Get Updates
Get notified of breaking news, exclusive insights, and must-see stories!

ହକି ବିଶ୍ୱକପ: ଭାରତୀୟ ଦଳର ପରାଜୟ ପରେ ପଦ ଛାଡିଲେ ପ୍ରଶିକ୍ଷକ, ଇସ୍ତଫା ଦେଲେ ଗ୍ରାହାମ ରିଡ

ପରାଜୟ ପରେ ପଦ ଛାଡିଲେ ପ୍ରଶିକ୍ଷକ । ଇସ୍ତଫା ଦେଲେ ଭାରତୀୟ ହକି ଦଳର କୋଚ୍ ଗ୍ରାହାମ ରିଡ । ସଦ୍ୟ ସମାପ୍ତ ହକି ବିଶ୍ବକପରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ରିଡ୍ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।

Graham Reid Resigns

ନୂଆଦିଲ୍ଲୀ: ପରାଜୟ ପରେ ପଦ ଛାଡିଲେ ପ୍ରଶିକ୍ଷକ । ଇସ୍ତଫା ଦେଲେ ଭାରତୀୟ ହକି ଦଳର କୋଚ୍ ଗ୍ରାହାମ ରିଡ । ସଦ୍ୟ ସମାପ୍ତ ହକି ବିଶ୍ବକପରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ରିଡ୍ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।

ସେ ନିଜର ଇସ୍ତଫା ପତ୍ର ହକି ଇଣ୍ଡିଆ ସଭାପତି ଡ. ଦିଲୀପ ତିର୍କୀଙ୍କୁ ପ୍ରଦାନ କରିଛନ୍ତି । ହକି ଇଣ୍ଡିଆ ମଧ୍ୟ ସମସ୍ତଙ୍କ ଇସ୍ତଫାକୁ ସ୍ୱୀକାର କରି ନେଇଛି । ତେବେ ରିଡଙ୍କ ସହ ବିଶ୍ଳେଷକ କୋଚ ଗ୍ରେଗ କ୍ଲାର୍କ ଏବଂ ବୈଜ୍ଞାନିକ ପରାମର୍ଶଦାତା ଡେଭିଡ୍ ପେମ୍ବରଟନ ମଧ୍ୟ ଇସ୍ତଫା ଦେଇଛନ୍ତି ।

ସେ ଇସ୍ତଫା ପତ୍ରରେ ଲେଖିଛନ୍ତି, ବର୍ତ୍ତମାନ ସମୟ ଆସି ସାରିଛି ମୋର ଇସ୍ତଫାର । ଭାରତୀୟ ଦଳ ଏବଂ ହକି ଇଣ୍ଡିଆ ସହ କାମ କରିବା ମୋ ପାଇଁ ସୌଭାଗର କଥା । ମୁଁ ମୋର ଏହି ଯାତ୍ରାକୁ ବେସ ଭଲ ଭାବେ ବିତାଇଲି । ମୁଁ ଦଳକୁ ଆଗାମୀ ଯାତ୍ରା ପାଇଁ ଶୁଭକାମନା ଜଣାଉଛି ।

କହିରଖୁ କି, ଗ୍ରାହାମ୍ ରିଡଙ୍କ ପ୍ରଶିକ୍ଷଣରେ ଭାରତ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲା। ଏହା ବ୍ୟତୀତ ଦଳ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ସହ ଏଫ୍ଆଇଏଚ୍ ପ୍ରୋ ଲିଗ୍ ୨୦୨୧-୨୨ ସିଜନରେ ତୃତୀୟ ସ୍ଥାନ ହାସଲ କରିଥିଲା । ରିଡଙ୍କ କୋଚିଂରେ ଭାରତୀୟ ଦଳ ୨୦୧୯ରେ ଏଫ୍ଆଇଏଚ୍ ୱାର୍ଲ୍ଡ ସିରିଜ୍ ଟାଇଟଲ୍ ମଧ୍ୟ ଜିତିଥିଲେ । ଏହା ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ଖେଳି ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । କିନ୍ତୁ ଏଥର ବିଶ୍ୱକପରେ ଦଳ କିଛି ଖାସ ପ୍ରଦର୍ଶନ କରି ପାରିଲା ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+