ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ଆଉ ୨ଟି ପଦକ, ପାରା ପାୱାରଲିଫ୍ଟିଂରେ ସୁନା ଆଣିଲେ ସୁଧୀର
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ୨ଟି ପଦକ ମିଳିଛି । ଗତକାଲି ସପ୍ତମ ଦିନରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାତେଇବାରେ ସକ୍ଷମ ହୋଇଛନ୍ତି ଭାରତୀୟ ଖେଳାଳୀ ।
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ୨ଟି ପଦକ ମିଳିଛି । ଗତକାଲି ସପ୍ତମ ଦିନରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାତେଇବାରେ ସକ୍ଷମ ହୋଇଛନ୍ତି ଭାରତୀୟ ଖେଳାଳୀ । ପୁରୁଷ ହେଭିୱେଟ ପାରା ପାଓ୍ୱାରଲିଫ୍ଟ ଇଭେଣ୍ଟରେ ଭାରତର ସୁଧୀର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ସେହିପରି ଆଥଲେଟିକ୍ସର ପୁରୁଷ ବର୍ଗ ଲଙ୍ଗ୍ ଜମ୍ପରେ ରୌପ୍ୟ ଆଣିଛନ୍ତି ଭାରତର ମୁରଲୀ ଶ୍ରୀଶଙ୍କର । ଏଯାବତ ୬ ଟି ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୭ ବ୍ରୋଞ୍ଜ ସହ ଭାରତ ୨୦ଟି ପଦକ ହାତେଇବାରେ ସକ୍ଷମ ହେଲାଣି ।

ପ୍ରଥମ ପ୍ରୟାସରେ ୨୦୮ କେଜି ଭାରୋତ୍ତଳନ କରିଥିଲେ ସୁଧିର । ଦ୍ୱିତୀୟ ଲିଫ୍ଟରେ ୨୧୨ କେଜି ଭାର ଉଠାଇ ସ୍ୱର୍ଣ୍ଣ ଜିତିଛନ୍ତି ସୁଧିର । ୨୭ ବର୍ଷୀୟ ସୁଧିର ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ମେଡାଲ ହାତେଇଥିଲେ ।
ଗତ ରାତିରେ ପ୍ରଥମେ ମୁରଲୀ ଶ୍ରୀଶଙ୍କର ଲଙ୍ଗ ଜମ୍ପ ଇଭେଣ୍ଟରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲ ମ୍ୟାଚରେ ମୁରଲୀ ୮.୦୮ ମିଟର ଡିଆଁ ମାରି ଏହି ରାଙ୍କ ହାସଲ କରିଛନ୍ତି । ଚଳିତ କମନୱେଲଥ୍ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରେ ଭାରତର ଏହା ଦ୍ୱିତୀୟ ମଡେଲ । ଏହା ପୂର୍ବରୁ ତେଜସ୍ୱିନୀ ଶଙ୍କର ହାଇ ଜମ୍ପରେ ବ୍ରୋଞ୍ଚ ମେଡାଲ ହାସଲ କରିଥିଲେ।












Click it and Unblock the Notifications