Get Updates
Get notified of breaking news, exclusive insights, and must-see stories!

କଳିଙ୍ଗରେ ଓଡିଆ ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଓଡିଶାରେ ପହଞ୍ଚିଛନ୍ତି ଅଲିମ୍ପିକ ଭାରତୀୟ ହକି ଟିମର ୪ ଜଣ ଖେଳାଳି। ପୁରୁଷ ଟିମର ଅମିତ ରୋହି ଦାସ , ବିରେନ୍ଦ୍ର ଲାକ୍ରା, ମହିଳା ଟିମ୍ ର ଦୀପ୍ ଗ୍ରେସ୍ ଏକ୍କା ଏବଂ ନମିତା ଟପ୍ପୋ ପହଞ୍ଚିଛନ୍ତି। ଆଜି ସମସ୍ତ ୪ ହକି ତାରକାଙ୍କୁ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କ

ଭୁବନେଶ୍ୱର: ଓଡିଶାରେ ପହଞ୍ଚିଛନ୍ତି ଅଲିମ୍ପିକ ଭାରତୀୟ ହକି ଟିମର ୪ ଜଣ ଖେଳାଳି। ପୁରୁଷ ଟିମର ଅମିତ ରୋହି ଦାସ , ବିରେନ୍ଦ୍ର ଲାକ୍ରା, ମହିଳା ଟିମ୍ ର ଦୀପ୍ ଗ୍ରେସ୍ ଏକ୍କା ଏବଂ ନମିତା ଟପ୍ପୋ ପହଞ୍ଚିଛନ୍ତି। ଆଜି ସମସ୍ତ ୪ ହକି ତାରକାଙ୍କୁ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

Chief Minister

ଖବର ଅନୁଯାୟୀ, ମଙ୍ଗଳବାର ରାତି ୮ଟା ୫୦ ମିନିଟରେ ଏୟାର ଇଣ୍ଡିଆ ଫ୍ଲାଇଟରେ ହକି ଟିମର ୪ ଜଣ ଖେଳାଳି ଭୁବନେଶ୍ବରରେ ପହଞ୍ଚିଥିଲେ। ଖେଳାଳିମାନଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଏହି ହକି ଖେଳାଳିମାନଙ୍କୁ ସ୍ବାଗତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଓ ଅଭିଜିତ ପଲ ବିମାନ ବନ୍ଦରରେ ଉପସ୍ଥିତ ଥିଲେ। ଏହା ସହିତ ସେମାନଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ।

ଖେଳାଳିମାନଙ୍କୁ ବିମାନବନ୍ଦରରୁ କଡ଼ା ସୁରକ୍ଷା ମଧ୍ୟରେ ଘରେ ଛଡ଼ାଯାଇଛି। ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇବାରେ ଅମିତ ରୋହି ଦାସଙ୍କ ଭୂମିକା ବେଶ୍‌ ଗୁରୁତ୍ତ୍ୱପୂର୍ଣ୍ଣ ରହିଥିଲା। ସେହିଭଳି ବୀରେନ୍ଦ୍ର ଲାକ୍ରା ମଧ୍ୟ ଦଳରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+