Get Updates
Get notified of breaking news, exclusive insights, and must-see stories!

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସେମିରେ ଭାରତୀୟ ମହିଳା ହକି ଦଳ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ହକି ଇଭେଣ୍ଟର ସେମି ଫାଇନାଲ୍‌ରେ ପ୍ରବେଶ କରିଛି ଭାରତୀୟ ମହିଳା ଦଳ । ପୁଲ୍‌ ଏ'ର ଶେଷ ମ୍ୟାଚରେ କାନାଡ଼ାକୁ ମାତ୍‌ ଦେଇ ଏହି ସଫଳତା ହାସଲ କରିଛି ଦଳ । ଏହି କର ବା ମର ମ୍ୟାଚ୍‌ରେ କାନାଡ଼ାକୁ ୩-୨ ଗୋଲ୍‌ରେ ପରାଜିତ କରିଛି ଭାର

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ହକି ଇଭେଣ୍ଟର ସେମି ଫାଇନାଲ୍‌ରେ ପ୍ରବେଶ କରିଛି ଭାରତୀୟ ମହିଳା ଦଳ । ପୁଲ୍‌ ଏ'ର ଶେଷ ମ୍ୟାଚରେ କାନାଡ଼ାକୁ ମାତ୍‌ ଦେଇ ଏହି ସଫଳତା ହାସଲ କରିଛି ଦଳ । ଏହି କର ବା ମର ମ୍ୟାଚ୍‌ରେ କାନାଡ଼ାକୁ ୩-୨ ଗୋଲ୍‌ରେ ପରାଜିତ କରିଛି ଭାରତୀୟ ଦଳ ।

 commonwealth games 2022

ମ୍ୟାଚର ଶେଷ ୯ ମିନିଟରେ ଲାଲରେସିଆମି କରିଥିବା ଗୋଲ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି । ଭାରତ ପେନାଲ୍ଟି କର୍ଣ୍ଣରରେ ବିଫଳ ହେବା ପରେ ହିଁ ସିଆମି କାନାଡା ଗୋଲ କିପରଙ୍କୁ ଚକମା ଦେଇ ସ୍କୋର କରିଥିଲେ ।

ମ୍ୟାଚ୍‌ ଆରମ୍ଭରୁ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲା ଭାରତୀୟ ଦଳ । ଆଜିର ମ୍ୟାଚ୍‌ ଡ୍ର ହୋଇଥିଲେ ମଧ୍ୟ ଭାରତୀୟ ମହିଳା ଦଳ ସେମିକୁ ପ୍ରବେଶ କରିବାରେ ବିଫଳ ହୋଇଥାନ୍ତା । ପ୍ରଥମ କ୍ବାର୍ଟରରୁ ହିଁ ଭାରତ ପ୍ରତିପକ୍ଷ ଦଳକୁ ଏକ ଗୋଲ୍‌ ଦେଇ ୧-୦ ଗୋଲ୍‌ରେ ଲିଡ୍‌ ନେଇଥିଲା । ଏହାପରେ ଦ୍ବିତୀୟ କ୍ବାର୍ଟରରେ ଭାରତ ଆଉ ଏକ ଗୋଲ୍‌ ଦେଇଥିଲା । ତେବେ କ୍ବାର୍ଟର ଶେଷ ବେଳକୁ ଭାରତକୁ ଏକ ଗୋଲ୍‌ ଦେଇ ଖାତା ଖୋଲିଥିଲା କାନାଡା ।ତୃତୀୟ କ୍ବାର୍ଟର ଆରମ୍ଭ ହେଉ ହେଉ ଭାରତକୁ ଆଉ ଏକ ଗୋଲ୍‌ ଦେଇ ସ୍କୋର୍‌ ବରାବର କରିଥିଲା କାନାଡା । ଏହାପରେ ଶେଷ ବେଳକୁ କାନାଡାକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହାର ଫାଇଦା ଉଠାଇ ଭାରତ ଗୋଲ୍‌ କରିଥିଲା । ଏହାପରେ ଭାରତ ପୁନଃ ମ୍ୟାଚ୍‌ରେ ୩-୨ରେ ଲିଡ୍‌ ନେଇଥିଲା । ଶେଷ କ୍ବାର୍ଟରରେ ଭାରତ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ ପ୍ରଦର୍ଶନ କରି ମ୍ୟାଚ୍‌ ହାତେଇ ନେଇଛି । ଫଳରେ ସେମି ଫାଇନାଲ୍‌କୁ ଉନ୍ନିତ ହୋଇଛି ଭାରତୀୟ ମହିଳା ହକି ଦଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+