍ପରେ ଭାରତ ହାସଲ କରିଛି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ । ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏଲଡୋସ ପୌଲ । ସେହିପରି ଅବଦୁଲ୍ଲା ଆବୁବାକର ଜିତିଛନ୍ତି ରୌପ୍ୟ ପଦକ ।

ଏଲଡୋସଙ୍କ ସଫଳତାକୁ ମିଶାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୬ଟି ସ୍ୱର୍ଣ୍ଣ ପଦକ ହାତେଇଛି। ରବିବାର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ମୋଟ୍ ୩ଟି ସ୍ୱର୍ଣ୍ଣ ପଦକ ହାତେଇବାରେ ସଫଳ ହୋଇଛି। ସେହିପରି ଏହି ପ୍ରତିଯୋଗିତାରେ ଭାରତୀୟ ଖେଳାଳୀ ଅବଦୁଲ୍ଲା ଅବୁବାକର ତାଙ୍କ ପଞ୍ଚମ ପ୍ରୟାଶରେ ୧୭.୦୨ ମିଟର ଜମ୍ପ କରି ରୌପ୍ୟ ପଦକ ଲାଭ କରିଛନ୍ତି। ଅନ୍ୟପଟେ ବରମୁଣ୍ଡାର ଜହ-ନାଇ ପରିଞ୍ଚିଫ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେହିଭଳି ୧୦ କିମି ବର୍ଗ ଦୌଡ ପ୍ରତିଯୋଗିତାରେ ଭାରତର ସନ୍ଦୀପ କୁମାର କାଂସ୍ୟ ପଦକ ଜିତିଛନ୍ତି ।












Click it and Unblock the Notifications