Get Updates
Get notified of breaking news, exclusive insights, and must-see stories!

କାୟା ମେଲାଉଛି କଳିଙ୍ଗ ଷ୍ଟାଡିୟମ, ଆଜି ହକି ଉତ୍କର୍ଷ କେନ୍ଦ୍ରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି (ମଙ୍ଗଳବାର) କଳିଙ୍ଗ ଷ୍ଟାଡିୟମରେ ନବ ନିର୍ମିତ ହକି ଉତ୍କର୍ଷ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

CM Naveen Patnaik

ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟ ହକି ଷ୍ଟାଡିୟମ ସହ ଏକ ଅଭ୍ୟାସ ଗ୍ରାଉଣ୍ଡ ରହିଥିଲା । ସେହି ଅଭ୍ୟାସ ଗ୍ରାଉଣ୍ଡ ନିକଟରେ ୫ ମହଲା ବିଶିଷ୍ଟ 'ହକି' କୋଠା ଗଢ଼ି ଉଠିଛି । ସେଠାରେ ଖେଳାଳିଙ୍କ ପାଇଁ ରହିବା ସହ ଅନ୍ୟ ସମସ୍ତ ସୁବିଧା ସୁଯୋଗ କରାଯାଇଛି । ହକି କୋଠାକୁ ଲାଗି ଅଭ୍ୟାସ ଗ୍ରାଉଣ୍ଡ । ତେଣୁ ଖେଳାଳିଙ୍କୁ ଅଭ୍ୟାସରେ କୌଣସି ଅସୁବିଧା ନାହିଁ ।

ରାଜ୍ୟ ସରକାର କ୍ରୀଡ଼ାର ବିକାଶ ନେଇ ହଜାର ହଜାର କୋଟି ଟଙ୍କା ବିନିଯୋଗ କରୁଛନ୍ତି । ବିଶେଷ କରି କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ାରେ ଅନ୍ତର୍ଜାତୀୟ ମାନର ଭିତ୍ତିଭୂମି ଗଢ଼ି ଉଠିଛି । ହକି ଉତ୍କର୍ଷ କେନ୍ଦ୍ର ପରେ ଖୁବଶୀଘ୍ର ଦେଶର ପ୍ରଥମ ଇନଡୋର ଆଥଲେଟିକ୍‌ ଷ୍ଟାଡିୟମର ଉଦଘାଟନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+