ଥୋମାସ କପ ବିଜୟୀ ଟିମଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ବିଜୟୀ ଭାରତୀୟ ଦଳକୁ ଆଜି ସ୍ୱାଗତ କରିବ ଓଡ଼ିଶା । ଥୋମାସ କପ ବିଜେତା ଭାରତୀୟ ପୁରୁଷ ବ୍ୟାଡମିନଟନ ଟିମର ପ୍ରତି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ବର: ଥୋମାସ କପରେ ଇତିହାସ ରଚିଛି ଭାରତୀୟ ପୁରୁଷ ବ୍ୟାଡ୍‌ମିଣ୍ଟନ ଦଳ । 14 ଥର ଥୋମାସ କପ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଛି ଭାରତୀୟ ପୁରୁଷ ଦଳ ।

Thomas Cup

ବିଜୟୀ ଭାରତୀୟ ଦଳକୁ ଆଜି ସ୍ୱାଗତ କରିବ ଓଡ଼ିଶା । ଥୋମାସ କପ ବିଜେତା ଭାରତୀୟ ପୁରୁଷ ବ୍ୟାଡମିନଟନ ଟିମର ପ୍ରତି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଛି । ଏହି ଉତ୍ସବରେ ପୂର୍ବତନ ବ୍ୟାଡମିଟନ ଖେଳାଳି ପୁଲେଲା ଗୋପିଚାନ୍ଦଙ୍କ ସମେତ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲୋକସେବା ଭବନରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯିବ ।

ସୂଚନା ଯୋଗ୍ୟ ଯେ, କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଅଲିମ୍ପିକ୍ସରେ ବ୍ରାଞ୍ଜ ପଦକ ହାସଲ ନେଇ ଭାରତୀୟ ପୁରୁଷ ହକି ଦଳକୁ ସମ୍ୱରଦ୍ଧିତ କରିଥିଲେ ରାଜ୍ୟ ସରକାର । ଏହା ସହିତ ମହିଳା ହକି ଦଳକୁ ମଧ୍ୟ ସମ୍ୱର୍ଦ୍ଧ୍ୱିତ କରିଥିଲେ ରାଜ୍ୟ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+