For Quick Alerts
Turn On Notification  
For Daily Alerts
Oneindia App Download

ହକି ବିଶ୍ୱକପର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଆସନ୍ତାବର୍ଷ ଜାନୁୟାରୀରୁ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପର ପ୍ରଥମ ଟିକେଟ୍ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ବିଶ୍ୱକପର ପ୍ରଥମ ଟିକେଟ ପ୍ରଦାନ କରିଛନ୍ତି ।

|

ଭୁବନେଶ୍ୱର: ଆସନ୍ତା ବର୍ଷ ଜାନୁୟାରୀରୁ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପର ପ୍ରଥମ ଟିକେଟ୍ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ବିଶ୍ୱକପର ପ୍ରଥମ ଟିକେଟ ପ୍ରଦାନ କରିଛନ୍ତି ।

Hockey World Cup 2023

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଦ୍ବିତୀୟ ଥର ପାଇଁ ଆୟୋଜନ ହେବାକୁ ଯାଉଛି ହକି ବିଶ୍ବକପ୍ । ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରର କଳିଙ୍ଗ ହକି ଷ୍ଟାଡିୟମ୍ ଓ ରାଉରକେଲାରେ ନିର୍ମାଣ ହେଉଥିବା ଦେଶର ସର୍ବବୃହତ ହକି ଷ୍ଟାଡିୟମରେ ବିଶ୍ୱକପ ମ୍ୟାଚ ଖେଳାଯିବ । ଓଡ଼ିଶା ସରକାର ମଧ୍ୟ ଜାତୀୟ ହକି ଦଳର ପ୍ରାୟୋଜକ ଅଛନ୍ତି। ଆସନ୍ତାବର୍ଷ ଜାନୁଆରୀରେ ଆରମ୍ଭ ହେବ ବିଶ୍ୱକପ ।

ସେପଟେ ହକି ବିଶ୍ୱକପ ଟିକେଟ ପାଇଁ ଗତକାଲିଠୁ ଆରମ୍ଭ ହୋଇଛି ପ୍ରି ରେଜିଷ୍ଟ୍ରେସନ । ଖେଳ ଦେଖିବାକୁ ଇଚ୍ଛୁକ ଦର୍ଶକ ହକି ବିଶ୍ୱକପର ଟିକେଟ କିଣିବା ପାଇଁ ପ୍ରି-ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ ଏଫଆଇଏଚ ପକ୍ଷରୁ ନୋଟିଫିକେସନ ଜାରି ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
CM Naveen Patnaik Buy First Ticket of Hockey World Cup 2023
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X