Get Updates
Get notified of breaking news, exclusive insights, and must-see stories!

ଆଇପିଏଲ 2024ର ପ୍ରଥମ ମ୍ୟାଚ: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଆରସିବି

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଆରସିବି । ପ୍ରଥମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ରୟାଲ ଚ୍ୟାଲେଞ୍ଜର୍ ବାଙ୍ଗାଲୋରର ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଏହି ମ୍ୟାଚ୍ କମ୍ ସ୍କୋର୍ ହୋଇପାରେ ।ପୂର୍ବ ମ୍ୟାଚକୁ ଦେଖିଲେ ଅନୁମାନ କରାଯାଉଛି ଯେ ଖେଳ ଆଗକୁ ବଢ଼ିବା ସହିତ ଏହି ପିଚ୍ ଧୀର ହୋଇଯିବ । ଏହି ପିଚରେ ସ୍ପିନରଙ୍କ ବିପକ୍ଷରେ ରନ୍ ସ୍କୋର କରିବା ଅତ୍ୟନ୍ତ କଷ୍ଟକର ବୋଲି କୁହାଯାଉଛି ।

ଆଇପିଏଲ୍ ଇତିହାସରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ ବାଙ୍ଗାଲୋର ମଧ୍ୟରେ ମୋଟ 31 ଟି ମ୍ୟାଚ୍ ଖେଳାଯାଇଛି। ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗସ୍ ରୟାଲ ଚ୍ୟାଲେଞ୍ଜର୍ ବାଙ୍ଗାଲୋର ବିପକ୍ଷରେ ନିଜର ପ୍ରାଧାନ୍ୟ ବଜାୟ ରଖିଥିଲେ । କିନ୍ତୁ ଏହି ସିଜିନରେ ଚେନ୍ନାଇ ଜଣେ ନୂଆ ଅଧିନାୟକଙ୍କ ସହ ପଡ଼ିଆ ନେଉଛି । ଏପରି ପରିସ୍ଥିତିରେ, CSK ଏହି ରେକର୍ଡକୁ ବଜାୟ ରଖିବାରେ ସକ୍ଷମ କି ନୁହେଁ ତାହା ଦେଖିବାକୁ କୌତୁହଳପ୍ରଦ ହେବ?

csk vs rcb

ଚେନ୍ନାଇ ସୁପର କିଙ୍ଗ୍ସ (ଚୁଡାନ୍ତ ଏକାଦଶ): ରୁତୁରାଜ ଗାଇକୱାଡ (ଅଧିନାୟକ), ରାଚିନ୍ ରବିନ୍ଦ୍ର, ଅଜିଙ୍କ୍ୟ ରାହାନେ, ଡାରିଲ ମିଚେଲ, ରବିନ୍ଦ୍ର ଜାଡେଜା, ସମୀର ରିଜଭି, ଏମଏସ ଧୋନି (ୱିକେଟ କିପର), ଦୀପକ ଚହର, ମହେଶ ତେକଶାନା, ମୁସ୍ତଫିଜୁର ରହମାନ, ତୁଷାର ଦେଶପାଣ୍ଡେ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଚୁଡାନ୍ତ ଏକାଦଶ): ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ବିରାଟ କୋହଲି, ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, କାମେରନ୍ ଗ୍ରୀନ୍, ଦୀନେଶ କାର୍ତ୍ତିକ (ୱିକେଟ କିପର), ଅନୁଜ ରାୱତ, କର୍ଣ୍ଣ ଶର୍ମା, ଅଲଜାରୀ ଜୋସେଫ, ମାୟାନକ ଦାଗର, ମହମ୍ମଦ ସିରାଜ

ଗତ ଥରର ଚାମ୍ପିଅନ୍ ସୁପରକିଙ୍ଗ୍ସ ବିଜୟ ଧାରା ଜାରି ରଖିବାକୁ ପ୍ରସ୍ତୁତ । ମାତ୍ର ରୟାଲ ଚ୍ୟାଲେଞ୍ଜର୍ସ ପ୍ରଥମ ଟାଇଟଲ ପାଇଁ ବ୍ୟାକୁଳ । ମହିଳା ଦଳ ଡବ୍ଲ୍ୟୁପିଏଲ୍ ଚାମ୍ପିଅନ୍ ହେବା ପରେ ସମର୍ଥକଙ୍କ ଆଶା ବଢ଼ିଯାଇଛି । ରୟାଲ୍ ଚ୍ୟାଲେଞ୍ଜର୍ସକୁ ଏଥର ଚାମ୍ପିଅନ୍ ଭାବେ ଦେଖିବାକୁ କ୍ରିକେଟ୍ ପ୍ରେମୀ ଅପେକ୍ଷା କରିଛନ୍ତି । କୋହଲି ମଧ୍ୟ ଟ୍ରଫି ଉଠାଇବାର ଅଭିଳାଷକୁ ଏଥର ପୂରଣ କରିବାକୁ ଆଶାବାଦୀ ପ୍ରଶଂସକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+