ନୂଆବର୍ଷରେ ରାଉରକେଲା ହକି ଷ୍ଟାଡିୟମ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଆସନ୍ତା ଜାନୁୟାରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ । ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ଉଦଘାଟନ କରିବା ସହ ରାଉରକେଲା ସହରରୁ ମୋ ବସ ସେବା ଉଦଘାଟନ କରିବେ ।
ରାଉରକେଲା: ଆସନ୍ତା ଜାନୁୟାରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ । ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ଉଦଘାଟନ କରିବା ସହ ରାଉରକେଲା ସହରରୁ ମୋ ବସ ସେବା ଉଦଘାଟନ କରିବେ ।

ଜାନୁଆରୀ ୭ ତାରିଖ ଠାରୁ ରାଉରକେଲାରୁ ଭୁବନେଶ୍ୱର କମର୍ସିଆଲ ଫ୍ଲାଇଟ ଚଳାଚଳ ଆରମ୍ଭ କରିବ। ଜାନୁଆରୀ ୧୪ ତାରିଖ ଠାରୁ ରାଉରକେଲା ସିଟି ଫେଷ୍ଟ ଆରମ୍ଭ ହେବ। ବିଭିନ୍ନ ମାର୍କେଟ ସହିତ ଖାଦ୍ୟ, ସେଲିବ୍ରିଟି ନାଇଟ ଅନୁଷ୍ଠିତ ହେବ। ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ରଙ୍କ ସୂଚନା। ସେହିପରି ଜାନୁୟାରୀ ୧୨ ତାରିଖରେ ରାଉରକେଲା ସହରରେ ଟ୍ରଫି ପହଞ୍ଚିବ ବୋଲି କମିଶନର ସୂଚନା ଦେଇଛନ୍ତି ।












Click it and Unblock the Notifications