ମୁଣ୍ଡରେ ପଗଡ଼ି, ଦେହରେ ଜର୍ସି: ଆରସିବି-ପଞ୍ଜାବ ପାଇଁ ଭିନ୍ନ ଅବତାରରେ କ୍ରିସ୍ ଗେଲ୍
ଭିନ୍ନ ଅବତାରରେ ଗେଲ୍ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ୍ ଫାଇନାଲ ଟକ୍କର ଚାଲିଛି ଆଉ ସାରା ଦୁନିଆର ନଜର ମ୍ୟାଚ ଉପରେ ଅଟକି ରହିଛି ଠିକ୍ ସେତେବେଳେ କ୍ରିସ୍ ଗେଲଙ୍କୁ ଦେଖିବାକୁ ମିଳିଛି କିଛି ଭିନ୍ନ ରୂପରେ । ଯେଉଁଠି ସେ ନିଆରା ଅନ୍ଦାଜରେ ଫାଇନାଲ ଖେଳୁଥିବା ଦୁଇ ଦଳ ଆରସିବି-ପଞ୍ଜାବ କିଙ୍ଗ୍ସକୁ ସମର୍ଥନ ଜଣାଇଛନ୍ତି ।
ମୁଣ୍ଡରେ ପଗଡ଼ି ପିନ୍ଧି ସେ ପଞ୍ଜାବ କିଙ୍ଗ୍ସକୁ ସମର୍ଥନ ଜଣାଇଥିବା ବେଳେ ଆରସିବିର ଜର୍ସି ଏବଂ କଷ୍ଟମାଇଜ୍ଡ ଜୋତା ପିନ୍ଧି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁକୁ ସମର୍ଥନ ଜଣାଇଛନ୍ତି । ଅତୀତରେ ସେ ଉଭୟ ଦଳରେ ଖେଳିଥିବା ବେଳେ ଆଜି ଯେତେବେଳେ ଦୁଇ ଦଳ ଫାଇନାଲ ବାଜି ଲଢୁଛନ୍ତି ସେତେବେଳେ ସେ ଉଭୟ ଟିମକୁ ଶୁଭେଚ୍ଛା ଓ ସମର୍ଥନ ଜଣାଇଛନ୍ତି ।

ତେବେ ୨୦୧୧ରୁ ୧୭ ଯାଏଁ କ୍ରିସ୍ ଗେଲ୍ ଆରସିବି ପାଇଁ ଖେଳିଥିବା ବେଳେ ସେ ୮୫ଟି ମ୍ୟାଚରେ ୩୧୬୩ ରନ କରିଥିଲେ । ଯେଉଁଥିରେ ୫ଟି ଶତକ ଏବଂ ୧୯ଟି ଅର୍ଦ୍ଧଶତକ ରହିଛି । ସେହିପରି ୨୦୧୮ରୁ ୨୧ ଯାଏଁ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳିଛନ୍ତି । ୪୧ଟି ମ୍ୟାଚରେ ୧୩୩୯ ରନ୍ କରିଥିଲେ, ଯେଉଁଥିରେ ଗୋଟାଏ ଶତକ ଏବଂ ୧୦ଟି ଅର୍ଦ୍ଧଶତକ ରହିଛି ।
୨୦୦୯, ୨୦୧୧, ୨୦୧୬ରେ ଆରସିବି ଫାଇନାଲ ଯାଏଁ ଯାଇଥିବା ବଳେ ୩ ଥର ଯାକ ନିରାଶ ହୋଇଛି । ସେହିପରି ପଞ୍ଜାବ କିଙ୍ଗ୍ସ ୨୦୧୪ରେ ମାତ୍ର ଥରୁଟେ ଫାଇନାଲକୁ ପ୍ରବେଶ କରିଥିବା ବେଳେ ପରାଜୟର ସ୍ବାଦ ଚାଖିଛି । ତେଣୁ ୨୦୨୫ରେ ଉଭୟ ପୂର୍ବ ପରାଜିତ ଦଳ ଫାଇନାଲରେ ଫାଇଟ୍ କରିୁଥିବାରୁ ସମସ୍ତଙ୍କ ନଜର ପଡିଆ ଉପରେ ହିଁ ରହିଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....












Click it and Unblock the Notifications