ଆଜି ଆରସିବିକୁ ଭେଟିବ ଚେନ୍ନାଇ ସୁପର କିଙ୍ଗସ: ଚେପକ ମଇଦାନରେ କିଏ ମାରିବ ବାଜି ?

ଚେପକ ମଇଦାନରେ କିଏ ମାରିବ ବାଜି । ଆଜି ଆରସିବିକୁ ଭେଟିବ ଆଇପିଏଲର ସବୁଠୁ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗସ ।

ଉଭୟ ଦଳ ନିଜ ନିଜ ପ୍ରଥମ ମୁକାବିଲା ଜିତି ସାରିଛନ୍ତି । ସିଏସକେ ଓ ଆରିସିବି ଦ୍ବିତୀୟ ବିଜୟ ପାଇଁ ମଇଦାନକୁ ଓହ୍ଲାଇବେ । ଚେନ୍ନାଇ ଦଳରେ ଅଛନ୍ତି ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ସେହିଭଳି ଆରସିବି ଦଳରେ ଅଛନ୍ତି ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି ।

ଉଭୟ ଦଳର ନେତୃତ୍ବ ନେଉଥିବା ଏହି ୨ ତାରକା ଖେଳାଳିଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ତାରକା ଖଚିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଦଳର ଅଧିନାୟକ ଅଛନ୍ତି ରଜଟ ପଟ୍ଟିଦାର ।

Chennai Super Kings to face RCB

ସେହିଭଳି ସିଏସକେ ଦଳର କମାଣ ସମ୍ଭାଳିଛନ୍ତି ରୁତୁରାଜ ଗାଏକୱାର୍ଡ । ଆଇପିଏଲ ଇତିହାସରେ ଆରସିବି ଓ ସିଏସକେ ଭିତରେ ମୋଟ୍ ୩୩ ଥର ମୁହାଁମୁହିଁ ହୋଇଛି । ଯାହା ଭିତରୁ ଚେନ୍ନାଇ ସୁପରକିଙ୍ଗସ ୨୧ଟିରେ ଜିତିଥିବାବେଳେ ୧୧ଟି ବିଜୟ ନିଜ ନାଁରେ କରିଛି ଆରସିବି । ଗୋଟିଏ ମ୍ୟାଚ୍ ଅମୀମାଂସିତ ରହିଛି । ଆରିସିବି ବିପକ୍ଷରେ ଚେନ୍ନାଇ ଅଧିକ ମ୍ୟାଚ୍ ଜିତିଥିବାରୁ ସିଏସକେର ପଲ୍ଲା ଭାରି ରହିଛି । ଗତ ସଂସ୍କରଣ ଉଭୟ ଦଳ ଭିତରେ ୨ ଥର ମୁକାବିଲା ହୋଇଛି । ଯେଉଁଠି ଉଭୟ ଦଳ ଗୋଟିଏ ଲେଖାଏଁ ବିଜୟ ନିଜ ନାଁରେ କରିଥିଲେ । ଆଇପିଏଲ ୨୦୨୫ରେ ଉଭୟ ଦଳ ଶାନଦାର ଆରମ୍ଭ କରିଥିବାରୁ ଆଜିର ମ୍ୟାଚକୁ ନେଇ ବେଶ ଉତ୍ସାହିତ ଆଇପିଏଲ ପ୍ରେମୀ ।.

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+