ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରୋତ୍ତୋଳନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣପଦକ ହାସଲ କରିଛି ଭାରତ । ଭାରୋତ୍ତଳନରେ ମିଳିଛି ଭାରତକୁ ଏହି ସଫଳତା। ଭାରୋତ୍ତଳନର ୭୩ କିଲୋଗ୍ରାମ ବର୍ଗରେ ଅଚିନ୍ତା ଶୁଳି ଏହି ଗୋଲ୍ଡ ମେଡାଲ ହାସଲ କରିଛନ୍ତି ।

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣପଦକ ହାସଲ କରିଛି ଭାରତ । ଭାରୋତ୍ତଳନରେ ମିଳିଛି ଭାରତକୁ ଏହି ସଫଳତା। ଭାରୋତ୍ତଳନର ୭୩ କିଲୋଗ୍ରାମ ବର୍ଗରେ ଅଚିନ୍ତା ଶୁଳି ଏହି ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ଏହାସହ ରାଜ୍ୟଗୋଷ୍ଠୀ କ୍ରୀ଼ଡାରେ ଭାରୋତ୍ତୋଳନରେ ସବୁଠାରୁ ଅଧିକ ପଦକ ହାସଲ କରିଥିବା ଦେଶ ମଧ୍ୟରେ ସାମିଲ ହୋଇପାରିଛି ଭାରତ ।

Commonwealth Games

ଅଚିନ୍ତା ସ୍ନାଚରେ ୧୪୩ କେଜି ଓଜନ ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ କରିଛନ୍ତି । ସେ କ୍ଲିନ୍ ଏଣ୍ଡ୍ ଜର୍କର ପ୍ରଥମ ଉଦ୍ୟମରେ ୧୬୬ କେଜି ଓଜନ ଉଠାଇଥିଲେ । ଦ୍ୱିତୀୟ ପ୍ରୟାସରେ ଫେଲ୍ ମାରିଥିଲେ ମଧ୍ୟ ତୃତୀୟ ପ୍ରୟାସରେ ୧୭୦ କେଜି ଉଠାଇବାରେ ସକ୍ଷମ ହୋଇଥିଲେ। ଫଳରେ ମୋଟ ୩୧୩ କେଜି ଓଜନ ଉଠାଇ ଏହି ମେଡାଲ ହାସଲ କରିବାରେ ସଫଳ ହୋଇଛନ୍ତି ଅଚିନ୍ତା ଶୁଳି।

ରୌପ୍ୟ ପଦକ ପାଇଥିବା ପ୍ରତିଯୋଗୀଙ୍କଠାରୁ ୧୦ କେଜି ଅଧିକ ଓଜନ ଉଠାଇଛନ୍ତି ଅଚିନ୍ତା ଶୂଳି । ମାଲେସିଆର ଏରି ହିଦାୟତ ରୌପ୍ୟ ପଦକ ହାସଲ କରିଥିଲେ । ୨୦୨୧ ରାଜ୍ୟଗୋଷ୍ଠୀ ଚାମ୍ପିଅନସିପ୍‌ରେ ଅଚିନ୍ତା ଗୋଲ୍ଡ ମେଡାଲ ଜିତିଥିଲେ । ସେହି ବର୍ଷ ଜୁନିୟର ଓ୍ୱାର୍ଲଡ ଚାମ୍ପିଅନସିପ୍‌ରେ ସେ ରୌପ୍ୟ ପଦକ ହାସଲ କରିଥିଲେ ।

ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାତର ପଦକ ସଂଖ୍ଯା ୬କୁ ବୃଦ୍ଧି ପାଇଛି। ଏହି ସମସ୍ତ ୬ଟି ମେଡାଲ ଭାରୋତ୍ତଳନରେ ହିଁ ମିଳିଛି । ଅଚିନ୍ତା ଶୂଳିଙ୍କ ପୂର୍ବରୁ ମୀରାବାଇ ଚାନୁ ଏବଂ ଜେରେମି ଲାଲରିନୁଂଗା ଭାରୋତ୍ତୋଳନରେ ଦେଶ ପାଇ ସ୍ୱର୍ଣ୍ଣ ଜିତିଛନ୍ତି । ସଂକେତ ମହାଦେବ ସରଗର ଏବଂ ବିନ୍ଦିଆଦେବୀ ରାଣୀ ରୌପ୍ୟ ପଦକ ଜିତିଛନ୍ତି । ଗୁରୁରାଜ ପୂଜାରୀ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଭାରତକୁ ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଚ ପଦକ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+