ରାଜ୍ୟଗୋଷ୍ଠୀ କ୍ରୀଡ଼ା: ବକ୍ସିଂରେ ଭାରତକୁ ଡବଲ ସ୍ବର୍ଣ୍ଣ ପଦକ

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଉପରେ ପଦକ ବର୍ଷା ଜାରି ରହିଛି । ବକ୍ସିଂରେ ଭାରତକୁ ଡବଲ ସ୍ବର୍ଣ୍ଣ ପଦକ ମିଳିଛି । ଉଭୟ ପୁରୁଷ ଓ ମହିଳା ବକ୍ସିଂରେ ଏହି ସଫଳତା ହସଲ କରିଛି ଭାରତ ।

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଉପରେ ପଦକ ବର୍ଷା ଜାରି ରହିଛି । ବକ୍ସିଂରେ ଭାରତକୁ ଡବଲ ସ୍ବର୍ଣ୍ଣ ପଦକ ମିଳିଛି । ଉଭୟ ପୁରୁଷ ଓ ମହିଳା ବକ୍ସିଂରେ ଏହି ସଫଳତା ହସଲ କରିଛି ଭାରତ । ୪୮ କେଜି ବର୍ଗର ମହିଳା ବକ୍ସିଂରେ ନିତୁ ଘଂଘାସ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ୫୧ କିଗ୍ରା ବର୍ଗରେ ଅମିତ ପଙ୍ଘଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

Commonwealth Games

୪୮ କେଜି ବର୍ଗ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଅମିତ ଫଙ୍ଗଲ । ଇଂଲଣ୍ଡର କାଇରରନ ମାକଡୋନାଲଙ୍କୁ ୫-୦ରେ ହରାଇଛନ୍ତି ଅମିତ । ଆଜି ବକ୍ସିଂରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଇଥିଲେ ନୀତୁ । ଭାରତ ତରଫରୁ ନୀତୁ ଘାଂଘାସ ଇଂଲଣ୍ଡର ଡେମୀ ଜେଡକୁ ୫-୦ ରେ ପରାଜିତ କରିଛନ୍ତି । ଏହି ଗେମ୍ସରେ ଚଳିତ ସିଜିନରେ ଏହା ଭାରତ ପାଇଁ ୧୪ତମ ସ୍ୱର୍ଣ୍ଣପଦକ ।

ଅନ୍ୟପଟେ ଭାରତୀୟ ମହିଳା ହକି ଟିମ ବି ଆଜି ବ୍ରୋଞ୍ଜ ପଦକ ହାତେଇଛି । ଦଳ ନ୍ୟୁଜଲାଣ୍ଡକୁ ୨-୧ ଗୋଲରେ ପରାଜିତ କରି ଏହି ପଦକ ହାସଲ କରିଛି । ଏହା ପୂର୍ବରୁ ଭାରତୀୟ ମହିଳା ହକି ଟିମ ୨୦୦୨ ରେ ସ୍ୱର୍ଣ୍ଣ ଓ ୨୦୦୬ ରେ ରୌପ୍ୟପଦକ ହାସଲ କରିଥିଲା ।

ସେପଟେ ପି ବି ସିନ୍ଧୁ ବି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ନିଜର ପଦକ ପକ୍କା କରିଛନ୍ତି । ସେ ସେମିଫାଇନାଲ ମୁକାବିଲାରେ ସିଂଗାପୁରର ଜିୟା ମିନଙ୍କୁ ୨୧-୧୯ ଓ ୨୧-୧୭ ରେ ପରାଜିତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+