ଚେତନ ଶର୍ମାଙ୍କ ଷ୍ଟିଙ୍ଗ୍ ଅପରେସନ: କହିଲେ, ଫିଟ୍ ରହିବା ପାଇଁ ଇଞ୍ଜେକ୍ସନ୍ ନିଅନ୍ତି ଭାରତୀୟ ଖେଳାଳି
କେମିତି ଫିଟ୍ ଓ ଅନଫିଟ୍ ହେଉଛନ୍ତି ଖେଳାଳି ? କେମିତି ଭାରତୀୟ ଖେଳାଳିଙ୍କୁ ଚୟନ କରାଯାଉଛି ? ଷ୍ଟିଙ୍ଗ ଅପରେସନରେ ଏମିତି କିଛି ଗହନ କଥା ଖୋଲି କହିଦେଇଛନ୍ତି ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଚେତନ୍ ଶର୍ମା ।

Chetan Sharma Sting Operation: ଚେତନ ଶର୍ମାଙ୍କ ଚାଞ୍ଚଲ୍ୟକର ବୟାନ । ଭାରତୟୀ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତାଙ୍କ ଷ୍ଟିଙ୍ଗ ଅପରେସନ ପରେ କ୍ରିକେଟ୍ ଜଗତରେ ଏବେ ହଇଚଇ । ଭିତିର କଥା କହି ଦେଲେ ଚେତନ୍ ଶର୍ମା । ଗୁମର ଫିଟାଇ ଦେଲେ ମୁଖ୍ୟ ଚୟନକର୍ତ୍ତା । ଟିମ୍ ଇଣ୍ଡିଆରେ ସବୁକିଛି ଠିକ୍ ଚାଲୁ ନାହିଁ । କେମିତି ଫିଟ୍ ଓ ଅନଫିଟ୍ ହେଉଛନ୍ତି ଖେଳାଳି ? କେମିତି ଭାରତୀୟ ଖେଳାଳିଙ୍କୁ ଚୟନ କରାଯାଉଛି ? ଷ୍ଟିଙ୍ଗ ଅପରେସନରେ ଏମିତି କିଛି ଗହନ କଥା ଖୋଲି କହି ଦେଇଛନ୍ତି ଟିମ ଇଣ୍ଡିଆରେ ଦ୍ବିତୀୟଥର ପାଇଁ ମୁଖ୍ୟ ଚୟନକର୍ତ୍ତା ଭାବେ ନିର୍ବାଚିତ ହୋଇଥିବା ଚେତନ୍ ଶର୍ମା ।
ଜାତୀୟ ଗଣମାଧ୍ୟମ ସଂସ୍ଥା ଜୀ ନ୍ୟୁଜ୍ ଦ୍ବାରା ହୋଇଥିବା ଏକ ଷ୍ଟିଙ୍ଗ ଅପରେସନ ବେଳେ ଚେତନ୍ ଶର୍ମା କହିଛନ୍ତି ଯେ, ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଛନ୍ତି । ଆହତ ଥିବା ସତ୍ତ୍ୱେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଏହି ଇଞ୍ଜେକସନ୍ ଉପରେ ସେମାନେ ନିର୍ଭର କରନ୍ତି । ଭାରତୀୟ କ୍ରିକେଟ୍ ଟିମର କିଛି ବଡ଼ ଓ ଅଭିଜ୍ଞ କ୍ରିକେଟର ମାନେ ମଧ୍ୟ ଇଞ୍ଜେକସନ୍ ନେଇଥାନ୍ତି । ସେମାନେ ନିଜର ବ୍ୟକ୍ତିଗତ ଡାକ୍ତର ରଖିଛନ୍ତି । ଯେତେବେଳେ ବି ଏହି ଖେଳାଳିମାନେ ଆହତ ହୁଅନ୍ତି, ସେତେବେଳେ ଡାକ୍ତର ତାଙ୍କୁ ଫିଟ୍ କରାଇବା ପାଇଁ ଇଞ୍ଜେକସନ୍ ଯୋଗାଇ ଦେଇଥାନ୍ତି ବୋଲି ଚେତନ ଶର୍ମା ବିସ୍ଫୋରକ ବୟାନ ଦେଇଛନ୍ତି ।
କେବଳ ଏତିକି ନୁହେଁ ଖେଳାଳି ଚୟନ ପୂର୍ବରୁ ୮୦ରୁ ୮୫ ପ୍ରତିଶତ ଖେଳାଳି ଫିଟ୍ ନଥାନ୍ତି । କିନ୍ତୁ ସେହି ଖେଳାଳିମାନଙ୍କୁ ଦଳରେ ରଖିବା ପାଇଁ ଅନୁରୋଧ ଆସିଥାଏ । କିଛି ଷ୍ଟାର ଖେଳାଳି ଅସୁସ୍ଥ ଥିଲେ ମଧ୍ୟ NCA ସେମାନଙ୍କୁ ସବୁଜ ସଙ୍କେତ ଦେଇଥାଏ ବୋଲି ସେ କହିଛନ୍ତି ।
ସେହିଭଳି ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ମଧ୍ୟ ବିସ୍ଫୋରକ ବୟାନ ଦେଇଛନ୍ତି ଚେତନ ଶର୍ମା । ସେ କହିଛନ୍ତି, ୨୦୨୧ରେ ଟି-୨୦ ବିଶ୍ୱକପ ପୂର୍ବରୁ କୋହଲି ଅଧିନାୟକ ପଦ ଛାଡ଼ିବାକୁ ଚାହୁଁଥିଲେ । ଏ ବିଷୟରେ ଗାଙ୍ଗୁଲି ସାମ୍ବାଦିକ ସମ୍ମିଳନୀ କରିଥିଲେ ବି କୋହଲି ଠିକ୍ ଭାବେ ବୁଝିପାରି ନଥିଲେ ।
ସେ ଆହୁରି କହିଛନ୍ତି ଯେ, ଟି-୨୦ ବିଶ୍ୱକପ ପରେ ଚୟନ କମିଟି କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ଦେଇଥିଲେ । ଏହି ଦାୟିତ୍ୱରୁ କୋହଲିଙ୍କୁ ହଟାଯିବା ଆଗରୁ କୋହଲିଙ୍କୁ ମଧ୍ୟ ଅବଗତ କରାଯାଇ ନଥିଲା । ତେବେ କୋହଲି ସାମ୍ବାଦିକ ସମ୍ମିଳନୀରେ ଯାହା କହିଥିଲେ, ଗାଙ୍ଗୁଲି ତାକୁ ଗ୍ରହଣ କରିପାରି ନଥିଲେ । ଏହାପରଠୁ କୋହଲି ଓ ଗାଙ୍ଗୁଲିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ।
ସେହିପରି ଚେତନ ଶର୍ମା କହିଛନ୍ତି ଯେ, ରୋହିତ ଓ କୋହଲିଙ୍କ ମଧ୍ୟରେ ବିବାଦ ନୁହେଁ, ଅହଙ୍କାର ରହିଛି । ଯଦିଓ କୋହଲି ଏବେ କୌଣସି ଦଳର ନେତୃତ୍ୱ ନେଉ ନାହାନ୍ତି । କିନ୍ତୁ ଦଳରେ ତାଙ୍କ ଦବଦବା ଚାଲୁଛି ।
ସେହିପରି ଟି-୨୦ କ୍ରିକେଟରେ ଯୁବ ଖେଳାଳିଙ୍କୁ ସାମିଲ କରାଯିବା ପଛରେ ତାଙ୍କ ହାତ ଥିବା ଚେତନ ସ୍ୱୀକାର କରିଛନ୍ତି । ଇଶାନ କିଶାନ୍, ସୂର୍ଯ୍ୟ କୁମାର ଯାଦବ, ଶୁଭମନ୍ ଗିଲ୍ ଆଦି ଖେଳାଳିଙ୍କୁ ସେ ହିଁ ନିଜେ ଭର୍ତ୍ତି କରାଇ ଥିବା ଚେତନ ଶର୍ମା କହିଛନ୍ତି । ଯେଉଁଥି ପାଇଁ ରୋହିତ ଓ ବିରାଟ୍ ଭଳି ସିନିୟର ଖେଳାଳିଙ୍କୁ ଟି-୨୦ ଦଳରୁ ବାଦ୍ ଦେବାକୁ ପଡିଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications