Get Updates
Get notified of breaking news, exclusive insights, and must-see stories!

ଧୋନିଙ୍କ କମାଲ: ଲକ୍ଷ୍ନୌ ବିପକ୍ଷରେ ୫ ଓ୍ବିକେଟରେ ବିଜୟ ହାସଲ କରିଛି ଚେନ୍ନାଇ

IPL 2025: ଚେନ୍ନାଇ ସୁପର କିଙ୍ଗସ୍ ଲକ୍ଷ୍ନୌକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଲଗାତାର ପାଞ୍ଚଟି ପରାଜୟ ପରେ ଚେନ୍ନାଇ ଆଇପିଏଲ ୨୦୨୫ରେ ପ୍ରଥମ ବିଜୟ ହାସଲ କରିଛି । ଇକାନା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ପ୍ରଥମେ ବ୍ୟାଟିଂ କରି ୧୬୬ ରନ୍ କରିଥିଲା, ଯାହାର ଜବାବରେ, ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚ୍‌ରେ ସିଏସ୍‌କେ ଦଳ ୫ ୱିକେଟ୍‌ରେ ବିଜୟ ସୁନିଶ୍ଚିତ କରିଥିଲା। ଏମଏସ ଧୋନି ୧୧ ବଲ୍ ରେ ୨୬ ରନର ଏକ ଝଡ଼ମୟ ଇନିଂସ ଖେଳି CSK ବିଜୟରେ ଏକ ବଡ଼ ଅବଦାନ ରଖିଥିଲେ।

୧୬୭ ରନର ଟାର୍ଗେଟକୁ ପିଛା କରିବା ସମୟରେ ଚେନ୍ନାଇ ସୁପର କିଙ୍ଗସ ଭଲ ଆରମ୍ଭ କରିଥିଲା। ଡେବ୍ୟୁଟାଣ୍ଟ ଶେଖ ରସିଦ ଏବଂ ରାଚିନ ରବିନ୍ଦ୍ର ପାଞ୍ଚ ଓଭର ଶେଷ ହେବା ପୂର୍ବରୁ ସିଏସକେକୁ ୫୦ ଅତିକ୍ରମ କରାଇଥିଲେ। ରସିଦ ତାଙ୍କର ଡେବ୍ୟୁ ମ୍ୟାଚ୍‌ରେ ୧୯ ବଲ୍‌ରେ ୨୭ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ରଚିନ ରବିନ୍ଦ୍ର ମଧ୍ୟ ତାଙ୍କର ଭଲ ଆରମ୍ଭକୁ ଏକ ବଡ଼ ଇନିଂସରେ ପରିଣତ କରିପାରି ନଥିଲେ ଏବଂ ପାର୍ଟଟାଇମ୍ ବୋଲର ଏଡେନ୍ ମାର୍କରାମଙ୍କ ବଲ୍ ରେ ୩୭ ରନ କରିବା ପରେ ତାଙ୍କର ୱିକେଟ ହରାଇଥିଲେ।

Chennai Super Kings

ଧୋନି ୧୧ଟି ବଲ ଖେଳି ୧ଟି ଛକା ଓ ୪ଟି ଚୌକା ମାରିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଶିବମ ଦୁବେ ସର୍ବାଧିକ ୪୩ ରନ୍ କରି ମଧ୍ୟ ଅପରାଜିତ ରହି ଦଳକୁ ଜିତାଇଥିଲେ । ରାହୁଲ ତ୍ରିପାଠିଙ୍କ ମାତ୍ର ୯ ରନ କରି ଆଉଟ ହୋଇଯାଇଥିଲେ । ରବିନ୍ଦ୍ର ଜାଡେଜା ମଧ୍ୟ ୭ ରନ କରି ଆଉଟ୍ ହୋଇଯାଇଥିଲେ ।

ଆଜି ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୬ ରନ୍ ସଂଗ୍ରହ କରିଥିଲା । ଋଷଭ ପନ୍ଥ ସର୍ବାଧିକ ୬୩ ରନ୍ କରିଥିଲେ । ପନ୍ଥ ୪୯ ବଲରେ ୪ଟି ଛକା ଓ ୪ଟି ଚୌକା ସହାୟତାରେ ଏହି ରନ୍ କରିଥିଲେ । ମିଚେଲ ମାର୍ଶ ଦ୍ବିତୀୟ ସର୍ବାଧିକ ୩୦ ରନ୍ ସଂଗ୍ରହ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+