Get Updates
Get notified of breaking news, exclusive insights, and must-see stories!

ବିବାଦୀୟ ବୟାନ ପରେ ବିଦା ହେବେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା !

ଭାରତୀୟ କ୍ରିକେଟକୁ ବଦନାମ୍ କରିବା ଦେବା ଭଳି ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । ତେବେ ଏହି ବିବାଦୀୟ ବୟାନ ପରେ ଚେତନ ଶର୍ମାଙ୍କ ବିଦା ହେବା ଥୟ ହୋଇ ସାରିଛି ।

Chief Selector Chetan Sharma

Chetan Sharma Sting Operation: ଭାରତ ବନାମ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ବଡ ବିବାଦ । ଭାରତୀୟ କ୍ରିକେଟକୁ ବଦନାମ୍ କରିବା ଦେବା ଭଳି ବୟାନ । ଆଉ ଏପରି ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । ତେବେ ଏହି ବିବାଦୀୟ ବୟାନ ପରେ ଚେତନ ଶର୍ମାଙ୍କ ବିଦା ହେବା ଥୟ ହୋଇ ସାରିଛି ।

କାରଣ ଜାତୀୟ ଦଳର ଚୟନକର୍ତ୍ତା ଭାରତୀୟ କ୍ରିକେଟ୍ ବୋର୍ଡ ଦ୍ୱାରା ଅନୁବନ୍ଧିତ । ଦଳ ସମ୍ବନ୍ଧୀୟ କୌଣସି ବି ବିଷୟ ଉପରେ ସର୍ବ ସାଧାରଣରେ ଆଲୋଚନା କରିବାକୁ ଅନୁମତି ନାହିଁ । ମାତ୍ର ଷ୍ଟିଙ୍ଗ ଅପରେସନରେ ଟିମ ଇଣ୍ଡିଆରେ ଦ୍ବିତୀୟଥର ପାଇଁ ମୁଖ୍ୟ ଚୟନକର୍ତ୍ତା ଭାବେ ନିର୍ବାଚିତ ହୋଇଥିବା ଚେତନ୍ ଶର୍ମା ଯାହା କହିଛନ୍ତି, ତାହା ଏବେ ବିସିସିଆଇ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ବିସିସିଆଇ ଏ ଦିଗରେ ଦୃଷ୍ଟି ଦେଉଛି ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି । ଏଥିସହ ଚେତନ ଶର୍ମାଙ୍କ ଭବିଷ୍ୟତ ଉପରେ ବିସିସିଆଇ ସଚିବ ଜୟ ଶାହ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି । ତେବେ ବିସିସିଆଇର କୋଷାଧ୍ୟକ୍ଷ ଆଶିଷ ଶେଲାର କହିଛନ୍ତି ଯେ ବିସିସିଆଇ ଖୁବଶୀଘ୍ର ଏ ନେଇ ବିବୃତ୍ତି ଜାରି କରିବ ।

ମିଳିଥିବା ସୂଚନା ଅନୁଯାୟୀ, ଚେତନ ଶର୍ମାଙ୍କ ପଦ ଯିବା ପ୍ରାୟ ନିଶ୍ଚିତ। ବିସିସିଆଇ ଏହି ବିଷୟରେ ଚେତନ ଶର୍ମାଙ୍କ ସହ କଥା ହୋଇଛି ଏବଂ ତାଙ୍କଠାରୁ ଉତ୍ତର ମାଗିଛି । ତେବେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ପ୍ରଶ୍ନ ହେଉଛି ଟି-୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ଦିନିକିଆ ଓ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଦଳ ଚୟନ ବୈଠକରେ ଚେତନଙ୍କ ସହ ବସିବାକୁ ପସନ୍ଦ କରି ନପାରନ୍ତି। କାରଣ ଏଭଳି ଆଚରଣ ରଖୁଥିବା ବ୍ୟକ୍ତି ଦଳର କିମ୍ବା ବୋର୍ଡର ଆଭ୍ୟନ୍ତରୀଣ ସୂଚନା ସାର୍ବଜନୀନ କରିପାରନ୍ତି । କେବଳ ବିସିସିଆଇ ପାଇଁ ନୁହେଁ, ଭାରତର ସମସ୍ତ କ୍ରିକେଟ୍ ଜଗତ ପାଇଁ ଏହା ଏକ ଲଜ୍ଜାଜନକ ଖବର । ଭାରତୀୟ କ୍ରିକେଟର ଫିଟ୍ ରହିବା ପାଇଁ ଇଞ୍ଜେକସନ୍ ନିଅନ୍ତି ଏବଂ ସେ (ଚେତନ ଶର୍ମା) ଜାଣନ୍ତି କେଉଁ ଇଞ୍ଜେକସନ୍ ନେଲେ ଡୋପ୍ ଟେଷ୍ଟରେ ଧରା ପଡ଼ିବେ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଥାଉ କି, ଜାତୀୟ ଗଣମାଧ୍ୟମ ସଂସ୍ଥା ଜୀ ନ୍ୟୁଜ୍ ଦ୍ବାରା ହୋଇଥିବା ଏକ ଷ୍ଟିଙ୍ଗ ଅପରେସନ ବେଳେ ଚେତନ୍ ଶର୍ମା କହିଛନ୍ତି ଯେ, ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଛନ୍ତି । ଆହତ ଥିବା ସତ୍ତ୍ୱେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଏହି ଇଞ୍ଜେକସନ୍ ଉପରେ ସେମାନେ ନିର୍ଭର କରନ୍ତି । ଭାରତୀୟ କ୍ରିକେଟ୍ ଟିମର କିଛି ବଡ଼ ଓ ଅଭିଜ୍ଞ କ୍ରିକେଟର ମାନେ ମଧ୍ୟ ଇଞ୍ଜେକସନ୍ ନେଇଥାନ୍ତି ।

କେବଳ ଏତିକି ନୁହେଁ ଖେଳାଳି ଚୟନ ପୂର୍ବରୁ ୮୦ରୁ ୮୫ ପ୍ରତିଶତ ଖେଳାଳି ଫିଟ୍ ନଥାନ୍ତି । କିନ୍ତୁ ସେହି ଖେଳାଳିମାନଙ୍କୁ ଦଳରେ ରଖିବା ପାଇଁ ଅନୁରୋଧ ଆସିଥାଏ । କିଛି ଷ୍ଟାର ଖେଳାଳି ଅସୁସ୍ଥ ଥିଲେ ମଧ୍ୟ NCA ସେମାନଙ୍କୁ ସବୁଜ ସଙ୍କେତ ଦେଇଥାଏ ବୋଲି ସେ କହିଛନ୍ତି ।

ସେହିଭଳି ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ମଧ୍ୟ ବିସ୍ଫୋରକ ବୟାନ ଦେଇଛନ୍ତି ଚେତନ ଶର୍ମା । ସେ କହିଛନ୍ତି, ୨୦୨୧ରେ ଟି-୨୦ ବିଶ୍ୱକପ ପୂର୍ବରୁ କୋହଲି ଅଧିନାୟକ ପଦ ଛାଡ଼ିବାକୁ ଚାହୁଁଥିଲେ । ଏ ବିଷୟରେ ଗାଙ୍ଗୁଲି ସାମ୍ବାଦିକ ସମ୍ମିଳନୀ କରିଥିଲେ ବି କୋହଲି ଠିକ୍ ଭାବେ ବୁଝିପାରି ନଥିଲେ ।

ସେ ଆହୁରି କହିଛନ୍ତି ଯେ, ଟି-୨୦ ବିଶ୍ୱକପ ପରେ ଚୟନ କମିଟି କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ଦେଇଥିଲେ । ଏହି ଦାୟିତ୍ୱରୁ କୋହଲିଙ୍କୁ ହଟାଯିବା ଆଗରୁ କୋହଲିଙ୍କୁ ମଧ୍ୟ ଅବଗତ କରାଯାଇ ନଥିଲା । ତେବେ କୋହଲି ସାମ୍ବାଦିକ ସମ୍ମିଳନୀରେ ଯାହା କହିଥିଲେ, ଗାଙ୍ଗୁଲି ତାକୁ ଗ୍ରହଣ କରିପାରି ନଥିଲେ । ଏହାପରଠୁ କୋହଲି ଓ ଗାଙ୍ଗୁଲିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ।

ସେହିପରି ଚେତନ ଶର୍ମା କହିଛନ୍ତି ଯେ, ରୋହିତ ଓ କୋହଲିଙ୍କ ମଧ୍ୟରେ ବିବାଦ ନୁହେଁ, ଅହଙ୍କାର ରହିଛି । ଯଦିଓ କୋହଲି ଏବେ କୌଣସି ଦଳର ନେତୃତ୍ୱ ନେଉ ନାହାନ୍ତି । କିନ୍ତୁ ଦଳରେ ତାଙ୍କ ଦବଦବା ଚାଲୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+