ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ବିଶ୍ୱକପ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ

ସନ୍ଧ୍ୟା 7ଟାରେ ଭାରତ ଓ ସ୍ପେନ ମଧ୍ୟରେ ହେବାକୁ ଥିବା ଉଦଘାଟନୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ରାଉରକେଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଉରକେଲା: ଆରମ୍ଭ ହୋଇ ସାରିଛି ହକି ବିଶ୍ୱକପ ବିଗ୍ ଫାଇଟ୍ । ଆଜିର ପ୍ରଥମ ଦୁଇଟି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ବେଳେ ଅନ୍ୟ ଦୁଇଟି ମ୍ୟାଚ ସନ୍ଧ୍ୟାରେ ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ । ସନ୍ଧ୍ୟା 7ଟାରେ ଭାରତ ଓ ସ୍ପେନ ମଧ୍ୟରେ ହେବାକୁ ଥିବା ଉଦଘାଟନୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ରାଉରକେଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Birsa Munda Hockey Stadium

ଆଜି ଅପରାହ୍ଣ ୩ଟା ୪୫ରେ ଭୁବନେଶ୍ବରରୁ ବିମାନଯୋଗେ ଆସି ମୁଖ୍ୟମନ୍ତ୍ରୀ ଅପରାହ୍ଣ୪ଟା ୪୫ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚି ସିଧା ବିଶ୍ୱକପ ହକି ଗ୍ରାମକୁ ଯିବେ। ବିଶ୍ୱକପ ହକି ଗ୍ରାମରେ ରହିବେ ନବୀନ ପଟ୍ଟନାୟକ । ୬ଟା ୪୫ରେ ହକି ଗ୍ରାମରୁ ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଯିବା ସହିତ ଭାରତ ଓ ସ୍ପେନ ମ୍ୟାଚକୁ ଉପଭୋଗ କରିବା କାର୍ଯ୍ୟକ୍ରମ ରହିଛି । ତେବେ ସିକିମ ମୁଖ୍ୟମନ୍ତ୍ରୀ ଓ ଏଫ୍ଆଇଏଚ୍ ଓ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ବିଭିନ୍ନ ମନ୍ତ୍ରୀ, ବିଧାୟକ ଓ ଦଳର ରାଜ୍ୟ ବରିଷ୍ଠ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ପ୍ରସ୍ତୁତି କରିଛନ୍ତି ।

ତେବେ ହକିର ଏନ୍ତୁ଼ଡିଶାଳ କୁହାଯାଉଥିବା ସୁନ୍ଦରଗଡରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ଭାରତର ମ୍ୟାଚ୍‌ ଥିବାରୁ ଷ୍ଟାଡିୟମ ଦର୍ଶକରେ ପ୍ରବଳ ଭିଡ ହେବ ବୋଲି ଅନୁମାନ କରାଯାଉଛି । ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଦର୍ଶକଙ୍କ ଆଗମନ ହେବା ଆଶା କରାଯାଉଛି ।

ଉଲ୍ଲେଖଥାଉ କି, ଅପରାହ୍ଣ 1ଟାରୁ ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି । ଏହି ମ୍ୟାଚ୍ ଭୁବନେଶ୍ୱରରେ ଖେଳାଯାଉଛି । ସେହିପରି ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ହେବ । ଯାହା ଦିନ 3ଟାରେ ଆରମ୍ଭ ହେବ ।

ଅନ୍ୟପଟେ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ଅପରାହ୍ଣ ୫ଟାରେ ତୃତୀୟ ମ୍ୟାଚ ଖେଳାଯିବ । ଶେଷରେ ସନ୍ଧ୍ୟାରେ ରହିଛି ଭାରତ ମ୍ୟାଚ । ସନ୍ଧ୍ୟା ୭ଟାରେ ସମାନ ଗ୍ରାଉଣ୍ଡରେ ଭାରତର ମୁକାବିଲା ସ୍ପେନ୍ ସହ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+