Get Updates
Get notified of breaking news, exclusive insights, and must-see stories!

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମୋଟ୍ ୬୧ ପଦକ ସହ ଅଭିଯାନ ଶେଷ କଲା ଭାରତ; ଦେଖନ୍ତୁ, ସମ୍ପୂର୍ଣ୍ଣ ପଦକ ତାଲିକା...

୨୯ ଜୁଲାଇରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୨୨ ସ୍ୱର୍ଣ୍ଣ, ୧୬ ରୌପ୍ୟ ଓ ୨୩ ବ୍ରୋଞ୍ଜ ସହ ମୋଟ୍ ୬୧ ପଦକ ହାତେଇ ମେଡାଲ ତାଲିକାର ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ । ତେବେ ଆସନ୍ତୁ ନଜର ପକାଇବା ଭାରତୀୟ ଦଳର ବିଭିନ୍ନ ପଦକ ବିଜେତାଙ୍କ ଉପରେ...

ବର୍ମିଂହାମ: ଆଜି ଥିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନ । ଶେଷ ହୋଇଛି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ତମ ସଂସ୍କରଣ । ଏହି ସମ୍ମାନଜନକ କ୍ରୀଡ଼ାର ଶେଷ ଦିନରେ ମଧ୍ୟ କମାଲ କରିଦେଖାଇଛି ଭାରତ । ସୋମବାର ଏକାଦଶ ଦିନରେ ଭାରତ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି । ୨୯ ଜୁଲାଇରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୨୨ ସ୍ୱର୍ଣ୍ଣ, ୧୬ ରୌପ୍ୟ ଓ ୨୩ ବ୍ରୋଞ୍ଜ ସହ ମୋଟ୍ ୬୧ ପଦକ ହାତେଇ ମେଡାଲ ତାଲିକାର ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ ।

Commonwealth Games 2022 Medal Tally

ଶେଷ ଦିନରେ ବ୍ୟାଡମିଣ୍ଟନ ଓ ଟେବୁଲ ଟେନିସରେ ଭାରତକୁ ଦୁଇଟି ଲେଖାଏ ସ୍ୱର୍ଣ୍ଣ ପଦକ ମିଳିଛି । ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ଓ ପୁରୁଷ ସିଙ୍ଗଲ୍ସରେ ଲକ୍ଷ ସେନ୍ ବୋଞ୍ଜ ପଦକ ହାସଲ କରିଛନ୍ତି । ତେବେ ପୁରୁଷ ହକିରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି ।

ବର୍ମିଂହାମରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ ମିରବାଇ ଚାନୁ । ଯିଏ ସ୍ୱର୍ଣ୍ଣ ଜିତି ଦେଶକୁ ପ୍ରଥମ ସ୍ୱର୍ଣ୍ଣ ଦେଇଥିଲେ। ପ୍ରଥମ ଦିନରେ ଭାରତ ତିନୋଟି ପଦକ ଜିତିଥିଲା ​​ଯେଉଁଥିରେ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ରହିଥିଲା। ଏହା ପରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲା । ତେବେ ଆସନ୍ତୁ ନଜର ପକାଇବା ଭାରତୀୟ ଦଳର ବିଭିନ୍ନ ପଦକ ବିଜେତାଙ୍କ ଉପରେ...


ସ୍ୱର୍ଣ୍ଣ ପଦକ ବିଜେତା

  • ଭାରୋତ୍ତୋଳନ - ମିରାବାଇ ଚାନୁ
    ଭାରୋତ୍ତୋଳନ - ଜେରେମି ଲାଲିରନୁଙ୍ଗା
    ଭାରୋତ୍ତୋଳନ - ଅଚିଣ୍ଟା ଶୈଲି
    ଟେବୁଲ୍ ଟେନିସ୍ ପୁରୁଷ ଦଳ
    ପାରା ପାୱାରଲିଫ୍ଟିଙ୍ଗ - ସୁଧୀର
    କୁସ୍ତି - ବଜରଙ୍ଗ ପୁନିଆ
    କୁସ୍ତି - ସାକ୍ଷୀ ମଲ୍ଲିକ୍
    କୁସ୍ତି - ଦୀପକ ପୁନିଆ
    କୁସ୍ତି - ରବି କୁମାର ଦାହିଆ
    କୁସ୍ତି - ଭିନେଶ ଫୋଗାଟ୍
    ନବୀନ ମଲିକ୍
    ପାରା ଟେବୁଲ୍ ଟେନିସ୍ - ଭବୀନା ପଟେଲ
    ବକ୍ସିଂ - ନୀତୁ ଘାଙ୍ଗସ୍
    ବକ୍ସିଂ- ଅମିତ ପାଙ୍ଗଲ
    ବକ୍ସିଂ - ନିଖତ୍ ଜରିନ୍
    ଟ୍ରିପଲ୍ ଜମ୍ପ - ଆଲଡୋସ୍ ପଲ୍
    ଟେବୁଲ୍ ଟେନିସ୍ - ଆଚାଣ୍ଟା, ଶାରଥ କମଲ ଏବଂ ଶ୍ରୀଜା ଅକୁଲା
    ବ୍ୟାଡମିଣ୍ଟନ୍ - ପିଭି ସିନ୍ଧୁ
    ବ୍ୟାଡମିଣ୍ଟନ୍ - ଲକ୍ଷ୍ମୀ ସେନ୍
    ଟେବୁଲ୍ ଟେନିସ୍ - ଆଚାଣ୍ଟା, ଶାରଥ କମଲ
    ବ୍ୟାଡମିଣ୍ଟନ୍ - ସତୱିକ୍ ସାଇ ରାଜ ରାଙ୍କି ରେଡ୍ଡି - ଚିରାଗ ଶେଟ୍ଟୀ

ରୌପ୍ୟ ପଦକ ବିଜେତା

  • ଭାରୋତ୍ତୋଳନ- ସଙ୍କେତ୍ ମହାଦେବ ସରଗର
    ଭାରୋତ୍ତୋଳନ- ବିନ୍ଦିଆ ଦେବୀ
    ଜୁଡୋ- ଶୁଶିଲା ଲିକମାବାଲ୍
    ଭାରୋତ୍ତୋଳନ- ବିକାଶ ଠାକୁର
    ବ୍ୟାଡମିଣ୍ଟନ୍- ମିଶ୍ରିତ ଦଳ ଇଭେଣ୍ଟ
    ଜୁଡୋ - ତୁଲିକା ମନ
    ଆଥଲେଟିକ୍ସ - ମୁରଲୀ ଶ୍ରୀଶଙ୍କର
    କୁସ୍ତି - ଅଶୁଂ ମଲିକ୍
    ଆଥଲେଟିକ୍ସ - ପ୍ରିୟଙ୍କା ଗୋସ୍ୱାମୀ
    ଆଥଲେଟିକ୍ସ - ଅବିନାଶ ସେବଲ୍
    ଟ୍ରିପଲ୍ ଜମ୍ପ - ଅବଦୁଲ୍ଲା ଅବୁବାକର
    ବକ୍ସିଂ - ସାଗର ଅହଲୱାଟ
    ଭାରତୀୟ ମହିଳା କ୍ରିକେଟ୍ ଦଳ
    ଭାରତୀୟ ପୁରୁଷ ହକି ଦଳ

ବ୍ରୋଞ୍ଜ ପଦକ ବିଜେତା

  • ଭାରୋତ୍ତୋଳନ - ଗୁରୁରାଜ ପୂଜାରୀ
    ଜୁଡୋ- ବିଜୟ କୁମାର ଯାଦବ
    ଭାରୋତ୍ତୋଳନ - ହରଜନ୍ଦର କୌର
    ଭାରୋତ୍ତୋଳନ - ଲଭପ୍ରୀତ ସିଂ
    ସ୍କ୍ୱାସ୍ - ସୌରଭ ଘୋଷାଲ
    ଭାରୋତ୍ତୋଳନ - ଗୁରୁଦୀପ ସିଂ
    ଆଥଲେଟିକ୍ସ - ତେଜସ୍ୱିନ୍ ଶଙ୍କର
    କୁସ୍ତି - ଦିବ୍ୟା କାକରନ୍
    କୁସ୍ତି - ମୋହିତ ଗ୍ରୁଆଲ୍
    କୁସ୍ତି - ପୂଜା ଗେହଲୋଟ୍
    କୁସ୍ତି - ପୂଜା ସିହାଗ
    ବକ୍ସିଂ - ଜସ୍ମିନ୍ ଲମ୍ବୋରିଆ
    ମହିଳା ହକି ଦଳ
    ଆଥଲେଟିକ୍ସ- ସନ୍ଦୀପ କୁମାର
    ଆଥଲେଟିକ୍ସ - ଅନୁ ରାନୀ
    ବକ୍ସିଂ - ରୋହିତ ଟୋକାସ୍
    ପାରା ଟେବୁଲ୍ ଟେନିସ୍ - ସୋନାଲବେଲ ପଟେଲ
    କୁସ୍ତି - ଦୀପକ ନେହେରା
    ବକ୍ସିଂ - ମହମ୍ମଦ ହାସାମୁଦ୍ଦିନ
    ଟେବୁଲ୍ ଟେନିସ୍ - ସୌରଭ ଘୋଷାଲ ଏବଂ ଦୀପିକା ପାଲିକଲ
    ବ୍ୟାଡମିଣ୍ଟନ୍ - କିଦାମ୍ବି ଶ୍ରୀକାନ୍ତ
    ବ୍ୟାଡମିଣ୍ଟନ୍ - ଗାୟତ୍ରୀ ଗୋପୀଚାନ୍ଦ ଏବଂ ତ୍ରିଶା ଜଲି
    ବ୍ୟାଡମିଣ୍ଟନ୍ - ସାଥିଆନ୍ ଗଣନାସେକରନ୍
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+