ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ମିଳିଲା ୬ କୋଟି ପୁରଷ୍କାର ରାଶି
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦ ଭଗତଙ୍କୁ କଳିଙ୍ଗ ହକି ଷ୍ଟାଡିୟମରେ 6 କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ ଏକ ଗ୍ରୁପ୍ ଏ ସ୍ତରର ସରକାରୀ ଚାକିରି ମଧ୍ୟ ଦିଆଯାଇଛି।
ଭୁବନେଶ୍ୱର: ଗୋଲଡେନ୍ ବଏ ତଥା ବିଶ୍ୱ ଚାମ୍ପିଅନ୍ ପାରା ସଟଲର ପ୍ରମୋଦ ଭଗତ ଟୋକିଓ ପାରାଲିମ୍ପିକ୍ସରେ ପାରା ବ୍ୟାଡମିଣ୍ଟନରେ ପ୍ରଥମ ସ୍ୱର୍ଣ୍ଣ ପଦକ ବିଜେତା ଭାବରେ ଭାରତର କ୍ରୀଡ଼ା ଇତିହାସରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦ ଭଗତଙ୍କୁ କଳିଙ୍ଗ ହକି ଷ୍ଟାଡିୟମରେ 6 କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ ଏକ ଗ୍ରୁପ୍ ଏ ସ୍ତରର ସରକାରୀ ଚାକିରି ମଧ୍ୟ ଦିଆଯାଇଛି।

ଅଭିନନ୍ଦନ ଜଣାଇ ପ୍ରମୋଦ ଭଗତ ମୁଖ୍ୟମନ୍ତ୍ରୀ କହିଛନ୍ତି, "ତୁମର ଉଲ୍ଲେଖନୀୟ ସଫଳତା ପାଇଁ ତୁମକୁ ଉତ୍ସାହିତ କରି ମୁଁ ବହୁତ ଆନନ୍ଦିତ । ତୁମର ବିଜୟ ସମଗ୍ର ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା ଏବଂ ସବୁଦିନ ପାଇଁ ମନେ ରହିବ । କ୍ରୀଡା କିପରି ଜୀବନକୁ ଉନ୍ନତ ଏବଂ ସଶକ୍ତ କରିପାରିବ ତୁମେ ପ୍ରକୃତରେ ପୁନଃବ୍ୟାଖ୍ୟା କରିଛ । ନିଜ ଭାଗ୍ୟ ସୃଷ୍ଟି କରିବାକୁ ଆଜିର ପିଢିର କ୍ରୀଡ଼ାବିତ୍ ଏବଂ ପାରା କ୍ରୀଡ଼ାବିତଙ୍କୁ ପ୍ରେରଣା ଦେଇଛ । ଆଗାମୀ ଯାତ୍ରାରେ ଆମ ସମର୍ଥନ ତୁମ ସହ ଜାରି ରହିବ। "
ଏକ ସୁସଜ୍ଜିତ ଜିପରେ ପ୍ରମୋଦଙ୍କୁ କଳିଙ୍ଗ ଷ୍ଟାଡ଼ିୟମ ଅଣାଯାଇଥିଲା । ନିର୍ଦ୍ଧାରିତ ସମୟ ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡ଼ିୟମରେ ପହଁଚିବା ପରେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ରହିଥିଲେ । ଏଥି ସହିତ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ ଏବଂ ଉତ୍ସାହିତ କରିଥିଲେ ।












Click it and Unblock the Notifications