Get Updates
Get notified of breaking news, exclusive insights, and must-see stories!

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଜନ୍ମଦିନରେ ପଦକ ହାତେଇଲେ ରେସଲର ଅଂଶୁ ମଲିକ

କମନୱେଲଥ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡ଼ା)ରେ ଭାରତର 21 ବର୍ଷୀୟ ରେସଲରଅଂଶୁ ମଲିକ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଛନ୍ତି । ମାତ୍ର ସେ ମହିଳା 57 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ହାତେଇଛନ୍ତି ।

ନୂଆଦିଲ୍ଲୀ: କମନୱେଲଥ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡ଼ା)ରେ ଭାରତର 21 ବର୍ଷୀୟ ରେସଲରଅଂଶୁ ମଲିକ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଛନ୍ତି । ମାତ୍ର ସେ ମହିଳା 57 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ହାତେଇଛନ୍ତି । କମନୱେଲଥ ଗେମ୍ସରେ ଏହା ହେଉଛି ଭାରତର 21 ତମ ପଦକ । ଫାଇନାଲରେ ନାଇଜେରିଆର ଓଡୁନାୟୋ ଆଡେକୁରୋଏଙ୍କଠୁ ଅଂଶୁ 6-4 ରେ ପରାସ୍ତ ହୋଇଛନ୍ତି ।

Anshu Malik

ଏହା ପୂର୍ବରୁ ଅଂଶୁ ପ୍ରତ୍ୟେକ ମ୍ୟାଚ୍ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ସେ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆର ଆଇରେନ୍ ସିମୋନିଡିସ୍ ଏବଂ ସେମିଫାଇନାଲରେ ଶ୍ରୀଲଙ୍କାର ନେଥମି ପୋରୁଥୋଟେଜଙ୍କୁ ହରାଇଥିଲେ । ଅଂଶୁ ମଲିକ ତାଙ୍କର 21 ତମ ଜନ୍ମଦିନ ଅବସରରେ ଏହି ପଦକ ଜିତିଛନ୍ତି । ଏହା ହେଉଛି ତାଙ୍କର ପ୍ରଥମ କମନୱେଲଥ ଗେମ୍ସ । ଏହି ପ୍ରତିଭାଶାଳୀ କୁସ୍ତି ନିଜର ଡେବ୍ୟୁ କମନ୍ୱେଲଥ୍ ଗେମ୍ସରେ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ।

ଆରମ୍ଭରୁ ହିଁ ଓଡୁନୋୟା ୪ ପଏଣ୍ଟ ନେଇ ଅଂଶଙ୍କୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଏହାପରେ ଅଂଶୁ ଆଟାକିଂ ଖେଳିଥିଲେ । ହେଲେ ସେ ତ୍ରୁଟି କରିବାରୁ ଓଡୁନୋୟାଙ୍କୁ ଆଉ ୨ ପଏଣ୍ଟ ମିଳିଥିଲା। ଶେଷ ମିନିଟରେ ଅଂଶୁ ୪ ପଏଣ୍ଟ ହାସଲ କରିଥିଲେ ମଧ୍ୟ ମ୍ୟାଚ୍‌ ଜିତିବାକୁ ଏହା ସକ୍ଷମ ହୋଇଥିଲା । ଶେଷରେ ଅଂଶୁ ସ୍ୱର୍ଣ୍ଣ ପଦକ ମ୍ୟାଚ୍‌କୁ ୪-୬ରେ ହାରି ଯାଇଛନ୍ତି । ଓଡୁନୋୟଙ୍କ ଏହା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରମାଗତ ତୃତୀୟ ସ୍ୱର୍ଣ୍ଣ । ସେ ୨୦୧୪ ଓ ୨୦୧୮ରେ ସ୍ୱର୍ଣ୍ଣ ଜିତିଥିଲେ । ତେବେ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ଦୀପକ ପୁନିଆ ଏବେ ବି ସ୍ୱର୍ଣ୍ଣ ପଦକ ମ୍ୟାଚ୍‌ ଖେଳିବାକୁ ବାକି ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+