ବାରବାଟୀ ଷ୍ଟାଡିୟମ୍ରେ ମୁଖ୍ୟମନ୍ତ୍ରୀ, ଦେଖିବେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍
ବାରବାଟୀ ମୁକାବିଲା ପାଇଁ ପଡ଼ିଆ ପ୍ରସ୍ତୁତ, ଦର୍ଶକ। ଅପେକ୍ଷା ଟସ୍ ସମୟକୁ। ଏହା ମଧ୍ୟରେ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି ଓ ସପୋର୍ଟ ଷ୍ଟାଫ ଷ୍ଟାଡିୟମରେ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥାରେ ଖେଳାଳି ଭୁବନେଶ୍ଵରର ହୋଟେଲ୍ ମେ ଫେୟାରରୁ ବାହାରି ବାରବାଟୀ ଷ୍ଟାଡିୟମ ଯାଇଛନ୍ତି। ମ୍ୟାଚ୍ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଷ୍ଟାଡିୟମରେ ପହଞ୍ଚିଛନ୍ତି।

ମ୍ୟାଚ୍ ୭ଟାରୁ ଆରମ୍ଭ ହେଉଥିବା ବେଳେ ଟସ୍ ୬ଟା ୩୦ରେ ପଡ଼ିବ। ଏହା ପୂର୍ବରୁ ଦୁଇ ଦଳର ଖେଳାଳି ପ୍ରାକ୍ଟିସ କରିବେ। ଅନ୍ୟପଟେ ଗେଟ୍ ଅପରାହ୍ଣ ୪ଟାରୁ ଖୋଲିବା ପରେ ଷ୍ଟାଡିୟମର ବିଭିନ୍ନ ଗ୍ୟାଲେରୀରେ ପ୍ରବେଶ କରୁଛନ୍ତି ଦର୍ଶକ। ଷ୍ଟାଡିୟମ ଚାରି ପଟେ ଦର୍ଶକଙ୍କ ପ୍ରବଳ ଭିଡ଼ ଲାଗି ରହିଥିବା ବେଳେ ଉତ୍ସାହ ଚରମରେ ପହଞ୍ଚିଛି। ସବୁ ଗ୍ୟାଲେରୀ ଧିରେ ଧିରେ ଭରିବାରେ ଲାଗିଛି।












Click it and Unblock the Notifications