IND vs ZIM 4th T20I :ଆଗୁଆ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ ଟିକିଆ ଟି-୨୦ ମ୍ୟାଚ୍‌ର ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଜିମ୍ବାୱେକୁ ୧୦ ୱିକେଟରେ ପରାଜିତ କରି ସିରିଜ୍ ବିଜୟୀ ହୋଇଛି । ଏହା ସହ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍‌କୁ ଗୋଟିଏ ମ୍ୟାଚ୍ ପୂର୍ବରୁ କରିଛି କବଜା । ଆଜି ୪ର୍ଥ ଦିନିକିଆରେ ଘରୋଇ ଟିମକୁ ଭାରତ ଏକତରଫା ଭାବେ ୧୦ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ ସହ ୫ ଟିକିଆ ଟି-୨୦ ସିରିଜକୁ ଭାରତୀୟ ଟିମ ୩-୧ରେ ଆଗୁଆ କବଜା କରିନେଇଛି । ଆସନ୍ତାକାଲି ଶେଷ ଟି-୨୦ ମ୍ୟାଚ୍ ଖେଳାଯିବ ।

ଆଜିର ମ୍ୟାଚରେ ୫୩ ବଲରୁ ୧୩ଟି ଚୌକା ଏବଂ ୨ଟି ଛକା ସହ ଯଶସ୍ୱୀ ୯୩ ରନର ଏକ ଧମାକାଦାର ଇନିଂସ ଖେଳିଥିବା ବେଳେ ଅଧିନାୟକ ଶୁଭମନ ଗିଲ ମଧ୍ୟ ୩୯ ବଲରୁ ୬ଟି ଚୌକା ଏବଂ ୨ଟି ଛକା ସହ ୫୮ ରନର ଦମଦାର ପାଳି ଖେଳିଛନ୍ତି । ତେବେ ଜିମ୍ବାୱେର ୧୫୩ ରନ୍ ଲକ୍ଷ୍ୟକୁ ମାତ୍ର ୧୫.୨ ଓଭରରେ ସଫଳତାର ସହ ହାସଲ କରିନେଇଛି ଶୁଭମନ ସେନା । ଏହା ସହ ଟି-୨୦ ସିରିଜ ଉପରେ ମଧ୍ୟ ଦଳ ନିଜ ଅଧିକାର ସାବ୍ୟସ୍ତ କରିଛି ।

IND vs ZIM 4th T20I

ସେପଟ ଜିମ୍ବାୱେ ପକ୍ଷରୁ ୱେସଲି ମାଡେଭେରେ ୨୫ ରନ୍ କରିଥିବାବେଳେ ତାଡିୱାନାସେ ମାରୁମାନି ୩୨ ରନ୍ କରିଥିଲେ । ସେହିପରି ବ୍ରାଏନ ବେନେଟ ୯, ଡିଅନ ମାୟର୍ସ ୧୨ , ସିକନ୍ଦର ରଜା ୪୬ , ଜୋନାଥନ କ୍ୟାମ୍ପବେଲ ୩ , କ୍ଲିଭ ମାଡାଣ୍ଡେ ୭, ଫାରାଜ ଆକ୍ରାମ ୪ ରନ୍ କରିଥିଲେ । ଜିମ୍ବାୱେ ଗସ୍ତରେ ଆସିଥିବା ଯୁବ ବାହିନୀ ପ୍ରଥମ ମ୍ୟାଚ୍‌ରେ ହାରି ଯାଇଥିଲା ।

ଗିଲଙ୍କ କ୍ୟାପ୍େଟନ୍ସିରେ ଭାରତ ପ୍ରଥମଥର ଖେଳୁଥିବା ବେଳେ ପରାଜୟରୁ ଅଭିଯାନ ଆରମ୍ଭ କରିଥିଲା । କିନ୍ତୁ ଏହା ପରଠାରୁ ଦଳ କମାଲ କରି ଚାଲିଛି । ଦ୍ୱିତୀୟ ମ୍ୟାଚ୍‌କୁ ଦଳ ୧୦୦ ରନ ଓ ତୃତୀୟ ମ୍ୟାଚ୍‌କୁ ୨୩ ରନରେ ଜିତିଥିଲା । ଆଜି ୪ର୍ଥ ମ୍ୟାଚ୍‌କୁ ୧୦ ୱିକେଟରେ ଜିତି ନେଇଛି । ପ୍ରଥମ ମ୍ୟାଚ୍‌ରେ ଦଳ ୧୩ ରନରେ ପରାସ୍ତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+