Get Updates
Get notified of breaking news, exclusive insights, and must-see stories!

ଅଣ୍ଡର17 ମହିଳା ଫିଫା ବିଶ୍ୱକପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଉଦଘାଟିତ ହେଲା ଅଣ୍ଡର17 ମହିଳା ଫିଫା ବିଶ୍ୱକପ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ୩ ଜଣ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ ।

ଭୁବନେଶ୍ୱର: ଉଦଘାଟିତ ହେଲା ଅଣ୍ଡର17 ମହିଳା ଫିଫା ବିଶ୍ୱକପ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ୩ ଜଣ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଉପସ୍ଥିତ ଥିଲେ । ଫିଫା ବିଶ୍ୱକପର ସପ୍ତମ ସଂସ୍କରଣ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ।

Under 17 FIFA World Cup

ଅପରାହ୍ନ ୪ଟା ୩୦ରେ ମରୋକ-ବ୍ରାଜିଲ୍ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ମରୋକ୍କୋକୁ ହରାଇ ବ୍ରାଜିଲ ବିଜୟୀ ହୋଇଛି । ୧-୦ ଗୋଲରେ ମରୋକ୍କୋକୁ ପରାସ୍ତ କରିଛି ବ୍ରାଜିଲ । ମ୍ୟାଚ ଆରମ୍ଭରୁ ବ୍ରାଜିଲ୍ ଆଟାକିଂ ଗେମ୍ ଖେଳି ମ୍ୟାଚର ୫ ମିନିଟରେ ଗୋଲ ସ୍କୋର କରିଥିଲା ।

ତେବେ ମରୋକ୍କୋ ଟିମ୍ ଭଲ ଖେଳିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସକ୍ଷମ ହୋଇନଥିଲା । ସେପଟେ ଗୋଆରେ ଚାଲିଥିବା ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଚିଲି ବିଜୟ ହାସଲ କରିଛି । ଦ୍ବିତୀୟ ମ୍ୟାଚରେ ଭାରତ ଆମେରିକାକୁ ଭେଟୁଛି । ସେହିପରି ଗୋଆରେ ଜର୍ମାନୀ-ନାଇଜେରିଆ ମଧ୍ୟରେ ଚାଲିଛି ମୁକାବିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+