ହକି ବିଶ୍ୱକପର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଆସନ୍ତାବର୍ଷ ଜାନୁୟାରୀରୁ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପର ପ୍ରଥମ ଟିକେଟ୍ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ବିଶ୍ୱକପର ପ୍ରଥମ ଟିକେଟ ପ୍ରଦାନ କରିଛନ୍ତି ।

ଭୁବନେଶ୍ୱର: ଆସନ୍ତା ବର୍ଷ ଜାନୁୟାରୀରୁ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପର ପ୍ରଥମ ଟିକେଟ୍ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ବିଶ୍ୱକପର ପ୍ରଥମ ଟିକେଟ ପ୍ରଦାନ କରିଛନ୍ତି ।

Hockey World Cup 2023

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଦ୍ବିତୀୟ ଥର ପାଇଁ ଆୟୋଜନ ହେବାକୁ ଯାଉଛି ହକି ବିଶ୍ବକପ୍ । ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରର କଳିଙ୍ଗ ହକି ଷ୍ଟାଡିୟମ୍ ଓ ରାଉରକେଲାରେ ନିର୍ମାଣ ହେଉଥିବା ଦେଶର ସର୍ବବୃହତ ହକି ଷ୍ଟାଡିୟମରେ ବିଶ୍ୱକପ ମ୍ୟାଚ ଖେଳାଯିବ । ଓଡ଼ିଶା ସରକାର ମଧ୍ୟ ଜାତୀୟ ହକି ଦଳର ପ୍ରାୟୋଜକ ଅଛନ୍ତି। ଆସନ୍ତାବର୍ଷ ଜାନୁଆରୀରେ ଆରମ୍ଭ ହେବ ବିଶ୍ୱକପ ।

ସେପଟେ ହକି ବିଶ୍ୱକପ ଟିକେଟ ପାଇଁ ଗତକାଲିଠୁ ଆରମ୍ଭ ହୋଇଛି ପ୍ରି ରେଜିଷ୍ଟ୍ରେସନ । ଖେଳ ଦେଖିବାକୁ ଇଚ୍ଛୁକ ଦର୍ଶକ ହକି ବିଶ୍ୱକପର ଟିକେଟ କିଣିବା ପାଇଁ ପ୍ରି-ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ ଏଫଆଇଏଚ ପକ୍ଷରୁ ନୋଟିଫିକେସନ ଜାରି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+