Get Updates
Get notified of breaking news, exclusive insights, and must-see stories!

ଅମିତ୍-ବିରେନ୍ଦ୍ର ହେବେ DSP, ଅଫର ଲେଟର ଦେଲେ ମୁଖ୍ୟମନ୍ତ୍ରୀ

ପୁରୁଷ ହକି ଟିମର ଉପ କ୍ୟାପ୍ଟେନ୍ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପୋଲିସରେ ଡିଏସପି ପଦବୀର ଅଫର ଲେଟର ମଧ୍ୟ ପ୍ରଦାନ କରିଛନ୍ତି।

ଭୁବନେଶ୍ୱର: ଓଡିଆ ଅଲମ୍ପିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା । ଟୋକିଓ ଫେରନ୍ତା ହକି ଖେଳାଳିଙ୍କ ପାଇଁ ଟଙ୍କା ବର୍ଷା କଲେ ନବୀନ । ପୁରୁଷ ହକି ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା ଓ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

CM Naveen

ହକି ଖେଳାଳିଙ୍କ ସମ୍ମାନର୍ଥେ ଆଜି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ବ୍ରୋଞ୍ଜ ପଦକ ଜିତିଥିବା ଅମିତ ଓ ବୀରେନ୍ଦ୍ରଙ୍କୁ ଅଢେଇ କୋଟି ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। କେବଳ ଆର୍ଥିକ ପୁରସ୍କାର ନୂହେଁ ପୁରୁଷ ହକି ଟିମର ଉପ କ୍ୟାପ୍ଟେନ୍ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପୋଲିସରେ ଡିଏସପି ପଦବୀର ଅଫର ଲେଟର ମଧ୍ୟ ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ଦୁଇ ମହିଳା ଖେଳାଳି ଦିପ୍ ଗ୍ରେସ ଓ ନମିତା ଟୋପେଙ୍କୁ ୫୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ଅଲିମ୍ପିକ୍ସରେ ଖେଳାଳୀଙ୍କ ପ୍ରଦର୍ଶନକୁ ପ୍ରଶଂସା କରିବା ସହ ଆଗକୁ ଏମିତି ଭଲ କରିବାକୁ ପ୍ରେରଣା ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏବଂ ଆଗକୁ ଖେଳାଳିମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରରେ ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ହେବରା, ଓଡ଼ିଶା ହକି ପ୍ରମୋଶନ କାଉଁସିଲ ଅଧକ୍ଷ ଦିଲୀପ ତିର୍କୀ, 5-T ସଚିବ ଭି. କେ ପାଣ୍ଡିଆନ୍, କ୍ରୀଡ଼ା ସଚିବ ଆର୍ ଭିନିଲ୍ କ୍ରିଷ୍ଣା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+