ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଅନୁ ରାଣୀ, ସନ୍ଦିପ କୁମାର ଜିତିଲେ ବ୍ରୋଞ୍ଜ
ମହିଳା ଜାଭଲେନ ଥ୍ରୋରେ ବ୍ରୋଞ୍ଜ ପଦକ ହାତେଇଛନ୍ତି ଅନୁରାଣୀ । ସେହିଭଳି ୧୦ ହଜାର କିମି ଚାଲିରେ ସନ୍ଦିପ କୁମାର ବ୍ରୋଞ୍ଜ ହାତେଇଛନ୍ତି ।
ବର୍ମିଂହାମ: ରବିବାର ବଢିବାର ଲାଗିଛି ଭାରତର ପଦକ ତାଲିକା । ଗୋଟିଏ ପରେ ଗୋଟିଏ ପଦକ ଭାରତ ଖାତାକୁ ଆସୁଛି । ମହିଳା ଜାଭଲେନ ଥ୍ରୋରେ ବ୍ରୋଞ୍ଜ ପଦକ ହାତେଇଛନ୍ତି ଅନୁରାଣୀ । ସେହିଭଳି ୧୦ ହଜାର କିମି ଚାଲିରେ ସନ୍ଦିପ କୁମାର ବ୍ରୋଞ୍ଜ ହାତେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ୧୬ ସ୍ୱର୍ଣ୍ଣ, ୧୨ଟି ରୌପ୍ୟ, ୧୯ଟି ବ୍ରୋଞ୍ଜ ସହ ମୋଟ ୪୭ ପଦକ ହାତେଇସାରିଛି ।

୧୦ ହଜାର ମିଟର ରେସ୍ୱାକ୍ ଇଭେଣ୍ଟ୍ରେ କାଂସ୍ୟ ପଦକ ଜିତିଲେ ଭାରତୀୟ ଆଥ୍ଲେଟ୍ ସନ୍ଦୀପ କୁମାର । ସେ ୩୮.୪୯ ସେକେଣ୍ଡରେ ଫିନିସ୍ ଲାଇନ୍ ପାର୍ କରିଛନ୍ତି । ଏହା ତାଙ୍କ କ୍ୟାରିଅରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।
ସେହିଭଳି ଜାଭେଲିନ୍ ଥ୍ରୋ ଇଭେଣ୍ଟ୍ର ମହିଳା ବିଭାଗରେ କାଂସ୍ୟ ପଦକ ହାସଲ କରିଛନ୍ତି ଭାରତୀୟ ଆଥ୍ଲେଟ୍ ଅନୁରାଣୀ । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏହି ଇଭେଣ୍ଟରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ମହିଳା ଆଥଲେଟ୍ ପଦକ ହାସଲ କରିଛନ୍ତି । ଫାଇନାଲ୍ ରାଉଣ୍ଡ୍ରେ ୬୦ ମିଟର୍ ଜାଭେଲିନ୍ ଥ୍ରୋ' କରିଥିଲେ ।












Click it and Unblock the Notifications