ବିବାଦୀୟ ବୟାନ ପରେ ଇସ୍ତଫା ଦେଲେ ଚେତନ ଶର୍ମା
ବିବାଦୀୟ ବୟାନ ପରେ ଇସ୍ତଫା ଦେଲେ ଚେତନ ଶର୍ମା । ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ପଦରୁ ଆଜି ଇସ୍ତାଫା ଦେଇଛନ୍ତି ପୂର୍ବତନ ଦୃତ ବୋଲର ଚେତନ ଶର୍ମା ।

Chetan Sharma Resign: ବିବାଦୀୟ ବୟାନ ପରେ ଇସ୍ତଫା ଦେଲେ ଚେତନ ଶର୍ମା । ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ପଦରୁ ଆଜି ଇସ୍ତାଫା ଦେଇଛନ୍ତି ପୂର୍ବତନ ଦୃତ ବୋଲର ଚେତନ ଶର୍ମା । ତାଙ୍କ ଇସ୍ତଫାକୁ ବିସିସିଆଇ ସଚିବ ଜୟ ଶାହାଙ୍କ ନିକଟକୁ ପଠାଇଛନ୍ତି ଏବଂ ତାଙ୍କ ଇସ୍ତଫା ଗ୍ରହଣ କରାଯାଇଛି।
ଉଲ୍ଲେଖଥାଉ କି, ଜାତୀୟ ଗଣମାଧ୍ୟମ ସଂସ୍ଥା ଜୀ ନ୍ୟୁଜ୍ ଦ୍ବାରା ହୋଇଥିବା ଏକ ଷ୍ଟିଙ୍ଗ ଅପରେସନ ବେଳେ ଚେତନ୍ ଶର୍ମା ଭାରତୀୟ ଦଳ ଏବଂ ଖେଳାଳିଙ୍କ ସହ ଜଡିତ ଅନେକ ଗୁମର ଖୁଲାସା କରିଥିଲେ । ସେ କହିଥିଲେ ଯେ, ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଛନ୍ତି । ଆହତ ଥିବା ସତ୍ତ୍ୱେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଏହି ଇଞ୍ଜେକସନ୍ ଉପରେ ସେମାନେ ନିର୍ଭର କରନ୍ତି । ଭାରତୀୟ କ୍ରିକେଟ୍ ଟିମର କିଛି ବଡ଼ ଓ ଅଭିଜ୍ଞ କ୍ରିକେଟର ମାନେ ମଧ୍ୟ ଇଞ୍ଜେକସନ୍ ନେଇଥାନ୍ତି । କେବଳ ଏତିକି ନୁହେଁ ଖେଳାଳି ଚୟନ ପୂର୍ବରୁ ୮୦ରୁ ୮୫ ପ୍ରତିଶତ ଖେଳାଳି ଫିଟ୍ ନଥାନ୍ତି । କିନ୍ତୁ ସେହି ଖେଳାଳିମାନଙ୍କୁ ଦଳରେ ରଖିବା ପାଇଁ ଅନୁରୋଧ ଆସିଥାଏ । କିଛି ଷ୍ଟାର ଖେଳାଳି ଅସୁସ୍ଥ ଥିଲେ ମଧ୍ୟ NCA ସେମାନଙ୍କୁ ସବୁଜ ସଙ୍କେତ ଦେଇଥାଏ ବୋଲି ସେ କହିଥିଲେ ।
ସେହିଭଳି ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ମଧ୍ୟ ବିସ୍ଫୋରକ ବୟାନ ଦେଇଥିଲେ ଚେତନ ଶର୍ମା । ସେ କହିଥିଲେ, ୨୦୨୧ରେ ଟି-୨୦ ବିଶ୍ୱକପ ପୂର୍ବରୁ କୋହଲି ଅଧିନାୟକ ପଦ ଛାଡ଼ିବାକୁ ଚାହୁଁଥିଲେ । ଏ ବିଷୟରେ ଗାଙ୍ଗୁଲି ସାମ୍ବାଦିକ ସମ୍ମିଳନୀ କରିଥିଲେ ବି କୋହଲି ଠିକ୍ ଭାବେ ବୁଝିପାରି ନଥିଲେ । ଟି-୨୦ ବିଶ୍ୱକପ ପରେ ଚୟନ କମିଟି କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ଦେଇଥିଲେ । ଏହି ଦାୟିତ୍ୱରୁ କୋହଲିଙ୍କୁ ହଟାଯିବା ଆଗରୁ କୋହଲିଙ୍କୁ ମଧ୍ୟ ଅବଗତ କରାଯାଇ ନଥିଲା । ତେବେ କୋହଲି ସାମ୍ବାଦିକ ସମ୍ମିଳନୀରେ ଯାହା କହିଥିଲେ, ଗାଙ୍ଗୁଲି ତାକୁ ଗ୍ରହଣ କରିପାରି ନଥିଲେ । ଏହାପରଠୁ କୋହଲି ଓ ଗାଙ୍ଗୁଲିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ।
ସେହିପରି ଚେତନ ଶର୍ମା କହିଥିଲେ ଯେ, ରୋହିତ ଓ କୋହଲିଙ୍କ ମଧ୍ୟରେ ବିବାଦ ନୁହେଁ, ଅହଙ୍କାର ରହିଛି । ଯଦିଓ କୋହଲି ଏବେ କୌଣସି ଦଳର ନେତୃତ୍ୱ ନେଉ ନାହାନ୍ତି । କିନ୍ତୁ ଦଳରେ ତାଙ୍କ ଦବଦବା ଚାଲୁଛି ।












Click it and Unblock the Notifications