ରାଜ୍ୟଗୋଷ୍ଠୀ କ୍ରୀଡା: ମହିଳା ହକିରେ ଭାରତକୁ ବ୍ରୋଞ୍ଜ
ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ହକି ଦଳକୁ ସଫଳତା ମିଳିଛି । ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ପେନାଲ୍ଟି ସୁଟ୍ ଆଉଟ୍ରେ ଭାରତ କାଂସ୍ୟ ପଦକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି ।
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ହକି ଦଳକୁ ସଫଳତା ମିଳିଛି । ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ପେନାଲ୍ଟି ସୁଟ୍ ଆଉଟ୍ରେ ଭାରତ କାଂସ୍ୟ ପଦକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି । ନିର୍ଦ୍ଧାରିତ ସମୟ ସମୟରେ ଉଭୟ ଦଳର ଗୋଲ୍ ୨-୨ରେ ସମାନ ରହିଥିଲା । ଫଳରେ ନିୟମ ଅନୁଯାୟୀ, ପେନାଲ୍ଟି ସୁଟ୍ଆଉଟରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ପାଇଁ ନିଷ୍ପତ୍ତି ହୋଇଥିଲା ।

ଭାରତୀୟ ଟିମ ମ୍ୟାଚର ଶେଷ ମୁହୂର୍ତ୍ତ ଯାଏଁ ୧-୦ରେ ଆଗରେ ଥିଲା କିନ୍ତୁ ଶେଷ ୩୦ ସେକେଣ୍ଡରୁ କମ ସମୟରେ ବିରୋଧୀ ଦଳ ଏକ ପେନଲ୍ଟି କର୍ଣ୍ଣର ପାଇଥିଲେ । ନ୍ୟୁଜିଲାଣ୍ଡ ଟିମ ଏହି ପେନଲ୍ଟିକୁ ଗୋଲରେ ପରିଣତ କରିଥିଲା । ଏହାସହ ମ୍ୟାଚରେ ବରାବର ହୋଇଥିଲା । ଏହାପରେ ମ୍ୟାଚର ରେଜଲ୍ଟ ପାଇଁ ସୁଟ ଆଉଟ ହୋଇଥିଲା ।
ମ୍ୟାଚର ଦ୍ୱିତୀୟ କ୍ୱାର୍ଟରର ୧୪ ତମ ମିନିଟରେ ଭାରତ ପକ୍ଷରୁ ସଲିମା ଟେଟେ ଗୋଲ ସ୍କୋର କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ | ତେବେ କିୱି ଦଳ ଶେଷ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ଦେଇ ଗୋଲ ସ୍କୋର କରିଥିଲା ଏବଂ ମ୍ୟାଚ ସୁଟଆଉଟରେ ପହଞ୍ଚିଥିଲା। ଏହା ପୂର୍ବରୁ ଭାରତ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲା, ମାତ୍ର ୧୬ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ ପଦକ ଜିତିବାରେ ସଫଳ ହୋଇଛି ।
ସୂଚନା ଥାଉ କି ଯେ ଗତ ବର୍ଷ ଟୋକିଓରେ ଆୟୋଜିତ ଅଲିମ୍ପିକ୍ ଗେମ୍ସରେ ସେମିଫାଇନାଲ ପରେ ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଏହା ହେଉଛି ଭାରତର ୪୧ତମ ପଦକ ।












Click it and Unblock the Notifications