Get Updates
Get notified of breaking news, exclusive insights, and must-see stories!

କ୍ରିକେଟ୍‌ରୁ ଅବସର ନେଲେ ଚେତେଶ୍ୱର ପୂଜାରା; ସମସ୍ତ ଫର୍ମାଟରୁ ଅବସର ଘୋଷଣା

କ୍ରିକେଟ୍‌ରୁ ଅବସର ନେଲେ ଚେତେଶ୍ୱର ପୂଜାରା । କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ଘୋଷଣା । ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରି ଅବସର ଘୋଷଣା। ଭାରତର ଭେଟେରାନ୍ କ୍ରିକେଟର୍ ଚେତେଶ୍ୱର ପୂଜାରା ।

Cheteshwar Pujara retires from cricket

ଚେତେଶ୍ୱର ପୂଜାରା ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି, ଭାରତୀୟ ଜର୍ସି ପିନ୍ଧିବା, ଜାତୀୟ ସଙ୍ଗୀତ ଗାଇବା ଏବଂ ପଡ଼ିଆରେ ପାଦ ଦେବା ସମୟରେ ପ୍ରତ୍ୟେକ ଥର ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା, ଏହାର ପ୍ରକୃତ ଅର୍ଥ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। କିନ୍ତୁ ଯେପରି କୁହାଯାଏନ, ପ୍ରତ୍ୟେକ ଭଲ ଜିନିଷର ଅନ୍ତ ହେବା ଆବଶ୍ୟକ, ଏବଂ ଅପାର କୃତଜ୍ଞତା ସହିତ ମୁଁ ସମସ୍ତ ପ୍ରକାରର ଭାରତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଆପଣଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ!

ବହୁ ଦିନ ଧରି ଚେତେଶ୍ୱର ପୂଜାରାଙ୍କୁ ଟିମ୍ ଇଣ୍ଡିଆରେ ଚୟନ କରାଯାଉ ନଥିଲା। ଚୟନକର୍ତ୍ତାଙ୍କ ଧ୍ୟାନ ଏବେ ନୂଆ ଏବଂ ଯୁବ ଖେଳାଳିଙ୍କ ଉପରେ ଯାଇଛି। ପୂଜାରା ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ୭ ଜୁନ୍ ୨୦୨୩ରେ ଖେଳିଥିଲେ। ପୂଜାରା ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚ୍‌ରେ ତାଙ୍କର ପ୍ରଦର୍ଶନ ସେତେ ଭଲ ନଥିଲା। ପୂଜାରା ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ୧୪ ରନ ଏବଂ ଦ୍ୱିତୀୟ ଇନିଂସରେ ୨୭ରନ କରିଥିଲେ।

ଚେତେଶ୍ୱର ପୂଜାରା ଟିମ୍ ଇଣ୍ଡିଆ ପାଇଁ ୧୦୩ ଟେଷ୍ଟ ଏବଂ ୫ଟି ଦିନିକିଆ ଖେଳିଛନ୍ତି। ସେ ୧୦୩ ଟେଷ୍ଟରେ ବ୍ୟାଟିଂ କରି ୭୧୯୫ ରନ ସଂଗ୍ରହ କରିଥିଲେ। ଏହି ସମୟରେ ତାଙ୍କର ସର୍ବୋତ୍ତମ ସ୍କୋର ୨୦୬ ରନ ଥିଲା। ପୂଜାରା ଟେଷ୍ଟରେ ୧୯ ଶତକ, ୩୫ ଅର୍ଦ୍ଧଶତକ ଏବଂ ୩ ଦ୍ୱିଶତକ କରିଥିଲେ। ଏହା ବ୍ୟତୀତ ପୂଜାରା ଦିନିକିଆରେ କେବଳ ୫୧ ରନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+