Get Updates
Get notified of breaking news, exclusive insights, and must-see stories!

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର: ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ

କ୍ରୀଡା ଦିବସ ଅବସରରେ ବିଜୁ କ୍ରୀଡା ସମ୍ମାନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି ।

ଭୁବନେଶ୍ବର: କ୍ରୀଡା ଦିବସ ଅବସରରେ ବିଜୁ କ୍ରୀଡା ସମ୍ମାନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ସେହିପରି କ୍ରୀଡାରେ ଉତ୍ତମ ପ୍ରଦର୍ଶନ ପାଇଁ ଝିଲ୍ଲୀ ଦଳବେହେରା ଓ ଶ୍ରେଷ୍ଠ କୋଚିଂ ପାଇଁ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ସମ୍ମାନିତ କରାଯାଇଛି ।

Biju Patnaik Sports Awards

କ୍ରୀଡା ସାମ୍ୱାଦିକ ଭାବେ ବେଣୁଧର ଦାସଙ୍କୁ ସମ୍ମାନିତ କରାଯାଇଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ଶ୍ରେଷ୍ଠ କ୍ରୀଡା ପ୍ରୋତ୍ସାହନ ଅନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଉଛି। ଏହା ସହିତ ରାଜ୍ୟ ସାହସିକତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ପ୍ରତାପ ତରାଇ ଏବଂ ଶୁଭଶ୍ରୀ ରାଉତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଖେଳାଳିଙ୍କୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଇଛି ।

''ଖେଳ ହେଉଛି ବ୍ୟାୟାମର ପ୍ରକୃଷ୍ଟ ମାଧ୍ୟମ । ଆଗାମୀ ଦିନରେ ଓଡ଼ିଶା ଖେଳ ଡେଷ୍ଟିନେସନ ହେବାକୁ ଯାଉଛି । କ୍ରୀଡା ଦିବସ ଅବସରରେ ସମସ୍ତ ଖେଳାଳୀ ଓ କ୍ରୀଡାବିତ୍‌ଙ୍କୁ ଅଭିନନ୍ଦନ ଜଣାଉଛି । ବିଭିନ୍ନ କ୍ଷେତ୍ରରରେ ଓଡ଼ିଶା ପାଇଁ ଗର୍ବ ଆଣିଥିବାରୁ ସଭିଙ୍କୁ ଅଭିନନ୍ଦନ । ରାଜ୍ୟ ସରକାର ସବୁବେଳେ ଖେଳାଳିଙ୍କୁ ପ୍ରୋତ୍ସାହନ ଦେଇଛନ୍ତି'' ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭୁବନେଶ୍ବର ଲୋକସେବା ଭବନରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଖେଳାଳିଙ୍କୁ ନିଯୁକ୍ତିପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସଚିବ ପ୍ରଦୀପ କୁମାର ଜେନା, ୫ଟି ସଚିବ ବିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

Biju Patnaik Sports Awards

ତେବେ ରାଜ୍ୟ ପାଇଁ ଗୌରବ ଆଣିଥିବା ବଡି ବିଲ୍‌ଡର ଚନ୍ଦନ କୁମାର ସାହୁ, ପାରା -ଆଥଲେଟ୍ ଜୟନ୍ତୀ ବେହେରା, ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା, ପାରା-ଆଥଲେଟ୍ ସୁନୀଲ ପ୍ରଧାନ, ରଗବୀ ଖେଳାଳି ମୁନା ମୁର୍ମୁ ଓ ହକି ପାଇଁ ଜାହ୍ନବୀ ପ୍ରଧାନ ପ୍ରମୁଖଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଏହାସହ ଚେସ୍ ପାଇଁ ସାଇନା ସାଲୋନିକାଙ୍କୁ ଦେଢ଼ ଲକ୍ଷ ଟଙ୍କା, ଫୁଟବଲ ଖେଳାଳି ଟଙ୍କଧର ବାଗଙ୍କୁ ୨ ଲକ୍ଷ, ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ୨ ଲକ୍ଷ, ପାରା -ଫେନିସିଂ ପାଇଁ ରମେଶ ରାଓ ୨ ଲକ୍ଷ, ରାଖାଲ ସେଠୀଙ୍କୁ ୨ ଲକ୍ଷ ଓ ମାଳତୀ ପନଓ୍ବାରୀଙ୍କୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ପାଇଁ ଧାବିକା ଶ୍ରାବଣୀ ନନ୍ଦ ଓ ଦୂତୀ ଚାନ୍ଦଙ୍କୁ ୭ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ମାଓଣ୍ଟେନିୟର ସିଦ୍ଧାର୍ଥ ରାଉତରାୟଙ୍କୁ ୩ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସିଦ୍ଧାର୍ଥ ଅନୁପସ୍ଥିତ ଥିବାରୁ ବାପା ବିଧାୟକ ସୁରେଶ ରାଉତରାୟ ଓ ତାଙ୍କ ପତ୍ନୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ସେହିପରି ହକିରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କା ଓ ଅମିତ ରୋହିଦାସଙ୍କୁ ୭୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+