Get Updates
Get notified of breaking news, exclusive insights, and must-see stories!

Bajrang Punia Wins Gold: କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିଲେ ବଜରଙ୍ଗ ପୁନିଆ

ବର୍ମିଂହାମରେ ଚାଲିଥିବା 2022 କମନୱେଲଥ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡ଼ା)ରେ ଭାରତର ବଜରଙ୍ଗ ପୁନିଆ ଚମତ୍କାର ପ୍ରଦର୍ଶନ କରିଛନ୍ତି । 65 କିଲୋଗ୍ରାମ ଓଜନ ବର୍ଗରେ କାନାଡାର ରେସଲରଙ୍କୁ ପରାସ୍ତ କରି ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

Bajrang Punia Wins Gold: ବର୍ମିଂହାମରେ ଚାଲିଥିବା 2022 କମନୱେଲଥ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡ଼ା)ରେ ଭାରତର ବଜରଙ୍ଗ ପୁନିଆ ଚମତ୍କାର ପ୍ରଦର୍ଶନ କରିଛନ୍ତି । 65 କିଲୋଗ୍ରାମ ଓଜନ ବର୍ଗରେ କାନାଡାର ରେସଲରଙ୍କୁ ପରାସ୍ତ କରି ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

Bajrang Punia

କମନୱେଲଥ ଗେମ୍ସରେ ଭାରତର ଭେଟେରାନ ରେସଲର ବଜରଙ୍ଗ ପୁନିଆ କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଫ୍ରିଷ୍ଟାଇଲ୍ 65 କିଲୋଗ୍ରାମ ବର୍ଗରେ କାନାଡାର ଲାଚଲାନ୍ ମ୍ୟାକନିଲଙ୍କୁ 9-2ରେ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛନ୍ତି । ବର୍ମିଂହାମରେ କୁସ୍ତିରେ ଏହା ହେଉଛି ଭାରତର ପ୍ରଥମ ତଥା ସାମଗ୍ରିକ ଷଷ୍ଠ ସ୍ୱର୍ଣ୍ଣ ପଦକ ।

ବଜରଙ୍ଗ ଏହା ପୂର୍ବରୁ 2018 କମନୱେଲଥ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥି ସହିତ, ସେ 2014 କମନୱେଲଥ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ । ଏଥର କୁସ୍ତିରେ ଏହା ହେଉଛି ଭାରତର ଦ୍ୱିତୀୟ ପଦକ। ବଜରଙ୍ଗ ପୂର୍ବରୁ ଅଂଶୁ ମଲିକ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ।

Bajrang Punia

ଭାରତର 21 ବର୍ଷୀୟ ରେସଲର ଅଂଶୁ ମଲିକ ଫାଇନାଲରେ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଥିଲେ । ସେ ମହିଳା 57 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ହାତେଇଛନ୍ତି । ଫାଇନାଲରେ ନାଇଜେରିଆର ଓଡୁନାୟୋ ଆଡେକୁରୋଏଙ୍କଠୁ ଅଂଶୁ 6-4 ରେ ପରାସ୍ତ ହୋଇଛନ୍ତି ।

ଆରମ୍ଭରୁ ହିଁ ଓଡୁନୋୟା ୪ ପଏଣ୍ଟ ନେଇ ଅଂଶଙ୍କୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଏହାପରେ ଅଂଶୁ ଆଟାକିଂ ଖେଳିଥିଲେ। ହେଲେ ସେ ତ୍ରୁଟି କରିବାରୁ ଓଡୁନୋୟାଙ୍କୁ ଆଉ ୨ ପଏଣ୍ଟ ମିଳିଥିଲା। ଶେଷ ମିନିଟରେ ଅଂଶୁ ୪ ପଏଣ୍ଟ ହାସଲ କରିଥିଲେ ମଧ୍ୟ ମ୍ୟାଚ୍‌ ଜିତିବାକୁ ଏହା ସକ୍ଷମ ହୋଇଥିଲା। ଶେଷରେ ଅଂଶୁ ସ୍ୱର୍ଣ୍ଣ ପଦକ ମ୍ୟାଚ୍‌କୁ ୪-୬ରେ ହାରି ଯାଇଛନ୍ତି।

ଅଂଶୁ ମଲିକ ତାଙ୍କର 21 ତମ ଜନ୍ମଦିନ ଅବସରରେ ଏହି ପଦକ ଜିତିଛନ୍ତି । ଏହା ହେଉଛି ତାଙ୍କର ପ୍ରଥମ କମନୱେଲଥ ଗେମ୍ସ । ଏହି ପ୍ରତିଭାଶାଳୀ କୁସ୍ତି ନିଜର ଡେବ୍ୟୁ କମନ୍ୱେଲଥ୍ ଗେମ୍ସରେ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+